Odisha Politics
ପୁଣି ବିଜେଡି ସରକାରକୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଲଲହଡ଼ାର ଖମାରରୁ ସିଧାସଳଖ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ସାଜିଛନ୍ତି । ୨୩ ବର୍ଷର ସ୍ଥାଣୁ ସରକାରରେ ଅନୁଗୁଳ ଦୀପ ତଳ ଅନ୍ଧାର ଭଳି ନିଷ୍ପେସିତ ହୋଇରହିଛି ।
ପାଲଲହଡ଼ାର ଖମାରକୁ ଗସ୍ତ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାଜନସଂପର୍କ ଅଭିଯାନ ଅଧୀନରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇ ଜଳସେଚନ, ଦାଦନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପିସି କାରବାର ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ୍ କରିଛନ୍ତି ।
ଅଧିକ ପଢ଼ନ୍ତୁ: ‘ଓଡ଼ିଶାରେ ଫାଳେ ଇଞ୍ଜିନରେ ଚାଲିଛି ସରକାର’
ଏଥିସହ ଅପାରଗ ରାଜ୍ୟ ସରକାରଙ୍କ ଯୋଗୁଁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବ୍ୟବସ୍ଥିତ ଭାବେ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚିପାରୁନଥିବା ଅଭିଯୋଗ କରିଛନ୍ତି । ତେବେ ଏସଂପର୍କରେ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687748421.jpg)