Advertisment

ରାଷ୍ଟ୍ରପତିଙ୍କ ଗସ୍ତର ଅନ୍ତିମ ଦିନ, ସନ୍ଧ୍ୟାରେ ଫେରିଯିବେ ଦିଲ୍ଲୀ

ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋର୍ମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।

ଅଦ୍ୟତନ ହୋଇଛି
President Droupadi Murmu Odisha Visit

President Of India Droupadi Murmu

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ଦିନିଆ ଓଡିଶା ଗସ୍ତର ଆଜି ହେଉଛି ଅନ୍ତିମ ଦିନ । ଆଜି ରାଷ୍ଟ୍ରପତି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବେ । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି। ଗତକାଲି ରାଷ୍ଟପତି ଦ୍ରୌପଦୀ ମୁର୍ମୁ ବାରିପଦାର ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ। ରାତ୍ରଭୋଜନରେ ସ୍ୱତନ୍ତ୍ର ନିରାମିଷ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋର୍ମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଗସ୍ତର ଦ୍ୱିତୀୟ ଦିନରେ ଶିମିଳିପାଳ ବୁଲିଲେ ରାଷ୍ଟ୍ରପତି

ତେବେ ଗାଁ ଲୋକଙ୍କ ପାଇଁ ରାଷ୍ଟ୍ରପତି ଆସିଛନ୍ତି ବୋଲି ଯେତେ ଆଦର ଓ ଗୌରବ, ତାଠୁ କେତେ ଅଧିକ ଆନନ୍ଦ ଓ ଉତ୍ସାହ ଖୋଦ୍ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ । ପ୍ରଥମ ଦିନ ଘରକୁ ରାତ୍ରଭୋଜନ ପାଇଁ ଆସିଥିବା ରାଷ୍ଟ୍ରପତି ନିଜ ଘରେ ହିଁ ରାତି କଟାଇଥିଲେ । ପ୍ରୋଟୋକଲ ଭାଙ୍ଗି ସାଧାରଣ ନାଗରିକଙ୍କ ଭଳି ପରିବାର ସହ ଘରେ ରହିବା ପରେ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ବାହାରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବଦଳିନଥିଲା ପୂର୍ବ ଅଭ୍ୟାସ । ଘର ପାଖ ପୂର୍ଣ୍ଣେଶ୍ୱର ମନ୍ଦିରରେ ଜଳାଭିଷେକ କରିବା ସହ କିଛି ସମୟ ପ୍ରାର୍ଥନା କରିଥିଲେ। ପରେ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ, ପୂଜାରୀଙ୍କ ସହ ମନ୍ଦିର ପୁନରୁଦ୍ଧାର ପ୍ରସଙ୍ଗରେ କଥା ବି ହୋଇଥିଲେ। ଦେଶର ପ୍ରଥମ ନାଗରିକଙ୍କୁ ନିଜ ମାଟିରେ ଦେଖିବାକୁ ଲୋକଙ୍କ ଭିତରେ ଥିଲା ପ୍ରବଳ ଉତ୍ସାହ।

ରାଇରଙ୍ଗପୁର ମହୁଲଡିହାରେ ରାଷ୍ଟ୍ରପତିଙ୍କ ଘର। ପ୍ରଥମ ଦିନ, ରାତ୍ରଭୋଜନ ପାଇଁ ଘରେ ପହଁଚିଥିଲେ ରାଷ୍ଟ୍ରପତି। ଆଉ ପରିବାର ସଦସ୍ୟଙ୍କୁ ଏକାଠି ଦେଖି ସେଠାରେ ହିଁ ରାତି କଟାଇବାକୁ ନେଇଥିଲେ ନିଷ୍ପତ୍ତି। ରାତିରେ ରାଷ୍ଟ୍ରପତିଙ୍କ ପାଇଁ ଶ୍ରଦ୍ଧାର ସହ ପୁରା ପରିବାର କରିଥିଲେ ଖାଇବା ବ୍ୟବସ୍ଥା। ରୁଟି, ଚକୁଳି, ଡାଲମା, ସଜନା ଛୁଇଁ ଭଜା ଓ ଅତି ପ୍ରିୟର ଛତୁ ବେସର। ଖାଇବା ପରେ ଆରମ୍ଭ ହୋଇଥିଲା ଗପସପ। ପରିବାର ସଦସ୍ୟଙ୍କ ଭଲ ମନ୍ଦ ଓ ଦେହପା କଥା ପଚାରି ବୁଝିଥିଲେ। ଚାଷ ବାସ ଓ ଗାଁର ସମସ୍ୟା କଥା ବି ହୋଇଥିଲେ। ରାତି ସାଢେ ୧୦ ପରେ ଶୋଇବାକୁ ଯାଇଥିଲେ ସମସ୍ତେ। ହେଲେ ରାଷ୍ଟ୍ରପତି ଝିଅକୁ ପାଖରେ ପାଇ କାହା ଆଖିରେ ନିଦ ନଥିଲା।

Advertisment

ସକାଳୁ ମନ୍ଦିର ଦର୍ଶନ ପରେ ଆରମ୍ଭ ହୋଇଥିଲା ଆଜିର କାର୍ଯ୍ୟକ୍ରମ। ରାଷ୍ଟ୍ରପତିଙ୍କ କାରକେଡ ପହଁଚିଥିଲା ଦାଣ୍ଡବୋଷରେ । ଅଲଚିକି ଭାଷାର ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତି ପୀଠରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ସ୍ୱାଗତ କରାଯାଇଥିଲା ରାଷ୍ଟ୍ରପତିଙ୍କୁ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜନ୍ମ ଜୟନ୍ତୀରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ ରାଷ୍ଟ୍ରପତି। ସମାଧୀ ସ୍ଥଳରେ ପ୍ରାର୍ଥନା କରିବା ବେଳେ ସେ ଭାବବିହ୍ୱଳ ହୋଇପଡିଥିଲେ।

Droupadi Murmu President Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: