Advertisment

ପଞ୍ଚାୟତ ମଇଦାନରେ ବି କୋଟିପତି ପ୍ରାର୍ଥୀ

ତୃଣମୂଳସ୍ତରର ପଲିଟିକ୍ସରେ ଖାଲି କୋଟିପତି ପ୍ରାର୍ଥୀ ନାହାନ୍ତି, ଗ୍ଲାମର ଗାର୍ଲ ବି ଭାଗ୍ୟ ପରୀକ୍ଷା କରୁଛନ୍ତି।

Panchayat Election

Panchayat Election

Advertisment

ସମ୍ବଲପୁର ଜିଲ୍ଲା ବଂଶାଜାଲ ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ କସ୍ତୁରୀ ପ୍ରଧାନ। ଗଲା ଥର ନିର୍ଦ୍ୱନ୍ଦ୍ୱରେ ଜିତିଥିଲେ ହେଲେ ଏଥର ପ୍ରତିଦ୍ୱନ୍ଦ୍ୱୀଙ୍କୁ ସାମ୍ନା କରିବାକୁ ପଡ଼ିଛି। ସକାଳ ୧୦ ବାଜିଲେ, ଏକ୍ସୟୁଭି ଗାଡ଼ିରେ ବସି ବାହାରି ଯାଉଛନ୍ତି ଭୋଟ୍ ଭିକ୍ଷା କରିବାକୁ। କାରଣ ସେ ଜଣେ କୋଟିପତି ପ୍ରାର୍ଥୀ ଯାହା ସ୍ପଷ୍ଟ ହୋଇଛି। ତାଙ୍କ ନିର୍ବାଚନୀ ସତ୍ୟପାଠରୁ କସ୍ତୁରୀଙ୍କ ନାଁରେ ରହିଛି ପ୍ରାୟ ୮କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି। ସେମିତି ଚଳିତ ନିର୍ବାଚନରେ ଆଉ ଜଣେ କୋଟିପତି ପ୍ରାର୍ଥିନୀ ହେଲେ ରେବତୀ ନାୟକ। ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀର ୪୩ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ସେ ଏଥର ବିଜୁ ଜନତା ଦଳର କ୍ୟାଣ୍ଡେଟ୍। ସେ ତାଙ୍କ ସତ୍ୟପାଠରେ ଦର୍ଶାଇଥିବା ତଥ୍ୟ ଅନୁସାରେ ତାଙ୍କ ସ୍ୱାମୀ ଓ ତାଙ୍କ ନିଜ ନାଁରେ ଥିବା ଭୂସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ ସବୁକୁ ମିଶାଇଲେ ସେ କୋଟିପତି।

Advertisment

ରେବତୀ କହିଛନ୍ତି ଟଙ୍କା ପଇସା ଗୋଟେପଟେ ତ ଜନସେବା, ଆରପଟେ ଗଲାଥର ସ୍ୱାମୀ ସମିତିସଭ୍ୟ ଜିତିଥିଲେ, ତାଙ୍କର ଯେଉଁ ଇଚ୍ଛା ଅଧୁରା ରହିଯାଇଛି ଏଥର ସେ ପୂରଣ କରିବେ। ସେଇ ବାଲେଶ୍ୱର ଜିଲ୍ଲା ପରିଷଦର ୨୯ ନମ୍ବର ଜୋନ୍‌ରେ ଲଢୁଥିବା ବିଜେପି ପ୍ରାର୍ଥୀ ବିଜୟ ନାୟକ ବି ଜଣେ କୋଟିପତି। ଇଏ ବିଜୟଙ୍କ ସତ୍ୟପାଠର ନକଲ, ଯେଉଁଥିରେ ତାଙ୍କ ପରିବାରର ସମ୍ପତ୍ତିର ମୂଲ୍ୟ ୧କୋଟି ୩୩ଲକ୍ଷ ଟଙ୍କା ଦର୍ଶାଯାଇଛି। ତାସହ ତାଙ୍କ ନାଁରେ ୨ଖଣ୍ଡ ଗାଡ଼ି ବି ରହିଛି। ସେ ମଧ୍ୟ କହୁଛନ୍ତି କୋଟିଏ ଟଙ୍କା ବଡ଼ ନୁହେଁ ଜନସେବା ପାଇଁ କୋଟିଏ ଟଙ୍କାର ମନ ଦରକାର।

ତେବେ ତୃଣମୂଳସ୍ତରର ପଲିଟିକ୍ସରେ ଖାଲି କୋଟିପତି ପ୍ରାର୍ଥୀ ନାହାନ୍ତି, ଗ୍ଲାମର ଗାର୍ଲ ବି ଭାଗ୍ୟ ପରୀକ୍ଷା କରୁଛନ୍ତି। ଏଇ ଯେମିତି ବଲାଙ୍ଗିର ଜିଲ୍ଲା ଚୂଡ଼ାପାଲ୍ଲୀ ପଞ୍ଚାୟତରେ ଘର ଘର ବୁଲି ଭୋଟ୍ ମାଗୁଥିବା ସରପଞ୍ଚ ପ୍ରାର୍ଥିନୀ ପ୍ରିୟଙ୍କା ନନ୍ଦ। ପାଠୋଇ ବି, ସୁନ୍ଦରୀ ବି। ଏଇଥିପାଇଁ ତାଙ୍କୁ ସୁନ୍ଦରୀ କହୁଛୁ-କାରଣ ତାଙ୍କ କ୍ୟାରିଅର ଓ ବ୍ୟାକଗ୍ରାଉଣ୍ଡର ଚିତ୍ର ଓ ତଥ୍ୟ ଦୁଇଟି ଯାକ ଜାଣିଲେ ଆପଣ ବି ତାଜୁବ ହୋଇଯିବେ। ଢୁଳୁସର ଗାଁର ପ୍ରିୟଙ୍କା, ପେଷାରେ ଜଣେ ମଡେଲ୍।

Advertisment

ଭୋପାଳରେ ବିଭିନ୍ନ ସଂସ୍ଥା ସହ କାମ କରୁଛନ୍ତି। ୨୦୧୫ ମସିହାରେ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ମିସ୍ ଫଟୋଜେନିକ୍ ବି ହୋଇଥିଲେ। ପରେ ୨୦୨୦ରେ ଇଣ୍ଡିଆନ୍ ଷ୍ଟାଇଲ୍ ଆଇକନ୍ ପ୍ରତିଯୋଗିତାରେ ବି ସଫଳ ହୋଇଥିଲେ ପ୍ରିୟଙ୍କା। ଏବେ ଅନେକ ନାମୀ ବ୍ରାଣ୍ଡ ସହ ସେ କାମ କରୁଛନ୍ତି। ଏଥିରେ ତାଙ୍କ ପ୍ରେରଣା ବଡ଼ଭଉଣୀ ଶ୍ୱେତା। ପେଷାରେ ସେ ବି ଜଣେ ପ୍ରଫେସନାଲ୍ ମଡେଲ। ତେବେ ଗାଁ ଲୋକଙ୍କ ପାଇଁ କିଛି କରିବାର ଇଚ୍ଛା ଆଜି ତାଙ୍କୁ ପଞ୍ଚାୟତ ନିର୍ବାଚନ ମଇଦାନକୁ ଟାଣି ଆଣିଛି। ଭୋଟର ବି କହୁଛନ୍ତି-ଶିକ୍ଷିତା ଝିଅ ଆମ ଗାଁ ପାଇଁ ନିଶ୍ଚୟ ଭଲ କାମ କରିବ।

Odisha Panchayat Election Political Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ