Advertisment

5T ସଚିବଙ୍କ ପାଇଁ ବିରୋଧୀଙ୍କ ନିଶାନାରେ CM, ମାନସିକ ସ୍ତରରେ ଗୃହବନ୍ଦୀ କି ମୁଖ୍ୟମନ୍ତ୍ରୀ ?

ପାଣ୍ଡିଆନଙ୍କ ବରଗଡ଼ ଗସ୍ତ ବେଳେ ବର୍ଷିଲା ବିଜେପି । ବାସ୍ତବରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ, ଦଳରେ କଣ କେହି ବି ଯୋଗ୍ୟ ଜନପ୍ରତିନିଧି ନାହାଁନ୍ତି ବୋଲି ପଚାରିଛି କଂଗ୍ରେସ।

undefined

CM Naveen Patnaik

Advertisment

ଥମୁନି ଫାଇଭ୍ ଟି ସଚିବଙ୍କ ଗସ୍ତ ବିବାଦ । ସିଏମ୍‌ଙ୍କ ଜାଣତରେ ନା ଅଜାଣତରେ ହେଉଛି ଗସ୍ତ ? ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କ ଘନ ଘନ ଟାର୍ଗେଟରେ 5T ସଚିବ। ଆଜି 5T ସଚିବଙ୍କ ବରଗଡ଼ ଗସ୍ତ ଥିବା ବେଳେ ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସାମ୍ବାଦିକ ସମ୍ମିଳନୀ କରି ଫାଇଭ ଟି ସଚିବଙ୍କ ଗସ୍ତକୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ବି କରିଛନ୍ତି ଟାର୍ଗେଟ୍।

Advertisment

ସେ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତୁତଃ ମାନସିକ ସ୍ତରରେ ଗୃହବନ୍ଦୀ ଭଳି ଲାଗୁଛନ୍ତି। ଯଦି ମୁଖ୍ୟନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ଗସ୍ତ ହେଉଛି ତାହେଲେ ଚିନ୍ତାଜନକ, ଯଦି ଅଜାଣତରେ ହେଉଛି ତାହେଲେ ଘାତକ ବୋଲି କହିଛନ୍ତି ସୁରେଶ। ସେ ଆହୁରି ମଧ୍ୟ କହିଛନ୍ତି ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି, ଯାହାକି ଗଣତନ୍ତ୍ର ପ୍ରତି ବିପଦ। 

ସେପଟେ କଂଗ୍ରେସ ବି ସମାନ ଢଙ୍ଗରେ ଆକ୍ରମଣ କରିଛି। ସାମ୍ବାଦିକ ସମ୍ମିଳନୀ କରି ଦଳ ମୁଖପାତ୍ର ସୁଦର୍ଶନ ଦାସ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି । ବାସ୍ତବରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ, ଦଳରେ କଣ କେହି ବି ଯୋଗ୍ୟ ଜନପ୍ରତିନିଧି ନାହାଁନ୍ତି ବୋଲି ସେ ପଚାରିଛନ୍ତି। 

Advertisment

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବି ଫାଇଭ ଟି ସଚିବଙ୍କ ଗସ୍ତକୁ ନେଇ କଡା ସମାଲୋଚନା କରିଛନ୍ତି। ଗତକାଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ପାଦକୀୟରେ ଯେଉଁ ଅଡୁଆ ପ୍ରଶ୍ନ କଥା ଉଠାଇଥିଲେ ତାକୁ ଯଥାର୍ଥ ବୋଲି କହିଛନ୍ତି। ଏହା ବିନାଶ କାଳେ ବିପରୀତ ବୁଦ୍ଧି। ସେପଟେ ବିଜେଡି କହିଛି ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ। ସବୁ କିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଛି।

ସାଧାରଣ ନିର୍ବାଚନକୁ ବର୍ଷେରୁ କମ୍ ସମୟ ବାକି ଥିବାବେଳେ ମୁଖ୍ୟମନ୍ତ୍ରୀ ଓ ଫାଇଭ୍ ଟି ସଚିବଙ୍କୁ ବିରୋଧୀ ନିଶାନାକୁ ଆଣିବା ପଛର କାରଣ କଣ ? ରାଜନୈତିକ ମୁଦ୍ଦା ନା ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବା ଲାଗି ପ୍ରୟାସ ?

Advertisment

BJP BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ