Advertisment

ମନରୁ ଦ୍ୱନ୍ଦ୍ୱ ଦୂର କର, ଲଢେଇ ପାଇଁ ପ୍ରସ୍ତୁତ ହୁଅ: ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ଶାହ ବି ହାତ ହଲେଇ ନେତା ଓ କର୍ମୀଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲ। ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହୋଇଥିଲା ଦଳର ରୁଦ୍ଧଦ୍ବାର ବୈଠକ।

undefined

Official meeting concludes in BJP headquarters in Bhubaneswar

Advertisment

ମନରୁ ଦ୍ବନ୍ଦ୍ବ ଦୂର କର, ଲଢେଇ ପାଇଁ ପ୍ରସ୍ତୁତ ହୁଅ। ଯାହାକୁ ଯାହା ଦାୟିତ୍ୱ ମିଳିଛି ତାକୁ ସଂପନ୍ନ କର। ବିଜେପିର ସ୍ଥିତିକୁ ଏଭଳି ମଜଭୁତ୍ କର, ଯେମିତି ରାଜ୍ୟରେ କ୍ଷମତାକୁ ଆସିବ ବିଜେପି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦାଧିକାରୀ, ବିଧାୟକ, ସାଂସଦ ଏବଂ କୋର କମିଟି ବୈଠକରେ ଏମିତି ଗୁରୁମନ୍ତ୍ର ଦେଇଛନ୍ତି ଅମିତ ଶାହ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବାଛି ରାଜ୍ୟ ସରକାର ବିରୋଧରେ ଦୁର୍ବାର ଲଢେଇ କରିବାକୁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି।

Advertisment

କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ଶାହ ବି ହାତ ହଲେଇ ନେତା ଓ କର୍ମୀଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲ। ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହୋଇଥିଲା ଦଳର ରୁଦ୍ଧଦ୍ବାର ବୈଠକ। ପ୍ରଥମ ବୈଠକ ଥିଲା ରାଜ୍ୟ ପଦାଧିକାରୀଙ୍କ ସହିତ। ଦ୍ବିତୀୟ ବୈଠକରେ ଦଳର ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିଥିଲେ ଶାହ। ଆଉ ଶେଷରେ ବସିଥିଲା ଦଳର କୋର୍ କମିଟି ବୈଠକ।

ତିନିଟି ଯାକ ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ହୋଇଥିଲା ବିସ୍ତୃତ ଆଲୋଚନା। ଓଡ଼ିଶାରୁ କେମିତି ଅଧିକରୁ ଅଧିକ ଲୋକସଭା ଓ ବିଧାନସଭା ସିଟ୍ ମିଳିବ ସେ ନେଇ ଅଙ୍କ କଷିଥିଲେ ଦଳର ଚାଣକ୍ୟ କୁହାଯାଉଥିବା ଅମିତ ଶାହ। ବୈଠକରେ ଶାହ ସ୍ପଷ୍ଟ କରିଥିଲେ, କେନ୍ଦ୍ର ସରକାରକୁ ଯଦି ବିଜେଡି ସମର୍ଥନ ଦେଉଛି, ତା ଅର୍ଥ ନୁହେଁ ଯେ, ବିଜେପି ବିଜେଡି ସହ ଅଛି। ଏନେଇ ଯଦି କାହା ମନରେ କିଛି ଦ୍ବନ୍ଦ୍ବ ଥାଏ ତାକୁ ଦୂର କରନ୍ତୁ। ରାଜ୍ୟରେ ବିଜେପି ଲଢ଼େଇ କରିବ। ତେଣୁ ଯାହାକୁ ଯାହା ଟାସ୍କ ଦିଆଯାଇଛି ତାକୁ ସଂପୂର୍ଣ୍ଣ କରିବାକୁ କହିଛନ୍ତି ଶାହ। 

Advertisment

ସେହିପରି ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ଗୁରୁମନ୍ତ୍ର ଦେଇ କହିଥିଲେ ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଜୋରଦାର କର। ସ୍ଥାନୀୟ ପ୍ରସଂଗକୁ ଗୁରୁତ୍ବ ଦେଇ ତଳସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଲଢେଇ ଜାରି ରଖ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାଛି ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଅ। ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ବାର ଆନ୍ଦୋଳନ ପାଇଁ ଶାହ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। 

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୩  ଘଣ୍ଟାରୁ ଅଧିକ ସମୟ ଧରି ରହିଥିଲେ ଅମିତ ଶାହ। ଦଳର ଶକ୍ତି ଓ ସାମର୍ଥ୍ୟକୁ ବଢାଇ ସଂଗଠନକୁ ଟପ୍ ଲେବୁଲକୁ ନେବାକୁ ଦେଇଥିଲେ ପରାମର୍ଶ। ବୁଥ୍, ଶକ୍ତି କେନ୍ଦ୍ର, ମଣ୍ଡଳ, ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ସଂଗଠନକୁ ମଜଭୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ୟୁପିଏ ସରକାର ସମୟରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ମୋଦି ସରକାରଙ୍କ ୯ ବର୍ଷର ସଫଳତା ଲୋକଙ୍କ ପାଖରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ। ଏସବୁ ଭିତରେ ଶାହ ଦେଇଥିବା ବୁଥ୍ ମାଇକ୍ରୋ ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜିକୁ ବିଜେପି କେତେ କାର୍ଯ୍ୟକାରୀ କରିପାରୁଛି ତା ଉପରେ ନଜର।

Advertisment
Amit Shah BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ