Advertisment

କେବଳ ପ୍ରଦୀପ କାହିଁକି: ରାଜନୈତିକ ଆକ୍ରୋଶ ନା ପୂର୍ବ ରାଗ?

ପୁରା ଫିଲ୍ମ ଷ୍ଟାଇଲ୍‌ରେ ଦିନ-ରାତି ୨୩ ଘଣ୍ଟା ଧରି ଚାଲିଥିଲା ଚଢଉ। ପ୍ରଦୀପଙ୍କ ଘରୁ ଭିଜିଲାନ୍ସ ୧କିଲୋ ୪୪୦ଗ୍ରାମ୍ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନର୍ ନେକଲେସ୍ ଜବତ କରିଛି। ପ୍ରଦୀପଙ୍କ ସଂପତ୍ତିି ଆଟାଚ୍ ସହିତ ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଭିଜିଲାନ୍ସ ପଦକ୍ଷେପ ନେଇଛି।

Vigilance Raid on house of MLA Pradeep Panigrahi

Vigilance Raid on house of MLA Pradeep Panigrahi

Advertisment

ଭୁବନେଶ୍ୱର: ଗତକାଲି ସାରା ଦିନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ କ୍ୱାର୍ଟରରେ ଭିଜିଲାନ୍ସର ଚଢ଼ଉ ପରେ ରାତିରେ ଖାଲି ଟ୍ରଙ୍କ୍ ଧରି ଗାଡ଼ିରେ ପହଞ୍ଚିଥିଲେ ଭିଜିଲାନ୍ସ ଅଧିକାରୀ। ତାର କିଛି ସମୟରେ ପରେ ପହଞ୍ଚିଥିଲା ଭିଡିଓଗ୍ରାଫି ୟୁନିଟ୍। ସମସ୍ତ ପହଞ୍ଚିବା ପରେ ଆରମ୍ଭ ହେଲା ସଂପତ୍ତିର ହିସାବ କିତାବ। ଭିଜିଲାନ୍ସ ଲାପଟପ୍‌ରେ ଏଣ୍ଟ୍ରି କରିଥିଲେ ମିଳିଥିବା ସଂପତ୍ତିର ଲିଷ୍ଟ। ସୋମବାର ଭୋର୍ ଯାଏଁ ଚାଲିଥିଲା ଏହି ପ୍ରକ୍ରିୟା। ଭୋର୍ ସାଢ଼େ ୪ଟା ବେଳେ ନାନା ଦସ୍ତାବିଜ୍ ଧରି କ୍ୱାର୍ଟରରୁ ବାହାରିଥିଲେ ଭିଜିଲାନ୍ସ ଅଧିକାରୀ। ୫ଟା ୩୦ରେ ଜବତ ହୋଇଥିବା ସମସ୍ତ ଜିନିଷ ପତ୍ର ଭର୍ତ୍ତି ଟ୍ରଙ୍କ୍ ନେଇ ବାହାରିଥିଲେ ଅନ୍ୟ ଅଧିକାରୀମାନେ। ଆଉ ସକାଳ ସାଢ଼େ ୬ଟାରେ ଶେଷ ହୋଇଥିଲା ରେଡ୍।

Advertisment

ପୁରା ଫିଲ୍ମ ଷ୍ଟାଇଲ୍‌ରେ ଦିନ-ରାତି ୨୩ ଘଣ୍ଟା ଧରି ଚାଲିଥିଲା ଚଢଉ। ପ୍ରଦୀପଙ୍କ ଘରୁ ଭିଜିଲାନ୍ସ ୧କିଲୋ ୪୪୦ଗ୍ରାମ୍ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନର୍ ନେକଲେସ୍ ଜବତ କରିଛି। ପ୍ରଦୀପଙ୍କ ସଂପତ୍ତିି ଆଟାଚ୍ ସହିତ ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଭିଜିଲାନ୍ସ ପଦକ୍ଷେପ ନେଇଛି। ସେପଟେ ପ୍ରଦୀପଙ୍କ  ସହଯୋଗୀଙ୍କଠାରୁ ମଧ୍ୟ ୨୦ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ।

ଚାକିରି ଦେବା ନାଁରେ ଠକେଇ ଓ ଜାଲିଆତି ଅଭିଯୋଗରେ ଗତବର୍ଷ ଡିସେମ୍ବରରେ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ୍। ଗତ ଜୁନ୍‌ରେ ସେ ଜାମିନରେ ଆସିଥିଲେ। ତେବେ କିଛି ମାସର ବ୍ୟବଧାନ ପରେ ହଠାତ୍ କାହିଁକି ପ୍ରଦୀପଙ୍କ ଘରେ ରେଡ୍ ମାରିଲା ଭିଜିଲାନ୍ସ? ଏହାପଛରେ କିଛି ରାଜନୈତିକ ଆକ୍ରୋଶ ରହିଛି ନା ଲୋକୟୁକ୍ତଙ୍କ ବିରୋଧରେ ପ୍ରଦୀପ କୋର୍ଟକୁ ଯାଇଥିବାରୁ ସେଇ ରାଗରେ ଏହି ରେଡ୍ ହୋଇଛି? 

Advertisment

ସେପଟେ କେବଳ ପ୍ରଦୀପ କାହିଁକି, କ୍ଷମତା କେନ୍ଦ୍ରରେ ଥିବା ଅନ୍ୟମାନେ ମଧ୍ୟ କୋଟି କୋଟି ଟଙ୍କାର ସଂପତ୍ତି ଠୁଳ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ବି ଭିଜିଲାନ୍ସ ରେଡ କରିବାକୁ ଲୋକୟୁକ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ଦାବି କରିଛି। କଂଗ୍ରେସ କହିଛି- ଯେଉଁ ମନ୍ତ୍ରୀମାନେ ଦୁର୍ନୀତିରେ ଲିପ୍ତ ରହିଛନ୍ତି ସେମାନଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ୍ କରାଯାଉ। ବିଜେଡି ଏହାର ଜବାବ୍ ରଖିଛି। ବିଜେଡ ନେତା ରମେଶ ଚନ୍ଦ୍ର ଚାଉପଟ୍ଟନାୟକ କହିଛନ୍ତି ଯେ, ଯଦି ଜଣେ ବିଧାୟକ ତାଙ୍କର କାର୍ଯ୍ୟକାଳ ଭିତରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି, ତେବେ ତେବେ ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକଙ୍କ ଆଗରେ କ୍ଷମାର ଯୋଗ୍ୟ ନୁହଁନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗୁପ୍ତ ଭାବେ ଯାଞ୍ଚ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା। ଆୟବର୍ହିଭୂତ ସଂପତ୍ତି ଥିବା ଜଣାପଡ଼ିବା ପରେ ଲୋକାୟୁକ୍ତଙ୍କୁ ଜଣାଇଦିଆଯାଇଥିଲା, ଯାହା ଆଧାରରେ ଲୋକାୟୁକ୍ତ ଡିସେମ୍ବର ୧୧, ୨୦୨୦ ଭିଜିଲାନସ୍ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ। କ୍ଷମତାର ଅପବ୍ୟବହାର କରି ପ୍ରଦୀପ ଅସତ୍ ଉପାୟରେ ୫ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଅର୍ଜନ କରିଥିବା ଭିଜିଲାନ୍ସ ଲୋକୟୁକ୍ତଙ୍କୁ ଜଣାଇଥିଲା। ପରେ ଭିଜିଲାନସ କେସ୍ ପଂଜିକୃତ କରି ତଦନ୍ତ କରିଥିଲା। ଲୋକୟୁକ୍ତଙ୍କ ନିର୍ଦ୍ଦେଶରେ ତଦନ୍ତ ଚାଲିଥିବା ଭିଜିଲାନସ୍ ଜଣାଇଛି।

Advertisment
Vigilance Raid MLA Pradeep Panigrahi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ