Advertisment

ନବ ହତ୍ୟା ମାମଲା, ମୋଟିଭ୍ ସଂପର୍କରେ ଜାଣି ଜାଣି ଅଜଣା ହେଉଛି କି କ୍ରାଇମବ୍ରାଞ୍ଚ ?

କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ । ୨୬ ଦିନ ପରେ ବି ଫିଟୁନି ନବ ଦାସ ହତ୍ୟା ପଛର ରହସ୍ୟ ।

Naba Das

Naba Das

Advertisment

ମନ୍ତ୍ରୀ ନବ ଦାସ ହତ୍ୟାପଛର ମୋଟିଭ୍ କ’ଣ ? କ’ଣ ରହିଛି ହତ୍ୟା ପଛର ଷଡ଼ଯନ୍ତ୍ର, କାହାର ରହିଛି ହାତ ? ଅନ୍ଧାରରେ ବାଡ଼ି ବୁଲାଉଛି କି କ୍ରାଇମବ୍ରାଞ୍ଚ ? ନା ମୋଟିଭ୍ ଜାଣି ବି ଲୁଚାଇବାକୁ ଉଦ୍ୟମ କରୁଛି ? ନବ ଦାସ ହତ୍ୟାକାଣ୍ଡକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ । ବିଧାନସଭାରେ ବି ତମ୍ବିତୋଫାନ । ବିରୋଧୀ ବିଜେପି, କଂଗ୍ରେସ ସାମ୍ନାକୁ ଆଣୁଛନ୍ତି ନୂଆ ନୂଆ ଥିଓରୀ । ବ୍ୟକ୍ତିଗତ, ରାଜନୈତିକ, ବ୍ୟାବସାୟିକ ଦିଗରେ ନବଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି ବିରୋଧୀ । କିନ୍ତୁ ସେ ଦିଗରେ ଆଗଉନି ତଦନ୍ତ ।

Advertisment

ନବ ଦାସ ହତ୍ୟା ମାମଲାକୁ ୨୬ ଦିନ ବିତିଯାଇଛି । ତେବେ କ୍ରାଇମବ୍ରାଞ୍ଚ ମୋଟିଭକୁ ଭେଦିପାରୁନି ନା ଜାଣିଶୁଣି ଲୁଚାଇବାକୁ ଉଦ୍ୟମ କରୁଛି ? ଅଭିଯୁକ୍ତ ଗୋପାଳ ଦାସକୁ ୩ଟି ପର୍ଯ୍ୟାୟରେ ୧୩ ଦିନ ଧରି ରିମାଣ୍ଡରେ ନେଇଥିଲା ତଦନ୍ତକାରୀ ସଂସ୍ଥା । ଏହାରି ଭିତରେ ଏବଂ ଅନ୍ୟ ସମୟରେ ଅପରାଧ ପଛର ଉଦ୍ଦେଶ୍ୟ ସଂପର୍କରେ ନିଶ୍ଚିତ କିଛି ସତ ଓଗାରିଥିବ ଅଭିଯୁକ୍ତ । କିନ୍ତୁ ସେ ଦିଗରେ କ୍ରାଇମବ୍ରାଞ୍ଚ ଖାମୋସ୍ ।

ତେବେ କାହିଁକି ଏଭଳି ଆଭିମୁଖ୍ୟ ? ଅପରାଧ ପଛର ଉଦ୍ଦେଶ୍ୟ ସଂପର୍କରେ କିଛି ବିସ୍ଫୋରକ ତଥ୍ୟ ପାଇଛନ୍ତି କି ବୋଥ୍ରା ଆଣ୍ଡ କୋ ? ଏଥିରେ କିଛି ବଡ଼ବଡ଼ିଆଙ୍କ ନାଁ ଆସିଛି ନା କେବଳ ଗୋପାଳର ବ୍ୟକ୍ତିଗତ କ୍ରୋଧ ନେଇ କିଛି ବଡ଼ ତଥ୍ୟ ରହିଛି ? ଏହି ଚର୍ଚ୍ଚା ଭିତରେ ବିରୋଧୀ ବିଜେପି ଓ କଂଗ୍ରେସ, ଅଭିଯୋଗ କରିଛନ୍ତି, ମୋଟିଭ ସଂପର୍କରେ କ୍ରାଇମବ୍ରାଞ୍ଚ ଜାଣିଶୁଣି ପ୍ରକାଶ କରୁନି।

Advertisment

କାଲି ବିଧାନସଭାରେ ମୋସନ ଆଲୋଚନାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ନବ ହତ୍ୟା ମାମଲାରେ ସବୁ ଦିଗ ପ୍ରତି ତଦନ୍ତ ହେଉଛି। ତଦନ୍ତ ସମୟରେ ପ୍ରତ୍ୟକ୍ଷଦର୍ଶୀଙ୍କ ସହ ଅନ୍ୟାନ୍ୟ ସାକ୍ଷୀ, ନବଙ୍କ ପରିବାର, ସଂପର୍କୀୟ, ବନ୍ଧୁବାନ୍ଧବ, ପଡୋଶୀ ଓ ସହକର୍ମୀଙ୍କୁ ପଚରାଉଚରା କରାଯାଇଛି । ଷଡ଼ଯନ୍ତ୍ର ଉପରେ ସେମାନଙ୍କ ଭିତରୁ କିଏ କ’ଣ କହିଛି, ସେନେଇ ଲାଗିରହିଛି ନାନା ଚର୍ଚ୍ଚା । 

ତଦନ୍ତ ସମୟରେ ଅଭିଯୁକ୍ତ ଗୋପାଳ କିଛି ମାନସିକ ରୋଗରେ ପୀଡ଼ିତ ଥିବା ଜଣାପଡିଥିଲା । ସେ ଦିଗରେ ଅନୁସନ୍ଧାନ ଚାଲିଛି ଏବଂ FBIର ସହାୟତା ବି ନେଇଛି କ୍ରାଇମବ୍ରାଞ୍ଚ । କିନ୍ତୁ ମୋଟିଭ୍ ଯେ ସାମ୍ନାକୁ ଆସିବ, ସେନେଇ ଆଶଙ୍କା କରି ନବଙ୍କ ମୃତ୍ୟୁ ସମୟକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ।

Advertisment

ତେବେ ବିରୋଧୀଙ୍କ ଅଭିଯୋଗ ଯଦି ସତ, ତାହେଲେ ନବ ହତ୍ୟାର ତଦନ୍ତକୁ କେଉଁ ଦିଗକୁ ମୋଡୁଛି କ୍ରାଇମବ୍ରାଞ୍ଚ ? ସେନେଇ ବିରାଟ ପ୍ରଶ୍ନ ଛିଡ଼ା ହୋଇଛି ।

Naba Das Odisha Police BJD Firing BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ