Advertisment

ଲଢ଼େଇରୁ ଓହରି ଯିବାକୁ ବିରୋଧୀ ପ୍ରାର୍ଥୀଙ୍କ ଉପରେ ପଡୁଛି ଚାପ

ମହାନଗର ହେଉ କି ପୌର ପରିଷଦ, ଅଧିକାଂଶ ସ୍ଥାନରେ ବିଜେଡିର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ଲଢୁଥିବାରୁ ଦଳର ଟେନସନ୍ ବଢିଛି।

ULB Poll

ULB Poll

Advertisment

ପୌର ଭୋଟ୍ ପୂର୍ବରୁ ତେଜିଲା ପ୍ରେସର୍ ପଲିଟିକ୍ସ। ବିଭିନ୍ନ ପୌରାଞ୍ଚଳରେ ବିଜେପି ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ବିଜେଡି ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରୁ ଶେଷଦିନରେ କେହି ଯେଭଳି ନାମାଙ୍କନ ପ୍ରତ୍ୟାହାର କରିବେ ନାହିଁ। ସେଥିପାଇଁ ବ୍ରହ୍ଣପୁର ଉପଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ଜଗିଛନ୍ତି ବିଜେପି ନେତା। ପୂର୍ବରୁ ୩୪, ୩୫, ୩୨ ଓ ୧୩ ନମ୍ବର ଓ୍ୱାର୍ଡରୁ ଦଳର କର୍ପୋରେଟର ପ୍ରାର୍ଥୀ। ନାମାଙ୍କନ ପ୍ରତ୍ୟାହାର କରିସାରିଥିବାରୁ ଏଭଳି ପହରା ଦେଇଥିଲେ ନେତା ଓ କର୍ମୀ ଦଳ ଅଭିଯୋଗ କରିଛି, ଶାସକ ଦଳର ଚାପ ଯୋଗୁଁ ପ୍ରାର୍ଥୀମାନେ ଲଢ଼େଇରୁ ଓହରି ଯାଇଛନ୍ତି।

Advertisment

ସେପଟେ ଗଂଜାମ ବୁଗୁଡା ଏନ୍ଏସିରୁ ଆସିଛି ସାଂଘାତିକ ଅଭିଯୋଗ। ଏଠି ବିଜେଡି ନୁହେଁ ଖୋଦ୍ ନିର୍ବାଚନ ଅଧିକାରୀ। ସଂଗ୍ରାମ କେଶରୀ ଜେନା ବିଜେପିର କିଛି ପ୍ରାର୍ଥୀଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ କହିଥିବା ଅଭିଯୋଗ ହୋଇଛି। ଯାହାର ପ୍ରତିବାଦରେ ଏନ୍ଏସି ଅଫିସ୍ ଆଗରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ନିର୍ବାଚନ ଅଧିକାରୀ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି।

ମହାନଗର ହେଉ କି ପୌର ପରିଷଦ, ଅଧିକାଂଶ ସ୍ଥାନରେ ବିଜେଡିର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ଲଢୁଥିବାରୁ ଦଳର ଟେନସନ୍ ବଢିଛି। ଶେଷ ଦିନରେ ସେମାନଙ୍କୁ ମନାଇବା ଲାଗି ସ୍ଥାନୀୟ ନେତାମାନେ ନିଜ ସ୍ତରରେ ଉଦ୍ୟମ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟରେ ଦଳର ହେଭିେଓ୍ୱଟମାନେ ଏଭଳି ପ୍ରାର୍ଥୀଙ୍କୁ ବୁଝାସୁଝା କରିଥିଲେ କିଛି ପ୍ରାର୍ଥୀ, ନାମାଙ୍କନ ପ୍ରତ୍ୟାହାର କରିନେଇଥିବା ବେଳେ ଆଉ କିଛି ସ୍ବାଧୀନ ଭାବେ ଲଢିବେ ବୋଲି ଘୋଷଣା କରିଛନ୍ତି।

Advertisment

ଭୁବନେଶ୍ୱର ୧୬ ନମ୍ବର ଓ୍ୱାର୍ଡର ବିଜେଡି ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ପ୍ରଶାନ୍ତ ସ୍ୱାଇଁଙ୍କୁ ନାମାଙ୍କନ ପ୍ରତ୍ୟାହର କରିବାକୁ କୁହାଯିବା ପରେ ସେ କାନ୍ଦି ପକାଇଥିଲେ। ଶେଷରେ ଲଢ଼େଇରୁ ଓହରି ଯାଇଛନ୍ତି। ହେଲେ ଘଣ୍ଟା ଘଣ୍ଟା ଆଲୋଚନା ପରେ ବି ବୁଝିନଥିଲେ ୪୬ ନାମ୍ବର ଓ୍ୱାର୍ଡର ମଧୁ ରେଡ୍ଡି। ସେହିପରି ୩୭ ନମ୍ବର ଓ୍ୱାର୍ଡରୁ ବନ୍ଦିତା ପାଲ୍ ସ୍ୱାଧୀନ ଭାବେ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୌର ନିର୍ବାଚନରେ କଂଗ୍ରେସ୍ ଅନେକ ଓ୍ୱାର୍ଡରେ ପ୍ରାର୍ଥୀ ହିଁ ଦେଇନାହିଁ। ଭୁବନେଶ୍ୱରର ୨୧ଟି ଓ ବ୍ରହ୍ମପୁରର ୧୭ଟି ଓ୍ୱାର୍ଡ ସମେତ  ଅନ୍ୟ କିଛି ପୌରାଞ୍ଚଳର କେତେକ ଓ୍ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେବାରେ ବିଫଳ ହୋଇଛି। ତେଣୁ ଅଧିକାଂଶ ସ୍ଥାନରେ ବିଜେଡି-ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ହେବ ବୋଲି କୁହାଯାଉଛି।

Advertisment

ରିପୋର୍ଟ: ଅଶୋକ ବ୍ରହ୍ମା, ଅକ୍ଷୟ ମହାରଣା, ସୌମ୍ୟରଂଜନ ସାହୁ, ଜଗଦୀଶ ଦାସ, ହରିହର ଚାନ୍ଦ

Election Commission Odisha Municipal Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ