Advertisment

ପୁଞ୍ଜିନିବେଶ ନାଁରେ ପାୱାରଫୁଲ୍ ଅଫିସର୍ ଗୋଷ୍ଠୀଙ୍କ ବିଦେଶ ଗସ୍ତ: ଜିଲ୍ଲାଗସ୍ତ ପରେ ଆମେରିକାରେ ସିଏମଓ ଟିମ୍

ରାଜ୍ୟ ସରକାରଙ୍କ ପାୱାରଫୁଲ୍ ଅଫିସର ଟିମର ଆମେରିକାର ଗସ୍ତକୁ ନେଇ ଚର୍ଚ୍ଚା। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଏବେ ଆମେରିକା ଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ଅଦ୍ୟତନ ହୋଇଛି
undefined

Odisha Politics

Advertisment

ରାଜ୍ୟ ସରକାରଙ୍କ ପାୱାରଫୁଲ୍ ଅଫିସର ଟିମର ଆମେରିକାର ଗସ୍ତକୁ ନେଇ ଚର୍ଚ୍ଚା। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଏବେ ଆମେରିକା ଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ପୁଞ୍ଜି ଆଣିବା ବାହାନାରେ ଅଏସ୍ ଆରାମ୍ ଲାଗି ଏହି ବିଦେଶ ଭ୍ରମଣ ବୋଲି ଅଭିଯୋଗ କରିଛି ବିଜେପି। ତାସହିତ ବିଭିନ୍ନ କ୍ଷେତ୍ରରେ ପୂର୍ବରୁ କେତେ ପୁଂଜି ଆସିଛି ତାର ଶ୍ବେତପତ୍ର ପ୍ରକାଶ କରିବାକୁ ଦାବି କରିଛି ଦଳ। ଏହାର ଜବାବ୍ ରଖିଛି ବିଜେଡି।

Advertisment

ପୁଞ୍ଜିନିବେଶ ନାଁରେ ପାୱାରଫୁଲ୍ ଅଫିସର୍ ଗୋଷ୍ଠୀଙ୍କ ବିଦେଶ ଗସ୍ତ। ଜିଲ୍ଲାଗସ୍ତ ପରେ ଆମେରିକାରେ ସିଏମଓ ଟିମ୍। ଇଲେକଟ୍ରୋନିକସ ଓ ଆଇଟି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ ପ୍ଲାନ୍।ପ୍ରବାସୀ ଓଡ଼ିଆଙ୍କ ପାଇଁ ଆୟୋଜିତ ସମାବେଶରେ ରଖିବେ ରାଜ୍ୟ ବିକାଶର ବାର୍ତ୍ତା। ରାଜ୍ୟ ସରକାରର ପାୱାରଫୁଲ୍ ଅଫିସର ଟିମ୍‌କୁ ଆମେରିକା ଗସ୍ତକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ଇଲେକଟ୍ରୋନିକସ୍ ଓ ଆଇଟି କ୍ଷେତ୍ର ଲାଗି ଅଧିକ ପୁଂଜି ଆଣିବା ଲକ୍ଷ୍ୟରେ ୧୦ ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ୍, ଆଇଟି ସଚିବ ମନୋଜ ମିଶ୍ରଙ୍କ ସହ ଏକ ଟିମ୍। ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଜେଡି ସାଂସଦ ସୁଜିତ କୁମାର ମଧ୍ୟ ଏହି ଟିମରେ ଅଛନ୍ତି।

ଏହି ଟିମ୍ ସିଲିକନ୍ ଭ୍ୟାଲିରେ ଥିବା ବିଭିନ୍ନ କଂପାନୀ ସହ ଆଲୋଚନା କରିବେ। ରାଜ୍ୟ ସରକାର ନିଜସ୍ୱ ଫାଇବର ନେଟ୍ ଗ୍ରୀଡ୍ ନିର୍ମାଣ ଓ ବିଛାଇବା ପାଇଁ ପ୍ରମୁଖ ସଫ୍ଟୱେୟାର ଓ ଇଣ୍ଟରନେଟ୍ କମ୍ପାନୀଗୁଡିକ ସହ ଆଲୋଚନା କରି ଏଠାରେ ପୁଞ୍ଜି ନିବେଶ ପାଇଁ କଣ ସୁବିଧା ରହିଛି ଅବଗତ କରାଇବେ। ତାସହ ଆସନ୍ତା ୨୮ ତାରିଖରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ ସମାବେଶ କରିବେ। ତେବେ ଏହି ଗସ୍ତକୁ ତେଜିଛି ରାଜନୀତି। ବିଜେପି କହିଛି, ପୂର୍ବରୁ ମଧ୍ୟ ପୁଞ୍ଜି ଆଣିବା ପାଇଁ ବିଭିନ୍ନ ଦେଶକୁ ରାଜ୍ୟ ସରକାର ଯାଇଛନ୍ତି। ହେଲେ କେତେ ପୁଞ୍ଜି ଆସିଛି ତାର ଶ୍ବେତପତ୍ର ପ୍ରକାଶ କରନ୍ତୁ।

Advertisment

ଦଳ ଅଭିଯୋଗ କରିଛି, କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଫିସରମାନଙ୍କୁ ଖୁସି କରିବା ପାଇଁ ବିଦେଶ ବୁଲା ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। କଂଗ୍ରେସ୍ ବି କେତେ ପୁଂଜି ଆସିଛି ବୋଲି ପ୍ରଶ୍ନ କରିଛି। ଏହି ଟିମର ଆମେରିକା ଗସ୍ତର ଦିନକ ପୂର୍ବରୁ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକଚରିଂ ଏବଂ ଫାବଲେସ୍ ପଲିସିକୁ ଅନୁମୋଦନ ମିଳିଥିଲା। ସେମିକଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା ପାଇଁ ରାଜ୍ୟକୁ କେମିତି ଅଧିକ ପୁଞ୍ଜି ଆସିବ ସେନେଇ ଆମେରିକାରେ ବିଭିନ୍ନ କମ୍ପାନିଙ୍କ ସହ ଆଲୋଚାନ କରିବ ଟିମ୍। ତେବେ ଏହି ପଲିସି ଦ୍ୱାରା ସେମିକଣ୍ଡକ୍ଟର ମାନନୁଫ୍ୟାକଚରିଂ ୟୁନିଟ୍ କ୍ଷେତ୍ରରେ କେତେଦୂର ସଫଳତା ମିଳିବ ତାକୁ ନେଇ ଉଠିଛି ପ୍ରଶ୍ନ।

ପୂର୍ବରୁ ମେକ୍ ଇନ୍ ଓଡ଼ିଶାର ବିଭିନ୍ନ ସଂସ୍କରଣ ବେଳେ ରାଜ୍ୟ ସରକାର ଦେଶ ବିଦେଶରେ ରୋଡ୍ ସୋ କରି ବହୁ ଶିଳ୍ପପତିଙ୍କୁ ଭେଟିଥିଲେ। ହେଲେ ରାଜ୍ୟରେ ବିଦେଶୀ ପୁଂଜିନିବେଶ ସେତେଟା ଉତ୍ସାହଜନକ ନୁହେଁ। ଏଭଳି କ୍ଷେତ୍ରରେ ଅଫିସରମାନଙ୍କ ଏହି ବିଦେଶ ଗସ୍ତରୁ କେତେ ଫାଇଦା ମିଳୁଛି ତା ଉପରେ ନଜର।

Advertisment
CM Naveen Patnaik Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ