Advertisment

ମାଛ ଚିହ୍ନରେ ଠିଆ ହୋଇଥିବାରୁ ମାଛ ଧରି ଭୋଟ ମାଗିଲେ ପ୍ରାର୍ଥୀ

ମୋର ଚିହ୍ନ ମାଛ ଚିହ୍ନ ହୋଇଥିବାରୁ ହାତରେ ମାଛ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛି।

Panchayat Election

Panchayat Election

Advertisment

ଜଳେଶ୍ୱର: ମାଛ ଧରି ନିର୍ବାଚନ ପ୍ରଚାର। ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି। ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏଥର ଅଭିନବ ଓ ନୂତନ ଉପାୟ ବାହାର କରିଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁସୁଡା ଗ୍ରାମ ପଞ୍ଚାୟତର କଳ୍ପନା ମାହାନା। ହାତରେ ମାଛ ଧରି ଭୋଟ ମାଗୁଛନ୍ତି। କଳ୍ପନା ମାହାନା ସରପଞ୍ଚ ପ୍ରାର୍ଥୀ ହିସାବରେ କୁସୁଡାରୁ ଛିଡା ହୋଇଛନ୍ତି। ତାଙ୍କର ଚିହ୍ନ ମାଛ ରହିଛି। ମାଛ ଚିହ୍ନ ଥିବାରୁ ସେ ଘରକୁ ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଘରକୁ ଘର ଭୋଟ ମାଗିବା ସହିତ ଲୋକଙ୍କୁ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି। 

Advertisment

ଏନେଇ କଳ୍ପନା ମାହାନା କହିଛନ୍ତି, ମୋର ଚିହ୍ନ ମାଛ ଚିହ୍ନ ହୋଇଥିବାରୁ ହାତରେ ମାଛ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛି।  ଏଇ ମାଛ ଚିହ୍ନରେ ଭୋଟ ଦେଲେ ମୁଁ ତାଙ୍କ ସୁଖ ଦୁଃଖରେ ସାଥୀ ହେବି । ପଞ୍ଚାୟତର ବିକାଶ ବିଶେଷ କରି ପାନୀୟ ଜଳ, ରାସ୍ତାଘାଟ ଓ ଶିକ୍ଷାର ବିକାଶ କିପରି ହୋଇପାରିବ, ସେଥିପାଇଁ ଭୋଟ୍ ମାଗୁଛି। ସେହିପରି କୁସୁଡା ପଂଚାୟତର ସମିତି ସଭ୍ୟ ଦୁର୍ଗା ମଣି ଜେନା କେଟଲି ଚିହ୍ନ ପାଇଥିବାରୁ ସେ କେଟଲି ହାତରେ ଧରି ସମର୍ଥକଙ୍କ ସହ ଭୋଟ ମାଗୁଛନ୍ତି।  

ସେପଟେ କଲମ ଦେଇ ଭୋଟ ନିବେଦନ ଚାଲିଛି। ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ନିଜ ଆଡ଼କୁ ଜନମତ ଆଣିବା ପାଇଁ ଆପଣେଇଛନ୍ତି ଭିନ୍ନ ଭିନ୍ନ ତରିକା। ଗଞ୍ଜାମ କୁକୁଡାଖଣ୍ଡି ବ୍ଲକ ଲୋଚାପଡ଼ା ପଞ୍ଚାୟତର ୱାର୍ଡ ମେମ୍ବର ପ୍ରାର୍ଥୀ ନୃସିଂହ ପାତ୍ର କଲମ ଧରି ପ୍ରଚାର କରୁଛନ୍ତି। ତାଙ୍କୁ କଲମ ଚିହ୍ନ ମିଳିଥିବାରୁ ପ୍ରଚାର ବେଳେ ଘରକୁ ଘର ଯାଇ କଲମ ଖଣ୍ଡେ ବାଣ୍ଟୁଛନ୍ତି। ଘରେ ଘରେ ଛୋଟ ଛୋଟ ଛୁଆ ଥିବା ବେଳେ ସେମାନଙ୍କ ପଢ଼ାପଢ଼ି ବେଳେ କଲମର ଆବଶ୍ୟକ ପଡ଼ୁଥିବାରୁ ପ୍ରଚାର ବେଳେ ସେ କଲମ ଖଣ୍ଡିକ ଦେଇ ଭୋଟ ଭିକ୍ଷା କରୁଥିବା ଦେଖାଦେଇଛି।

Advertisment
Odisha Panchayat Election Political Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ