Advertisment

କାହା ଛତ୍ରଛାୟାରେ ବଳିୟାନ ସୋହେଲାର ରାଜା ଖାନ୍ ?

ବିଜେପି କହିଛି, ବିଧାୟକ ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ରାଜା ଖାନ। ଭଟଲିରେ ସୁଶାନ୍ତଙ୍କ ଅପରାଧିକ ସାମ୍ରାଜ୍ୟର ମୁଖ୍ୟ କାର୍ପଟଦାର ରାଜା ଖାନ। ଯାହାକୁ ଗୁଡ୍ଡୁ ମୁସଲିମ୍ ଲିଙ୍କରେ ୟୁପିରୁ ବରଗଡ଼ ଆସି STF ଟିମ୍ ପଚରାଉଚରା କରିଛି।

BJD’s Susanta Singh link with Guddu Muslim’s associate Raja Khan

Guddu Muslim’s associate Raja Khan

Advertisment

ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍ ଲିଙ୍କରେ ବରଗଡରେ ଜେରା ହୋଇଥିବା ରାଜା ଖାନର ଆସିଲା ପଲିଟିକାଲ ଲିଙ୍କ ଅଭିଯୋଗ। ରାଜା ଖାନ ବିଜେଡିର ପୂର୍ବତନ ମନ୍ତ୍ରୀ 
ତଥା ବିଧାୟକ ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ବୋଲି ସଂଗୀନ ଅଭିଯୋଗ ଆଣିଛି ବିଜେପି। କଂଗ୍ରେସ ବି ଏହି ଘଟଣାରେ ସୁଶାନ୍ତଙ୍କୁ ଟାର୍ଗେଟ କରିଛି। ଏନେଇ ସୁଶାନ୍ତ ସିଂ 
ପ୍ରତିକ୍ରିୟା ଦେବାକୁ ମନା କରିଥିବାବେଳେ ବିଜେଡି ଅଭିଯୋଗକୁ ଖଣ୍ଡନ ରିଛି। ତେବେ ରାଜନୈତିକ ଛତ୍ରଛାୟାରେ ରହି ଓଡ଼ିଶାରେ ଆଶ୍ରୟ ପାଇଁ ଗୁଡ୍ଡୁ ମୁସଲିମକୁ କହିନି ତ ରାଜା 
ଖାନ୍ ? ଏବେ ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଛି।  

Advertisment

ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଅତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁ ମୁସଲିମର ଓଡ଼ିଶାରେ ଅଣ୍ଡରଗ୍ରାଉଣ୍ଡ ପଛରେ କିଏ ? କାହା ଛତ୍ରଛାୟା ଓ ଅଭୟବର ପାଇ ଓଡ଼ିଶାରେ 
ଆତ୍ମଗୋପନ କରିଥିଲା କି କୁଖ୍ୟାତ ମାଫିଆ ଗୁଡ୍ଡୁ ? ପ୍ରଥମେ ପୁରୀ ଓ ପରେ ବରଗଡ଼। ଦୁଇ ଦୁଇଟି ସ୍ଥାନରେ ଗୁଡ୍ଡୁ ମୁସଲିମର ସିଧାସଳଖ ଲିଙ୍କ୍। ଉଭୟ ସ୍ଥାନରେ ଛାପା ମାରିଛି, 
ତନାଘନା କରିଛି ୟୁପି ପୋଲିସର STF। ଆଉ ଏହାକୁ ନେଇ ନାନା ଚର୍ଚ୍ଚା ଭିତରେ ଆଜି ସିଧାସଳଖ ଭଟଲି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଆଡ଼କୁ ଅଙ୍ଗୁଳି 
ଉଠାଇଛନ୍ତି ବିରୋଧୀ। ଗୁଡ୍ଡୁ ମୁସଲିମର ଡ୍ରାଇଭର ସହ ଯୋଗାଯୋଗରେ ଥିବା ବରଗଡ଼ ସୋହେଲାର ରାଜା ଖାନ୍ ପଛରେ ଶାସକ ଦଳର ଲିଙ୍କ ସାମ୍ନାକୁ ଆଣିଛି ବିଜେପି।

ସାମ୍ବାଦିକ ସମ୍ମିଳନୀ କରି ବିଜେପି କହିଛି, ବିଧାୟକ ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ରାଜା ଖାନ। ଭଟଲିରେ ସୁଶାନ୍ତଙ୍କ ଅପରାଧିକ ସାମ୍ରାଜ୍ୟର ମୁଖ୍ୟ କାର୍ପଟଦାର ରାଜା ଖାନ। ଯାହାକୁ ଗୁଡ୍ଡୁ ମୁସଲିମ୍ ଲିଙ୍କରେ ୟୁପିରୁ ବରଗଡ଼ ଆସି STF ଟିମ୍ ପଚରାଉଚରା କରିଛି। ଅଥଚ ଗୁଡ୍ଡୁର ଓଡ଼ିଶା ଲିଙ୍କ୍ ବାବଦରେ ଜାଣିବାରେ ରାଜ୍ୟ ଗୁଇନ୍ଦା ବିଭାଗ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି।  ସେହିପରି କଂଗ୍ରେସ ବି ବିଧାୟକ ସୁଶାନ୍ତ ସିଂଙ୍କୁ ନିଶାନା କରିଛି। ଜବାବରେ ବିଜେଡି କହିଛି ରାଜନୈତିକ ଶିହରଣ ପାଇଁ ବିରୋଧୀ ପ୍ରତିଦିନ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି।

Advertisment

ଛତିଶଗଡ ମହାସମୁନ୍ଦର ମୂଳ ବାସିନ୍ଦା ରାଜା ଖାନ୍ ନାଁରେ ରହିଛି ଅନେକ ଅପରାଧିକ ମାମଲା। ଲୁହୁରାଚଟି ତନଖି ଫାଟକରେ ସେଲ୍ ଟ୍ୟାକ୍ସ ଫାଙ୍କିବା ହେଉ କି ଓଭର ଲୋଡ୍ ଗାଡିକୁ 
ପାସ୍ କରାଇବା। ବଡ଼ ବଡ଼ ଟ୍ରାନସପୋର୍ଟ କମ୍ପାନୀ ସହ ଭଲ ସଂପର୍କ ରଖି ରାଜା ଖାନ୍ ମିଡିଲମ୍ୟାନ ସାଜୁଥିଲା ବୋଲି କୁହାଯାଉଛି। ସୋହେଲା, ଲୁହୁରାଚଟି ଓ ଭଟଲି ଆଦି ସ୍ଥାନରେ 
ଘର ତିଆରି କରି ନିଜର କାୟା ବିସ୍ତାର କରିଛି ରାଜା ଖାନ। ତେବେ ଉତ୍ତରପ୍ରଦେଶ STFର ତନାଘନା ପରେ ସେ ରହୁଥିବା ଭଟଲି ଘରେ ତାଲା ପଡ଼ିଥିବାବେଳେ ରାଜା ଖାନ୍ କେଉଁଠି, ସେନେଇ ସ୍ପଷ୍ଟ ସୂଚନା ମିଳିନି।

ଏଠି ପ୍ରଶ୍ନ, ଛତିଶଗଡରୁ ଆସି ସୋହେଲାରେ କେମିତି କାୟାବିସ୍ତାର କରିଥିଲା ରାଜା ଖାନ୍ ? ରାଜନୈତିକ ଛତ୍ରଛାୟାରେ ରହି ଓଡ଼ିଶାରେ ଗୁଡ୍ଡୁ ମୁସଲିମକୁ ରାଜା ଖାନ୍ ଦେଇଥିଲା କି ଆଶ୍ରୟ ? ଗୁଡ୍ଡୁ ମୁସଲିମର ଅଣ୍ଡରଗ୍ରାଉଣ୍ଡ ହେବା ଖବର ପାଇ ପୁରୀରେ ୟୁପି STFର ତନାଘନା ଖବର ପରେ କୌଣସି ପ୍ରତିକ୍ରିୟାଶୀଳ ହୋଇନଥିବା ପୋଲିସ ବରଗଡ଼ ବେଳକୁ ତତ୍ପର ହେବା ପଛରେ କୌଣସି ରହସ୍ୟ ନାହିଁ ତ ? ସେପଟେ ବରଗଡ଼ ଜିଲ୍ଲାବାସୀଙ୍କ କହିବା କଥା, ବିନା ରାଜନୈତିକ ଛତ୍ରଛାୟାରେ ରାଜା ଖାନ୍ ନିଜର କାର୍ଯ୍ୟକଳାପ ଜାରି ରଖିବା ଅସମ୍ଭବ। ତେବେ ଗୁଡୁ ମୁସଲିମ ସହ ଓଡ଼ିଶା ଲିଙ୍କ ଚର୍ଚ୍ଚା ଭିତରେ ଆଗକୁ ଘଟଣା କି ମୋଡ଼ ନେଉଛି, ତାକୁ ଅପେକ୍ଷା।

Advertisment
BJD Susanta Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ