Advertisment

ବିରୋଧୀଙ୍କ ନିଶାନାରେ 5T ସଚିବ: ଅପରାଜିତାଙ୍କ ପରେ ସିଧା ପାଣ୍ଡିଆନଙ୍କ ନାଁ ନେଇ ବର୍ଷିଲେ ଜୁଏଲ

5T ସଚିବଙ୍କ ଗସ୍ତ ଓ ସାଧାରଣ ସଭା କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲ୍‌ର ଉଲ୍ଲଂଘନ ବୋଲି ଅପରାଜିତା ଅଭିଯୋଗ କରିଥିଲେ। ପୂର୍ବତନ ପ୍ରଶାସକ ସଂଜୀବ ହୋତା ବି କହିଛନ୍ତି ଏଭଳି କାର୍ଯ୍ୟ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲର ଉଲ୍ଲଂଘନ।

undefined

Opposition targets Odisha bureaucrats for participation in public meeting

Advertisment

ବିରୋଧୀଙ୍କ ନିଶାନାରେ 5T ସଚିବ। ଅପରାଜିତାଙ୍କ ପରେ ଜୁଏଲ୍ ଓରାମ୍ ସିଧାସଳଖ ନାଁ ନେଇ 5T ସଚିବଙ୍କୁ ଆକ୍ରମଣ କରିଥିବା ବେଳେ ସରକାରୀ ଚାକିରିରେ ଥାଇ ରାଜନୀତି ନକରିବାକୁ କହିଛନ୍ତି ମନମୋହନ ସାମଲ। ସେପଟେ ପିସିସି ସଭାପତି ମଧ୍ୟ 5T ସଚିବଙ୍କ ଗସ୍ତକୁ କଂଗ୍ରେସ ପ୍ରତିବାଦ କରିବ ବୋଲି ଚେତାବନୀ ଦେବା ସହ ଏହା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି।  ଯାହାକୁ ନେଇ ତେଜିଛି ରାଜ୍ୟ ରାଜନୀତି। ସେପଟେ ବିଜେଡି ଏସବୁ ଅଭିଯୋଗର ଜବାବ୍ ରଖିଛି।

Advertisment

ରାଜ୍ୟରେ ଚାଲିଛି ଅମଲା ଶାସନ ! ମନ୍ତ୍ରୀ, ବିଧାୟକ ଗୌଣ, ସଚିବ ସର୍ବେସର୍ବା! 5T ସଚିବଙ୍କୁ ନେଇ ଘନେଇଲା ବିବାଦ। ଜିଲ୍ଲାକୁ ଜିଲ୍ଲା 5T ସଚିବ ଭି.କେ. ପାଣ୍ଡିଆନଙ୍କ ଘନଘନ ଗସ୍ତ। ଫିଲଡରେ ହିଁ  ବିଭିନ୍ନ ପ୍ରକଳ୍ପର ଘୋଷଣା। ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଏକପ୍ରକାର ଗୌଣ କରି 5T ସଚିବଙ୍କ ଏଭଳି କାର୍ଯ୍ୟଧାରାକୁ ଜୋରଦାର ବିରୋଧ। ଗତକାଲି ସାମ୍ବାଦିକ ସମ୍ମିଳନୀ କରି  ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଶାସନ ବ୍ୟବସ୍ଥା ହାଇଜାକ୍, ସଚିବ ଥାଇ ପ୍ରାୟୋଜିତ ସମ୍ବର୍ଦ୍ଧନା ଗ୍ରହଣ କରିବା ଓ ସର୍ଭିସ୍ ରୁଲର ଉଲ୍ଲଂଘନ ଅଭିଯୋଗ ଆଣି 5T ସଚିବଙ୍କ ଉପରେ 
ବର୍ଷିବା ପରେ ଏବେ ପାୱାର କରିଡରରେ କଂପନ।

ସେପଟେ ଅପରାଜିତାଙ୍କ ପରେ ବିଜେପି ସାଂସଦ ଜୁଏଲ୍ ଓରାମ୍ ପାଣ୍ଡିଆନଙ୍କ ନାଁ ନେଇ ସମାଲୋଚନା କରିଛନ୍ତି। କିଏ ରାଜ୍ୟକୁ ଲିଡ୍ କରିବା କଥା, ବିରୋକ୍ରାଟସ୍ ନା ପଲିଟିକାଲ୍ ଲିଡର୍ ବୋଲି ପ୍ରଶ୍ନ କରିବା ସହ ଲୋକେ ତାକୁ ବିଚାର କରିବୋ ବୋଲି କହିଛନ୍ତି। ସେପଟେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ କହିଛନ୍ତି ସରକାରୀ ଚାକରି କରୁଥିବା ଜଣେ ବ୍ୟକ୍ତି ରାଜନୀତି କରିପାରିବ ନାହିଁ। ଯଦି କରିବାର ଅଛି, ଚାକିରି ଛାଡି ରାଜନୀତିକୁ ଆସନ୍ତୁ। ଏ ସଂପର୍କରେ କେନ୍ଦ୍ର ସରକାର କଣ ପଦକ୍ଷେପ ନେବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ମନମୋହନ କହିଛନ୍ତି, ସମୟ ଆସୁ ଜାଣିବେ।

Advertisment

ସେପଟେ ବିଜେପି ପରେ କଂଗ୍ରେସ୍ ବି ଏହି ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ବ୍ୟୁରୋକ୍ରାଟସ୍ ସଭା ସମିତି କରୁଛନ୍ତି ଓ ଏଥିପାଇଁ ମନ୍ତ୍ରୀ-ବିଧାୟକମାନେ ଆରେଜମେଣ୍ଟ କରୁଛନ୍ତି। ଏଭଳି ହେବା ଉଚିତ ନୁହେଁ। ମୁଖ୍ୟମନ୍ତ୍ରୀ ଘର ବାହାରୁ ନାହାନ୍ତି, କାହାକୁ ଭେଟୁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଜବାବରେ ବିଜେଡି କହିଛି, ବିରୋଧୀ କେବଳ ବିରୋଧ କରିବା ଛଳରେ ଏପରି କହୁଛନ୍ତି। ଆଗରୁ ବି ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଯାଉଥିଲେ। ଏହା କୌଣସି ନୂଆ କଥା ନୁହେଁ।

5T ସଚିବଙ୍କ ଗସ୍ତ ଓ ସାଧାରଣ ସଭା କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲ୍‌ର ଉଲ୍ଲଂଘନ ବୋଲି ଅପରାଜିତା ଅଭିଯୋଗ କରିଥିଲେ। ପୂର୍ବତନ ପ୍ରଶାସକ ସଂଜୀବ ହୋତା ବି କହିଛନ୍ତି ଏଭଳି କାର୍ଯ୍ୟ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲର ଉଲ୍ଲଂଘନ। ଶାସକଙ୍କ ପ୍ରତିନିଧି ଭାବରେ କେହି ତାଙ୍କ ତରଫରୁ ପ୍ରଚାର କରିବା ବିଧି ସଙ୍ଗତ ନୁହେଁ। ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ମତରେ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେବା କଥା। 

Advertisment

5T ସଚିବଙ୍କ ଗସ୍ତ ପୂର୍ବରୁ ଢେଙ୍କାନାଳ, ଭଦ୍ରକ ଆଦି ସ୍ଥାନରେ ସ୍ଥାନୀୟ ବିଜେପି ନେତାମାନେ କଡ଼ା ସମାଲୋଚନା କରିଥିଲେ। ତାଛଡ଼ା ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ବି ଫାଇଭ୍ ଟି ସଚିବଙ୍କ ନାଁ ନନେଇ ଟର୍ଗେଟ କରିଥିଲେ। ଏବେ କିନ୍ତୁ ବିଜେପିର ବହୁ ଆଗ ଧାଡ଼ିର ନେତା ହଠାତ୍ ଏଭଳି ଏକାସଙ୍ଗରେ ଟାର୍ଗେଟ୍ କରିବା ପଛର କାରଣ କଣ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

5T 5T Secretary V.K. Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ