Advertisment

ପଞ୍ଚାୟତ ନିର୍ବାଚନ ପ୍ରଚାର ଗାଇଡଲାଇନ୍ ଜାରି କଲେ SRC

କୌଣସି ପ୍ରକାର ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ କିମ୍ବା ଅନ୍ୟ କୌଣସି ଗାଡ଼ିରେ ଶୋଭାଯାତ୍ରା କରାଯାଇପାରିବ ନାହିଁ।

ଅଦ୍ୟତନ ହୋଇଛି
Odisha Panchayat Polls

Odisha Panchayat Polls

Advertisment

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ନୂଆ ଗାଇଡଲାଇନ୍ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର। ଆଜି ଜାରି ହୋଇଥିବା ନୂଆ ଗାଇଡଲାଇନ ଅନୁସାରେ ପ୍ରାର୍ଥୀ ନିଜକୁ ମିଶାଇ ସର୍ବାଧିକ ୫ ଜଣ ଲୋକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିପାରିବେ। ଏହି ସମୟରେ ସାମାଜିକ ଦୂରତ୍ୱ ବଜାୟ ସହ ମାସ୍କ ପରିଧାନକୁ କୌଣସି ପରିସ୍ଥିତିର ଉଲ୍ଲଂଘନ କରାଯାଇପାରିବ ନାହିଁ।

Advertisment

ପ୍ରଚାର କାର୍ଯ୍ୟକ୍ରମକୁ ଯଥାସମ୍ଭବ ସୋସିଆଲ ଓ ଇଲେ୍କ୍ଟ୍ରୋନିକ୍ସ ମିଡିଆ ଜରିଆରେ ଅଗ୍ରାଧିକାର ଦିଆଯିବ। କୋଭିଡ୍ ୧୯ ଦୃଷ୍ଟିରୁ ୫ ଜଣଙ୍କଠାରୁ ଅଧିକ ଲୋକ ଏକାଠି ହେବା ବାରଣ ଥିବାରୁ କୌଣସି ବଡ଼ ସମାବେଶକୁ ସଂପୂର୍ଣ୍ଣ ମନା କରାଯାଇଛି। କୋଭିଡ ପଜିଟିଭ ହୋଇଥିବା ପ୍ରାର୍ଥୀ କେବଳ ଇଲେକ୍ଟ୍ରୋନିକ ମିଡିଆରେ ପ୍ରଚାର କରିପାରିବେ।

ଆକ୍ରାନ୍ତ ପ୍ରାର୍ଥୀଙ୍କ ପ୍ରତ୍ୟକ୍ଷ ପ୍ରଚାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୌଣସି ପ୍ରକାର ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ କିମ୍ବା ଅନ୍ୟ କୌଣସି ଗାଡ଼ିରେ ଶୋଭାଯାତ୍ରା କରାଯାଇପାରିବ ନାହିଁ। ରାଜନୈତିକ ଦଳ, ସମ୍ଭାବ୍ୟ ପ୍ରାର୍ଥୀ କିମ୍ବା ଅନ୍ୟ କେହି ଗୋଷ୍ଠୀ କୌଣସି ପ୍ରକାର ରାଲି କରିପାରିବେ ନାହିଁ।

Advertisment

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମାଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।

ଫେବ୍ରୁଆରୀ ୧୬, ୧୮, ୨୦, ୨୨, ଓ ୨୪ ତାରିଖରେ ହେବ ମତଦାନ । ୧୬ ଫେବ୍ରୁଆରୀରେ ୭୧ଟି ବ୍ଲକର ୨୦୨ ଜିଲ୍ଲା ପରଷଦ ଜୋନ୍, ୧୮ରେ ୬୮ଟି  ବ୍ଲକ୍‌ର ୧୮୬ ଜିଲ୍ଲା ପରିଷଦ ଜୋନ୍, ୨୦ରେ ୬୩ ବ୍ଲକର ୧୭୧ଟି ଜୋନ୍, ୨୨ରେ ୬୪ଟି ବ୍ଲକ୍‌ର ୧୬୩ ଜୋନ୍ ଓ ୨୪ରେ ୪୮ଟି ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅଧୀନରେ ଥିବା ଓ୍ୱାର୍ଡ ଓ ପଂଚାୟତଗୁଡ଼ିକରେ ମତଦାନ କରାଯିବ ।

Advertisment
SRC Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ