Advertisment

ଆଜି କୋଟିଆରେ ପଞ୍ଚାୟତ ଭୋଟ୍‌, ଆନ୍ଧ୍ରକୁ ଚେକମେଟ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି କୋଟିଆବାସୀ

ଆଜି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆରେ ଭୋଟ୍ ଗ୍ରହଣ ଚାଲିଛି। ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି।

ଅଦ୍ୟତନ ହୋଇଛି
Voting Begins In Kotia

Voting Begins In Kotia

Advertisment

ନେତା ବାଛୁଛନ୍ତି କୋଟିଆବାସୀ। ଆଜି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆରେ ଭୋଟ୍ ଗ୍ରହଣ ଚାଲିଛି। ମାଡ଼କାର, ଫଗୁଣସିନେରି, ତାଡ଼ିବାଲସା, ତଳ ଓ ଉପର ସେମ୍ବି ଏବଂ ଗଞ୍ଜେଇପଦର ଆଦି ୧୩ଟି ବୁଥ୍‌ରେ ପଞ୍ଚାୟତ ନିର୍ବାଚନ କରାଯାଉଛି। ୫ ହଜାର ୭୯୦ ଭୋଟର ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀ ବାଛିବେ।

Advertisment

ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି। ଏଥର ଆନ୍ଧ୍ରକୁ ଚେକମେଟ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି କୋଟିଆବାସୀ। ସରପଞ୍ଚ ପଦବୀ ପାଇଁ ୭ ଜଣ ନିର୍ବାଚନ ଲଢ଼ୁଥିବା ବେଳେ ସମିତି ସଭ୍ୟ ଅପ୍ରତିନ୍ଦ୍ୱନ୍ଦୀ ରହିଛନ୍ତି। ତେଣୁ ନିର୍ବାଚନ ସର୍ବଦଳୀୟ ବନାମ ସର୍ବ ସାଧାରଣ ହୋଇଛି। କୋଟିଆ ନିର୍ବାଚନ ଉପରେ ଏବେ ଓଡ଼ିଶା ଏବଂ ଆନ୍ଧ୍ର ସରକାରଙ୍କ ନଜର ରହିଛି। 

ଆଜି ସକାଳ ୭ଟାରୁ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ସମୟର ହିଂସାକାଣ୍ଡ ନଦୋହରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ମତଦାନ ଚାଲିଛି।  

Advertisment
Odisha Panchayat Polls Kotia Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ