Advertisment

ବିରୋଧୀଙ୍କ ଅଭିଯୋଗ, ମୁଖ୍ୟମନ୍ତ୍ରୀ ବାଣ୍ଟୁଛନ୍ତି ମିଛ ପଟ୍ଟା

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଜମି ପଟ୍ଟା ଭେଳିକି । ଜାଗା ମିଶନ ଜରିଆରେ ଜାଗା ପଟ୍ଟା ବାଣ୍ଟିଲେ ରାଜ୍ୟ ସରକାର ।

Odisha Politics

Odisha Politics

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାରର ଜମି ପଟ୍ଟା ଥୋପ ! ୫ ମହାନଗର ନିଗମ ବସ୍ତି ବାସିନ୍ଦାଙ୍କୁ ମିଳିଲା ଜମି ପଟ୍ଟା। ବସ୍ତି ଭୋଟ୍ ସୁଦୃଢ କରିବାକୁ ଶାସକ ଦଳର ପ୍ରୟାସ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଜାଗା ମିଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୬୫ ହଜାର ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବାଣ୍ଟିଛନ୍ତି। ଏହାସହ ଏକ ହଜାର ୧୦ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କରିଛନ୍ତି। ଜମି ପଟ୍ଟା ସହ ସରକାର ଘର ନିର୍ମାଣ ପାଇଁ ମଧ୍ୟ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି।

Advertisment

ପ୍ରଥମ ପର୍ଯ୍ୟାୟରେ ବଣ୍ଟାଯାଇଥିବା ୬୫ ହଜାର ହିତାଧିକାରୀଙ୍କ ଭିତରୁ କେବଳ ଭୁବନେଶ୍ୱରରେ ଅଛନ୍ତି ୫୧ ହଜାର। ନାଁ କଟିଥିବା ହିତାଧିକାରୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସରକାର କହୁଛନ୍ତି ସମସ୍ତଙ୍କୁ ପର୍ଯ୍ୟାୟ କ୍ରମେ ପଟ୍ଟା ଦିଆଯିବ। ଅନ୍ୟପଟେ ଜମି ବାବଦକୁ ସ୍ଥିର ବେଞ୍ଚ୍ ମାର୍କ ମୂଲ୍ୟ ଅନୁଯାୟୀ ସମାନ ବସ୍ତିର ହିତାଧିକାରୀଙ୍କୁ ଦିଆଯାଇଥିବା ଦରରେ ତାଳ ମେଳ ରହୁନଥିବା ଅଭିଯୋଗ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ।

ବିରୋଧୀ ପ୍ରଶ୍ନ କରିଛନ୍ତି, ଜାଗା ମିଶନ ମାଧ୍ୟମରେ ସରକାର ବସ୍ତି ବାସିନ୍ଦାଙ୍କୁ ଆଗରୁ କାହିଁକି ଜମି ପଟ୍ଟା ବାଣ୍ଟିଲେନି ? କାହିଁକି ନିର୍ବାଚନର ୭ମାସ ପୂର୍ବରୁ ବସ୍ତି ବାସିନ୍ଦାଙ୍କ କଥା ମନେ ପଡ଼ିଲା ? ଏହା କେବଳ ନିର୍ବାଚନୀ ଚାଲ୍। ଫର୍ମ-୨ ଦେଇ ଲୋକଙ୍କୁ ପଟ୍ଟା ଦେଉଥିବା କହୁଛନ୍ତି ସରକାର, କିନ୍ତୁ ବାସ୍ତବରେ ଏହା ପଟ୍ଟା ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀ କରି ସରକାର ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

Advertisment

ସେପଟେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ମିଛ ପଟ୍ଟା ବଣ୍ଟନ ଅଭିଯୋଗରେ ରାଜ୍ୟ କାର୍ଯ୍ୟାଳୟରୁ ରାଲିରେ ବାହାରି ବିଏମ୍ସି ଅଫିସ୍ ଘେରାଉ କରାଯାଇଥିଲା। ସେହିପରି କଂଗ୍ରେସର ଅଭିଯୋଗ, ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ଅଛି। କେବଳ ରାଜନୀତି ପାଇଁ ଡ୍ରାମା କରୁଛନ୍ତି ସରକାର।

ଏବେ ଦେଖିବାର କଥା ବସ୍ତି ବାସିନ୍ଦାଙ୍କ ଅସନ୍ତୋଷକୁ ପୁଞ୍ଜି କରି ଜାଗା ମିଶନ୍‌କୁ ବିରୋଧୀ ମୁଖ୍ୟ ରାଜନୈତିକ ମୁଦ୍ଦା କରିଥିବା ବେଳେ ଶାସକ ଦଳ ଏହାକୁ କିପରି ମୁକାବିଲା କରୁଛି।

Advertisment

BJD Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ