Advertisment

ବିରୋଧୀଙ୍କ ପ୍ରଶ୍ନ; କାହିଁକି ୫ ବର୍ଷ ହେଲା ଖୋଲାଯାଉନି ରତ୍ନଭଣ୍ଡାର, କରାଯାଉଛି କି ଲୁଟ୍ ?

ସେପଟେ ବିଜେଡି ବିରୋଧୀଙ୍କ ପ୍ରଶ୍ନର ସିଧା ଉତ୍ତର ଦେଇପାରିନଥିବା ବେଳେ ଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଓଡ଼ିଶା ଲୋକେ କ୍ଷମା ଦେବିନି ବୋଲି କହିଛି ।

ଅଦ୍ୟତନ ହୋଇଛି
undefined

Puri Srimandir Ratna Bhandar

Advertisment

ରତ୍ନଭଣ୍ଡାର, ଚାବି ଓ ରତ୍ନକୁ ନେଇ ପୁଣି ସରଗରମ ରାଜ୍ୟ ରାଜନୀତି। ଚାବି ହଜିବା ଘଟଣାରେ ସାଢ଼େ ୪ ବର୍ଷ ପରେ ବି କମିଶନଙ୍କ ରିପୋର୍ଟ ସାର୍ବଜନୀନ ନହେବା ଏବଂ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ ପରେ ଆକ୍ରମଣାତ୍ମକ ମୁଦ୍ରାରେ ବିରୋଧୀ । ବିଜେପି ଆଜି ପ୍ରେସମିଟ୍ କରି ୫ ବର୍ଷ ହେଲା ରତ୍ନଭଣ୍ଡାର କାହିଁକି ଖୋଲୁନି, ଭଣ୍ଡାରରୁ ରତ୍ନ ଲୁଟ୍ ହେଉ ନାହିଁ ତ ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଛି ।

Advertisment

ଏ ଜାତିର ଦେବତା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ରତ୍ନ ଅଛି ତ ? ୫ ବର୍ଷ ହେଲା କାହିଁକି ଖୋଲୁନି ଭଣ୍ଡାର ? କାହିଁକି ସାର୍ବଜନୀନ ହେଉନି କମିଶନ ରିପୋର୍ଟ ? ରତ୍ନଭଣ୍ଡାର ବିପଦ ଥିବା ଜାଣି ବି ମରାମତି ପାଇଁ ASIକୁ କାହିଁକି ଦିଆଯାଉନି ସୁଯୋଗ ? ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ ପରେ, ବେଶ୍ କିଛି ଦିନ ଧରି ଥଣ୍ଡା ପଡ଼ିଥିବା ରତ୍ନଭଣ୍ଡାର ପ୍ରସଙ୍ଗ ଓ ରାଜନୀତି ପୁଣି ତେଜିଛି । ବିଜେପି ଆଜି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ପ୍ରଶ୍ନବାଣରେ ଛନ୍ଦିବା ସହ ରତ୍ନଭଣ୍ଡାର ଲୁଟ୍ ହେଉଥିବାର ଆଶଙ୍କା କରିଛି।

ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଥାଇବି ରତ୍ନଭଣ୍ଡାର ଖୋଲୁ ନାହାନ୍ତି କାହିଁକି ? ନା ଡୁପ୍ଲିକେଟ୍ ଚାବି ବି ଅଲଗା କେଉଁ ତାଲାର ତାହା ସରକାର ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି । ସେହିପରି ହାଇକୋର୍ଟରେ ସତ୍ୟପାଠ ଜରିଆରେ ରତ୍ନଭଣ୍ଡାର ପ୍ରତି ବିପଦ ଥିବା ଏଏସ୍‌ଆଇ କହିଥିବା ବେଳେ କାହିଁକି ତାର ମରାମତି ହେଉନାହିଁ। ଯଦି ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ପରମଭକ୍ତ ତାହେଲେ ଜଗନ୍ନାଥଙ୍କ ସଂପତ୍ତିର ସୁରକ୍ଷା କରିବାରେ ସେ କଣ କରିଛନ୍ତି ତାର ସ୍ପଷ୍ଟୀକରଣ ରଖିବାକୁ ଆହ୍ୱାନ ଦେଇଛନ୍ତି ପୀତାମ୍ବର ।

Advertisment

ସେହିପରି କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ ମଧ୍ୟ ଅନୁରୂପ ଢଙ୍ଗରେ ସରକାରଙ୍କ ଉପରେ ବର୍ଷିବା ସହ ଟ୍ରାନସପାରେନ୍ସି କଥା କହୁଥିବା ସରକାର କମିଶନ ରିପୋର୍ଟକୁ ସାର୍ବଜନୀନ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ବିଜେଡି ବିରୋଧୀଙ୍କ ପ୍ରଶ୍ନର ସିଧା ଉତ୍ତର ଦେଇପାରିନଥିବା ବେଳେ ଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଓଡ଼ିଶା ଲୋକେ କ୍ଷମା ଦେବିନି ବୋଲି କହିଛି ।

ଆଜି ନୁହେଁ, ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଦୀର୍ଘଦିନ ଧରି ବିଭିନ୍ନ ମହଲରେ ଉଦବେଗ ଲାଗି ରହିଛି । ଏପରିକି ଗତବର୍ଷ ଜୁଲାଇ ମାସରେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏନେଇ ଖୋଦ୍ ଗଜପତି ମହାରାଜ ଚିନ୍ତା ପ୍ରକଟ କରିଥିଲେ। କହିଥିଲେ ଯେତେଶୀଘ୍ର ସମ୍ଭବ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ସହ ଅଳଙ୍କାରର ଗଣତି କରନ୍ତୁ । ହେଲେ ଏଯାଏଁ କିଛି ହେଲାନି । ଆଉ ଏବେ ପୁଣି କମିଶନ ରିପୋର୍ଟକୁ ସାର୍ବଜନୀନ କରାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ ପରେ ସେବାୟତ ମହଲରେ ବି ରତ୍ନଭଣ୍ଡାରକୁ ତୁରନ୍ତ ଖୋଲାଯିବାର ଦାବି ଜୋର ଧରିଛି ।

Advertisment

Srimandir Lord Jagannath Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ