Advertisment

ପୌର ଭୋଟ ବେଳେ କାମ ଦେବ ତ ପ୍ରସଙ୍ଗ ପଲିଟିକ୍ସ?

ଏବେ ଚର୍ଚ୍ଚା, ପୌରରେ କାମ କରିବ ତ ପ୍ରସଙ୍ଗ ରାଜନୀତି କାହିଁକି ନା ପଞ୍ଚାୟତ ନିର୍ବାଚନରେ ବି ବିରୋଧୀଙ୍କ ହାତରେ ଥିଲା ଅନେକ ପ୍ରସଙ୍ଗ।

Prasanga Politics

Prasanga Politics

Advertisment

ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଶାସକ ଦଳକୁ ଅକଳରେ ପକାଇବା ଲାଗି ବିରୋଧୀ ରାଜନୈତିକ ଦଳଗୁଡିକ ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। ବିଜେଡି ବି ଏହାକୁ କାଉଣ୍ଟର ଆଟାକ୍ କରୁଛି କାରଣ ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ୪ ଦିନ ବାକି ତେଣୁ ଶେଷ ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ କସରତକୁ ଜୋରଦାର କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ବିଜେପି ବସ୍ତି ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହେରଫେର, କେନ୍ଦ୍ରୀୟ ଅନୁଦାନ କଥା ଲୋକଙ୍କ ପାଖକୁ ନେଇ ଯାଉଛି କଂଗ୍ରେସ।

Advertisment

ରାସ୍ତା ଘାଟ, ଡ୍ରେନେଜ, ସ୍ୱେରେଜ, ଷ୍ଟ୍ରିଟ୍ ଲାଇଟ୍ ଭଳି ମୌଳିକ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି। ତେବେ ପଞ୍ଚାୟତ ନିର୍ବାଚନ ରେଜଲ୍ଚ ପରେ ଫୁଲ୍ କନ୍ଫିଡେଣ୍ଟରେ ଥିବା ବିଜେଡି କିନ୍ତୁ ବିରୋଧୀଙ୍କ ଏସବୁ ପ୍ରସଙ୍ଗକୁ କାଟୁ କରିବାକୁ ସହରାଞ୍ଚଳର ବିକାଶ କଥା କହୁଛି ଶାସକ ଓ ବିରୋଧୀଙ୍କ ଏଭଳି ପ୍ରସଙ୍ଗ କାର୍ଡକୁ ନେଇ ଏବେ ରାଜନୀତି ସରଗରମ।

ଏବେ ଚର୍ଚ୍ଚା, ପୌରରେ କାମ କରିବ ତ ପ୍ରସଙ୍ଗ ରାଜନୀତି କାହିଁକି ନା ପଞ୍ଚାୟତ ନିର୍ବାଚନରେ ବି ବିରୋଧୀଙ୍କ ହାତରେ ଥିଲା ଅନେକ ପ୍ରସଙ୍ଗ। ହେଲେ ନିର୍ବାଚନ ଫଳାଫଳ ଦେଖାଇଥିଲା ଏକ ନୂଆ ଦିଗ ଏମିତି କି ବଡ ବଡ ପ୍ରସଙ୍ଗ ଥିବା ଅଞ୍ଚଳ ଯେମିତି କଳାହାଣ୍ଡିର ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ, ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ, ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଅଭିଯୋଗ କଥା  ଉଠିଥିଲେ ବି ସେ ସବୁ ଅଞ୍ଚଳର ପଞ୍ଚାୟତରେ କ୍ଲିନ ସୁଇପ୍ କଲା ବିଜେଡି।

Advertisment

ଏହା ପଛରେ ବିରୋଧୀ ଦଳଙ୍କ ବିଫଳତାକୁ ଦୋଷ ଦେବା  ସହ ଶାସକ ଦଳର ଭଲ ନିର୍ବାଚନ ମ୍ୟାନେଜମେଣ୍ଟ କାରଣ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ପୌରରେ ମଧ୍ୟ ବିରୋଧୀ ଦଳ ଗୋଷ୍ଠୀ କନ୍ଦଳରୁ ବାହାରି ସଚେତନ ଆଉ ସଜାଗ ନହେଲେ ପ୍ରସଙ୍ଗ ରାଜନୀତି ବିରୋଧୀଙ୍କ ସପକ୍ଷରେ ଯିବନି ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ।

ପଞ୍ଚାୟତ ଭଳି ପୌରବାସୀଙ୍କ ପାଖରେ ରହିଛି ଅନେକ ସମସ୍ୟା। ଆଉ ବିରୋଧୀଙ୍କ ମୁଣାରେ ବି ରହିଛି ଅନେକ ପ୍ରସଙ୍ଗ ହେଲେ ଏହା ଭୋଟ୍‌ରେ କେତେ କନଭର୍ଟ ହୋଇପାରୁଛି, ଆସନ୍ତା ୨୬ ରେଜଲ୍ଟ ବାହାରିବା ଦିନକୁ ଅପେକ୍ଷା।

Advertisment

ରିପୋର୍ଟ: ଗୌତମ ପଣ୍ଡା, ସୌମ୍ୟରଞ୍ଜନ ସାହୁ ଓ ଜଗଦୀଶ ଦାସ

Odisha Municipal Election Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ