/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644742122.jpg)
fake voter
ଫେକ ଭୋଟର ସାବଧାନ ! ନିର୍ବାଚନ ସମୟରେ ରାଜନୀତି ସରଗରମ ଥିବା ବେଳେ ନକଲି ମତଦାତାଙ୍କୁ ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କେହି ଫେକ୍ ଭୋଟର ବୋଲି ଜଣାପଡ଼ିଲେ, ତାକୁ ତୁରନ୍ତ ପୋଲିସ ଜିମା ଦିଆଯିବ ।
Advertisment
ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ଚ୍ୟାଲେଞ୍ଜ କରିପାରିବେ । ୨ ଟଙ୍କା ଦେଇ ଭୋଟରଙ୍କ ପରିଚୟକୁ ଚାଲେଞ୍ଜ କରିପାରିବେ ଏଜେଣ୍ଟ । ଏହାସହ ପ୍ରିଜାଇଡିଂ ଅଫିସରମାନେ ସ୍ପଟ୍ ଉପରେ ଯାଞ୍ଚ କରିପାରିବେ । ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଭୋଟରଙ୍କୁ ପୋଲିସ ନିକଟରେ ଜିମା ଦିଆଯିବ । ସେହିପରି ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ ।
ଜଣଙ୍କ ସ୍ଥାନରେ ଅନ୍ୟ ଜଣେ ଭୋଟ ଦେଇଥିଲେ ତାକୁ କାଉଣ୍ଟ କରାଯିବନି । ସେ କ୍ଷେତ୍ରରେ ସେହି ବ୍ୟକ୍ତିଙ୍କୁ ଟେଣ୍ଡଡ୍ ଭୋଟ ପାଇଁ ଅନୁମତି ମିଳିବ । ଅନ୍ୟପଟେ ଭୋଟ ଦେଇଥିବା ସେହି ବାଲାଟ ପେପରକୁ ଅଲଗା ରଖାଯିବ । ପୋଲିଂ ଅଫିସରମାନଙ୍କ ପାଇଁ ଭୋଟ ଦେବା ବ୍ୟବସ୍ଥା ରହିବ ନାହିଁ ବୋଲି ମଧ୍ୟ ନିର୍ବାଚନ କମିଶନ କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)