Advertisment

ପଞ୍ଚାୟତ ପରେ ପରେ ହେବ ପୌର ଭୋଟ !

ପ୍ରାୟ ସାଢେ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ହେବାକୁ ଯାଉଛି। ଏଥର କାଉନସିଲ୍‌ର ଓ କର୍ପୋରେଟର ପଦ ସହ ପୌରାଧ୍ୟକ୍ଷ ଓ ମେୟର ପାଇଁ ସିଧାସଳଖ ଭୋଟ ନିଆଯିବ।

Municipality Election

Municipality Election

Advertisment

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ଚାଲିଛି ପକ୍ରିୟା। ଗାଁ ଗାଁରେ ଜମିଲାଣି ରାଜନୈତିକ ମାହୋଲ। ଏସବୁ ଭିତରେ ପୌର ନିର୍ବାଚନ ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି। ପଂଚାୟତ ଭୋଟ ପରେ ପରେ ଅର୍ଥାତ ଏପ୍ରିଲ ଶେଷ କିମ୍ବା ମେ ମାସ ଆରମ୍ଭରେ ସହାରାଂଚଳର ହୋଇପାରେ ଭୋଟ୍। ରାଜ୍ୟର ୧୦୭ଟି ପୌରପରିଷଦ ଓ ଭୁବନେଶ୍ୱର, କଟକ ଏବଂ ବ୍ରହ୍ଣପୁର ମହାନଗର ନିଗମରେ ନିର୍ବାଚନ ହେବ। ଚଳିତ ମାସ ଶେଷ ସୁଦ୍ଧା ଓ୍ୱାର୍ଡ ପୁନନିର୍ଦ୍ଧାରଣ ଓ ଆସନ  ସଂରକ୍ଷଣ ସହ ମେୟର ଓ ପୌରାଧ୍ୟକ୍ଷ ପଦବୀର ସଂରକ୍ଷଣ ଚୂଡାନ୍ତ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ ରାଜ୍ୟ ସରକାର। ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇସାରିଥିବା ବେଳେ ଏବେ ଆପତ୍ତି ଅଭିଯୋଗର ଶୁଣାଣି ଚାଲିଛି।

Advertisment

ତେଣେ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ବୁଥ୍ ଚିହ୍ନଟ ଓ ଓ୍ୱାଡୱାରି ଭୋଟର ଲିଷ୍ଟ ପ୍ରସ୍ତୁତ ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ୨୦୨୨ ଜାନୁୟାରୀରେ ଚିଫ୍ ଇଲେକ୍ଟୋରାଲ ଅଫିସରଙ୍କ ପକ୍ଷରୁ ପ୍ରକାଶିତ ନିର୍ବାଚନମଣ୍ଡଳୀ ଓ୍ୱାରି ଭୋଟର ଲିଷ୍ଟ ମଧ୍ୟରୁ ଓ୍ୱାର୍ଡ ଓ୍ୱାରି ଭୋଟର ଲିଷ୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ତେଣେ ବୁଥ୍ ଚିହ୍ନଟ ଗାଇଡଲାଇନ୍ ଅନୁସାରେ ହଜାରେ ଭୋଟରଙ୍କ ପାଇଁ ଗୋଟିଏ ବୁଥ୍ ରହିବ। ଭୋଟର ସଂଖ୍ୟା ୧୨ଶହରୁ ଅଧିକ ହେଲେ ଆଉ ଏକ ବୁଥ୍ ଗଠନ କରାଯିବ। ପୋଲିସ ଷ୍ଟେସନ୍, ହସପିଟାଲ୍, ଧାର୍ମିକ ଅନୁଷ୍ଠାନ, ପ୍ରାଇଭେଟ୍ କ୍ଲବ ଆଦି ସ୍ଥାନରେ ପୋଲିଂ ବୁଥ୍ ନକରିବାକୁ କୁହାଯାଇଛି। ପୌର ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିଶନ ଭିଡିଓ କନଫରନେସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି।

୨୦୧୮ ସେପ୍ଟେମ୍ବରରେ ପୌର ନିର୍ବାଚନ ହେବା କଥା କିନ୍ତୁ ତାହା ହୋଇନଥିଲା। ପ୍ରାୟ ସାଢେ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ହେବାକୁ ଯାଉଛି। ଏଥର କାଉନସିଲ୍‌ର ଓ କର୍ପୋରେଟର ପଦ ସହ ପୌରାଧ୍ୟକ୍ଷ ଓ ମେୟର ପାଇଁ ସିଧାସଳଖ ଭୋଟ ନିଆଯିବ। ପ୍ରତି ଓ୍ୱାର୍ଡରେ ୨ଟି ଇଭିଏମ୍ ବ୍ୟବହାର ହେବ।ସେଦୃଷ୍ଟିରୁ ୫ ହଜାର ଓ୍ୱାର୍ଡ ଲାଗି ପ୍ରାୟ ୧୧ହଜାର ଇଭିଏମ୍ ଜିଲ୍ଲାମାନଙ୍କୁ ପଠାଯାଉଛି।

Advertisment

୨୦୧୮ ସେପ୍ଟେମ୍ବର ମାସରେ ପୌର ପରିଷଦଗୁଡିକର କାର୍ଯ୍ୟକାଳ ଶେଷ ହୋଇଥିଲା। ମାତ୍ର ସଂରକ୍ଷଣ ବିବାଦ ତୁଟିନଥିବାରୁ ନିର୍ବାଚନ ହୋଇପାରିନଥିଲା। ତେବେ ସର୍ଭେ ସରିନଥିବାରୁ ଏଥର ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ହିଁ ନିର୍ବାଚନ ହେବ।

ରିପୋର୍ଟ: ପାର୍ଥସାରଥୀ ନାୟକ, ଆର୍ତ୍ତତ୍ରାଣ ପ୍ରଧାନ, କାର୍ତ୍ତିକ ମଲ୍ଲିକ ଓ ହରିହର ଚାନ୍ଦ

Advertisment
Municipality Election Odisha Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ