Advertisment

ପୌର ନିର୍ବାଚନ ମଇଦାନରେ ମାଳ ମାଳ ମହିଳା ପ୍ରାର୍ଥିନୀ

ହାଣ୍ଡିଶାଳରୁ ଭୋଟ୍ ଗ୍ରାଉଣ୍ଡକୁ ଆସି ପ୍ରଚାରରେ ମାତିଥିବା ମହିଳା ପ୍ରାର୍ଥୀଙ୍କ ଜୋସ୍ ବି ସବୁଠି ଜବରଦସ୍ତ।

Municipal Election

Municipal Election

Advertisment

ପୌର ନିର୍ବାଚନରେ ମାଳ ମାଳ ମହିଳା ପ୍ରାର୍ଥୀ। ପ୍ରଶ୍ନ- କାହିଁକି ମଇଦାନରେ ଏତେ ମହିଳା? ସୂଚନା ଅନୁସାରେ ଏଥର ପୌର ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି। ଯାହାଙ୍କ ମଧ୍ୟରେ ଏସସି, ଏସଟି ବି ଅନ୍ତର୍ଭୁକ୍ତ। ତେଣୁ ସବୁ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିବାବେଳେ ସ୍ବାଧୀନଙ୍କ ସଂଖ୍ୟା ବି କମ୍ ନୁହେଁ। ତଥ୍ୟ କହୁଛି ଭୁବନେଶ୍ୱର ମହାନଗର ନିରମର ୬୭ ଓ୍ୱାର୍ଡରୁ ଅଛନ୍ତି ୧୬୦ ମହିଳା ପ୍ରାର୍ଥିନୀ। ସେହିପରି କଟକର ୫୯ ଓ୍ୱାର୍ଡରେ ୧୩୪ ମହିଳା ପ୍ରାର୍ଥିନୀ ମଇଦାନରେ ଥିବାବେଳେ ବ୍ରହ୍ମପୁରରେ ୪୨ ଓ୍ୱାର୍ଡରୁ ଲଢୁଛନ୍ତି ୬୮ ଓ୍ୱିମେନ୍ କ୍ୟାଣ୍ଡିଡେଟ୍।

Advertisment

ଏସବୁ ଭିତରେ ବିଜେଡି ଦାବି କରିଛି, ଏଥର ତାଙ୍କ ଦଳ ୭୦ ପ୍ରତିଶତରୁ ଅଧିକ ସିଟ୍‌ରେ ମହିଳାଙ୍କୁ ଟିକଟ୍ ଦେଇଛି। ପ୍ରଶ୍ନ- ବିଜେଡି କାହିଁକି ଆପଣାଇଲା ଏଭଲି ଷ୍ଟ୍ରାଟେଜିି ? ରାଜନୀତି ସମୀକ୍ଷକଙ୍କ ମତରେ, ନିକଟରେ ଉତ୍ତର ପ୍ରଦେଶ ସହ ଅନ୍ୟ ୪ ରାଜ୍ୟରେ ବିଜେପିର ବାଜିମାତ୍ ପଛରେ ସବୁଠୁ ଅଧିକ କାମ ଦେଇଛି ମହିଳାଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା। ତେଣୁ ଆଗକୁ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରବେଶକୁ ରୋକିବାରେ ମହିଳାଙ୍କ ଭାଗିଦାରୀକୁ ସବୁଠୁ ବଡ଼ ଅସ୍ତ୍ର ଭାବେ ବିବେଚନା କରି ରାଜ୍ୟରେ ଶାସକଦଳ ଏଭଳି ଗୋଟି ଚଳାଇଛି।

ସେପଟେ ହାଣ୍ଡିଶାଳରୁ ଭୋଟ୍ ଗ୍ରାଉଣ୍ଡକୁ ଆସି ପ୍ରଚାରରେ ମାତିଥିବା ମହିଳା ପ୍ରାର୍ଥୀଙ୍କ ଜୋସ୍ ବି ସବୁଠି ଜବରଦସ୍ତ। କହୁଛନ୍ତି- ଯିଏ ଘର ଚଳାଉଛି, ସିଏ କଣ ଓ୍ୱାର୍ଡ ଚଳାଇ ପାରିବନି। ରୋଷେଇ ଘରଠୁ ରାଜନୀତି ମଇଦାନ କଣ ବେଶୀ କଷ୍ଟକର। ଜୀ-ଜାନ୍ ଲଗାଇ ଭୋଟରଙ୍କୁ ଭେଟୁଥିବା ଏ କ୍ୟାଣ୍ଡିଡେଟ ଜଣକ ହେଲେ କଟକ ୨୩ ନମ୍ବର ଓ୍ୱାର୍ଡରେ ଲଢୁଥିବା ବିଜେପି କର୍ପୋରେଟରଲ ପ୍ରାର୍ଥୀ ସ୍ୱପ୍ନାପ୍ରିୟା ମଲ୍ଲିକ। ସକାଳେ ନିତ୍ୟକର୍ମ ସାରି ଠାକୁରଙ୍କ ଆଶିର୍ବାଦ ଭିକ୍ଷା ପରେ ତର ତର ହୋଇ ସାରିବାକୁ ହେଉଛି ରୋଷେଇବାସ। ଶାଶୁ-ଶ୍ୱଶୁର ଓ ପିଲାଙ୍କ ପାଇଁ ସାରା ଦିନ ପାଇଁ ଯାବତୀୟ ଜିନିଷ ଖଞ୍ଜି ଦେଇ ସାରିବା ପରେ ବାହାରି ଯାଉଛନ୍ତି ପ୍ରଚାର ମଇଦାନକୁ।

Advertisment

ସେମିତି ସେଇ କଟକର ୫୬ ନମ୍ବର ଓ୍ୱାର୍ଡରୁ ଲଢୁଥିବା ଇଏ ଉଚ୍ଚଶିକ୍ଷିତା କଂଗ୍ରେସ ପ୍ରାର୍ଥୀନୀ ଇଂଜିନିୟର ଶ୍ୱେତା ମହାନ୍ତି  ବି-ଟେକ୍ କରିଛନ୍ତି  ଘର ଲୋକଙ୍କ ଅନୁମତି ନେଇ ରାଜନୀତିରେ ଭାଗ୍ୟ ପରୀକ୍ଷା ପାଇଁ ମନ ବଳାଇଛନ୍ତି  ସେମିତି ଗୃହିଣୀ ଧର୍ମରୁ ଟିକେ ବି ବିଚ୍ଯୁତ ନହୋଇ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ୨୪ ନମ୍ବର ଓ୍ୱାର୍ଡର ବିଜେଡି ପ୍ରାର୍ଥିନୀ ଦିପ୍ତିମୟୀ ମୂଳିଆ ରାଜନୀତିରେ ନୂଆ ହୋଇଥିଲେ ବି ଦଳ-ବଳ ଓ କୌଶଳ ତାଙ୍କ ପାଇଁ ଯେମିତି ଲାଗିଛି-କହିଛନ୍ତି ଜିତିଲେ ଘର ଯେମିତି ସମ୍ଭାଳୁଛନ୍ତି, ସେମିତି ଓ୍ୱାର୍ଡ ସମ୍ଭାଳିବେ।

କଟକ ଭଳି ଭୁବନେଶ୍ୱରରେ ବି ଅଛନ୍ତି ମାଳ ମାଳ ମହିଳା ପ୍ରାର୍ଥିନୀ। ତାଙ୍କ ମଧ୍ୟରୁ ଜଣେ ପ୍ରଭାସିନୀ ମହାନ୍ତି। ଗାଁ ଝିଅରୁ ରାଜଧାନୀ ବୋହୂ ହୋଇଥିବା ପ୍ରଭାସିନୀ ୧୧ନମ୍ବର ଓ୍ୱାର୍ଡରୁ ଶାସକ ଦଳର ଟିକେଟ୍‌ରେ କର୍ପୋରେଟର ପ୍ରାର୍ଥୀ କହିଛନ୍ତି- ହାଣ୍ଡିଶାଳ ସମ୍ଭାଳୁ ସମ୍ଭାଳୁ ସମାଜସେବା କରିଛନ୍ତି। ଆଗକୁ ଲୋକେ ଚାହିଁଲେ ଓ୍ୱାର୍ଡ ବି ସମ୍ଭାଳିବେ। ସେମିତି ବ୍ରହ୍ମପୁର ମହାନଗର ନିଗମର ୪ନମ୍ବର ଓ୍ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସାରାଣୀ ଶୁକ୍ଳଙ୍କର ଜୋସ୍‌କୁ ଦେଖିଲେ ବିଶ୍ୱାସ ହେଉନି ଜଣେ ପରଫେକ୍ଟ ଗୃହିଣୀ ବି ପ୍ରଚାର ମଇଦାନରେ ଏତେ ପରଫେକ୍ଟ ବୋଲି।

Advertisment
Odisha Municipal Election Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ