Advertisment

ଚିହ୍ନ ପାଇବା ପରେ ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ଫେସବୁକ୍, ହ୍ୱାଟସପ୍, ଇନଷ୍ଟାଗ୍ରାମ, ଟୁଇଟର ଓ ଭିଡିଓ ମେସେଜ୍ ଜରିଆରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ ହୋଇଛି।

undefined

Panchayat Election

Advertisment

ଭୁବନେଶ୍ୱର: ଚୂଡାନ୍ତ ହୋଇଛି ପ୍ରାର୍ଥୀ ତାଲିକା ଓ୍ୱାର୍ଡମେମ୍ବର, ସରପଞ୍ଚ ଓ ସମତିସଭ୍ୟ ପ୍ରାର୍ଥୀଙ୍କୁ ମିଳିଛି ନିର୍ବାଚନୀ ଚିହ୍ନ। ପଞ୍ଚାୟତ ନିର୍ବାଚନ ମଇଦାନର ଚିତ୍ର ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଛି କ୍ୟାମ୍ପେନିଂ। ମୋହନା ନିର୍ବାଚନ ମଣ୍ଡଳୀର ପିଣ୍ଡିକି ପଞ୍ଚାୟତରେ କାନ୍ଥରେ ଲାଗୁଛି କେଟଲି ଚିହ୍ନ ଥିବା ପୋଷ୍ଟର। ସମତିସଭ୍ୟ ପ୍ରାର୍ଥୀ ଦେବାନନ୍ଦ ନାୟକ ୫ ସମର୍ଥକଙ୍କ ସହ ଆଜି ପୋଷ୍ଟର ମାରିବା ସହ ଭୋଟରଙ୍କ ସମର୍ଥନ ଭିକ୍ଷା କରିଛନ୍ତି। କିଛି ସ୍ଥାନରେ ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଥିବା ବେଳେ ଆଉ କିଛି ସ୍ଥାନରେ ପ୍ରଚାର ମଇଦାନକୁ ଓହ୍ଲାଇବା ଲାଗି ଚାଲିଛି ସଜବାଜ।

Advertisment

ଗଞ୍ଜାମ କୁକୁଡାଖଣ୍ଡି ବ୍ଲକ ରୋହିଗାଁ ଓ ବହଳଝୁଳି ପଂଚାୟତର ପ୍ରାର୍ଥୀମାନେ ବ୍ରହ୍ଣପୁରର ଆସି ନିଜ ଫଟୋ ଓ ଚିହ୍ନ ଥିବା ପୋଷ୍ଟର ଛାପିବାରେ ଲାଗିୁଛନ୍ତି। ଆଉ ତାପରେ ଭୋଟ୍ ମାଗିବାକୁ ଲୋକଙ୍କ ପାଖକୁ ଯିବେ। ଆଉ କିଛି ପ୍ରାର୍ଥୀ ଘରକୁ ଘର ବୁଲି ଭୋଟରଙ୍କ ସମର୍ଥନ ପାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ମାଛ ଚିହ୍ନ ପାଇଥିବା ଗଞ୍ଜାମ ମଥୁରା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ହେମନ୍ତ ସେଠୀଙ୍କୁ ଭୋଟରଙ୍କ ପାଖକୁ ଯାଇ ନିଜ ଚିହ୍ନ ସଂପର୍କରେ ଅବଗତ କରାଇବା ସହ ସେମାନଙ୍କ ସମର୍ଥନ ଜୁଟାଇବା ପ୍ରୟାସରେ ଅଛନ୍ତି। ବାଲେଶ୍ୱର ଗୋପିନାଥପୁର ପଂଚାୟତରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସତ୍ୟାଭମା ବେହେରା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଗୟାଧର ବେହେରାଙ୍କ ନେଇ ପ୍ରଚାର ଚଳାଇଥିବା ବେଳେ ଯାଜପୁର ସଦରବ୍ଲକ ବିଚିତ୍ରପୁର ସରପଞ୍ଚ ପାର୍ଥୀ ପୁସିଂକାର୍ଡ ବାଣ୍ଟି ନିଜ ସପକ୍ଷରେ ଜନସମର୍ଥନ ଜୁଟାଇବାରେ ଲାଗିଛନ୍ତି। 

ରାଜ୍ୟର ତିନି ପ୍ରମୁଖ ଦଳ କୋଭିଡ ଗାଇଡଲାଇନ୍ ଭିତରେ ପ୍ରଚାର ଷ୍ଟ୍ରାଟେଜୀ ଚୂଡାନ୍ତ କରିଛନ୍ତି। ଫେସବୁକ୍, ହ୍ୱାଟସପ୍, ଇନଷ୍ଟାଗ୍ରାମ, ଟୁଇଟର ଓ ଭିଡିଓ ମେସେଜ୍ ଜରିଆରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ଏଥିପାଇଁ ବିଭିନ୍ନ ପ୍ରକାର ଗୀତ ଓ ସ୍ଲୋଗାନର ସାହାରା ନିଆଯିବ। ତେବେ ତୃଣମୂଳସ୍ତରର ନିର୍ବାଚନ ହୋଇଥିବାରୁ ଫୋକସରେ ରହିଛି ଡୋର ଟୁ ଡୋର କ୍ୟାମ୍ପେନିଂ। ପ଼ଞ୍ଚାୟତିରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ମୁକ୍ତ କରିବା ନେଇ ଇସ୍ତାହାର ଆଣିବ ବିଜେପି। ଗ୍ରାମ ସଡକ ଯୋଜନା ଓ ମନରେଗାରେ ଦୁର୍ନିତି, ଭତ୍ତା ବଣ୍ଟନରେ ଅନିୟମିତତା, ପ୍ରାଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତି ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ। ରାଜ୍ୟ ଓ କେନ୍ଦ୍ରର ବିଫଳତାକୁ ନିର୍ବାଚନୀ ମୁଦ୍ଦା କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଥିବା ବେଳେ ଗାଁ ଗହଳିରେ ଚାଲିଥିବା ବିକାଶ କାମ ହିଁ ଦଳର ଇସ୍ତାହର ହେବ ବୋଲି ବିଜେଡି କହିଛି। ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇ ପ୍ରଚାର ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଅସନ୍ତୁଷ୍ଟ ନେତା ସବୁ ଦଳଙ୍କ ପାଇଁ ମୁଣ୍ଡବ୍ୟଥାର ଚିନ୍ତାର କାରଣ ପଲଟିଛନ୍ତି। 

Advertisment

ମୋହନାରୁ ମିହିର ଜ୍ୟୋତି, ବ୍ରହ୍ମପୁର ଅଶୋକ ବ୍ରହ୍ମା,ବାଲେଶ୍ୱରରୁ ରଶ୍ମିରଂଜନ ଦାସ ଓ ଭୁବନେଶ୍ୱର ହରିହର ଚାନ୍ଦଙ୍କ ରିପୋର୍ଟ ଓଟିଭି...

BJD BJP Congress Odisha Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ