Advertisment

ଆଜି ବିଧାନସଭାରେ ବହିପାରେ 5-ଟି ଝଡ଼; ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିପାରନ୍ତି ବିରୋଧୀ

ସରକାରୀ ଅର୍ଥକୁ ଦଳୀୟ କାର୍ଯ୍ୟରେ ବିନିଯୋଗ କରିବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ, ବଜେଟ୍ ଅର୍ଥ ଖର୍ଚ୍ଚ ନହେବା ଭଳି ପ୍ରସଙ୍ଗକୁ ଆୟୁଧ କରିବେ ବିରୋଧୀ ।

ଅଦ୍ୟତନ ହୋଇଛି
Odisha Assembly

Odisha Assembly

Advertisment

ବିଧାନସଭାରେ ଆଜି ଉଠିପାରେ 5-ଟି ପ୍ରସଙ୍ଗ । 5-ଟି ସଚିବଙ୍କ ଗସ୍ତ ଓ ରାଜ୍ୟରେ ଅଗଣତାନ୍ତ୍ରିକ ବ୍ୟବସ୍ଥା ଚାଲିଥିବା ଅଭିଯୋଗ କରି ବିରୋଧୀ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇପାରନ୍ତି । ତେଣୁ ସରଗରମ ରହିପାରେ ବିଧାନସଭା । ବିରୋଧୀ ବିଜେପି ଓ କଂଗ୍ରେସ ଦଳ ନିଜ ନିଜ ରଣନୀତି ଅନୁସାରେ ସରକାରଙ୍କୁ ଘେରିବେ ବୋଲି ସୂଚନା ମିଳିଛି ।

Advertisment

ସରକାରୀ ଅର୍ଥକୁ ଦଳୀୟ କାର୍ଯ୍ୟରେ ବିନିଯୋଗ କରିବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ, ବଜେଟ୍ ଅର୍ଥ ଖର୍ଚ୍ଚ ନହେବା ଭଳି ପ୍ରସଙ୍ଗକୁ ଆୟୁଧ କରିବେ ବିରୋଧୀ । ତା’ ସହ ଲୋୟର ପିଏମଜିରେ ବସିଥିବା ବିଭିନ୍ନ ସଙ୍ଗଠନ କଥା ବି ଉଠିବ ।

ଶାସକ ଦଳ ବି ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି । ଆଜି ପ୍ରଶ୍ନକାଳରେ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସ୍ୱାସ୍ଥ୍ୟ, ନିର୍ମାଣ, ଖଣି ଓ ଇସ୍ପାତ ଭଳି ବିଭାଗର ପ୍ରଶ୍ନ ରହିଛି ।

Advertisment
Odisha Assembly 5T
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ