ବୈଜୟନ୍ତଙ୍କ ଭଳି ନେତା ପାଇ କେନ୍ଦ୍ରାପଡ଼ାବାସୀ ସୌଭାଗ୍ୟବାନ : ଯୋଗୀ ଆଦିତ୍ୟନାଥ

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ମାହାଙ୍ଗା କୁଳିଆରେ ଯୋଗୀଙ୍କ ବକ୍ତବ୍ୟ । ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଭୁରି ପ୍ରଶଂସା କଲେ ଯୋଗୀ । ବୈଜୟନ୍ତଙ୍କ ଭଳି ନେତା ପାଇ କେନ୍ଦ୍ରାପଡ଼ାବାସୀ ସୌଭାଗ୍ୟବାନ ବୋଲି କହିଲେ ।

Yogi Adityanath

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ମାହାଙ୍ଗା କୁଳିଆରେ ଯୋଗୀଙ୍କ ବକ୍ତବ୍ୟ । ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଭୁରି ପ୍ରଶଂସା କଲେ ଯୋଗୀ । ବୈଜୟନ୍ତଙ୍କ ଭଳି ନେତା ପାଇ କେନ୍ଦ୍ରାପଡ଼ାବାସୀ ସୌଭାଗ୍ୟବାନ ବୋଲି କହିଲେ । ବୈଜୟନ୍ତ ଉତ୍ତର ପ୍ରଦେଶରେ ବଡ଼ ଦାୟିତ୍ୱ ନେଇଥିଲେ ।

କିନ୍ତୁ ତାଙ୍କୁ ଓଡ଼ିଶାର ଆବଶ୍ୟକତା ଥିବା କହି ପ୍ରଧାନମନ୍ତ୍ରୀ ପଠାଇଲେ । ଓଡ଼ିଶାର ବିକାଶ, ଅସ୍ମିତା ଆଗକୁ ନେବାକୁ ବୈଜୟନ୍ତ ପଣ୍ଡା ଅଛନ୍ତି । ବୈଜୟନ୍ତଙ୍କୁ ବିଜୟୀ କରି ମୋଦିଙ୍କ ଚାର୍‌ଶୋ ପାର୍‌କୁ ସଫଳ କରନ୍ତୁ ବୋଲି କେନ୍ଦ୍ରାପଡ଼ାରେ ଆହ୍ୱାନ ଦେଇଛନ୍ତି ଯୋଗୀ ।

ପ୍ରଥମେ ସଭାରେ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ବକ୍ତବ୍ୟ ଆରମ୍ଭ କଲେ । କହିଲେ କେନ୍ଦ୍ରାପଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇବାକୁ ୟୁପିରୁ ଆସିଛି । ୟୁପି ମଡେଲ ବୁଲ୍‌ଡୋଜର ମୁଁ ଆସିବା ପୂର୍ବରୁ ଏଠି ପହଞ୍ଚି ଗଲିଣି ବୋଲି କହିଛନ୍ତି । ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବାବୁରାଜ ଚାଲିଲେ ଅବ୍ୟବସ୍ଥା ବଢ଼ିବ।

ଅଧିକ ପଢ଼ନ୍ତୁ: ‘BJD ତ ସରକାର କରିପାରିବନି, ଏମାନଙ୍କୁ କାହିଁକି ଜିତାଇବା’

ଗରିବଙ୍କ ଶୋଷଣ, ମାଫିଆରାଜ ଚାଲିଥାଏ ବୋଲି କହିଛନ୍ତି ଯୋଗୀ । ୨୫ ବର୍ଷ ହେଲାଣି ବାବୁରାଜ ଓଡ଼ିଶା ଶାସନକୁ ନିଜ କବ୍‌ଜାକୁ ନେଇଯାଇଛି । ଓଡ଼ିଶାର ବିକାଶକୁ ୫୦ ବର୍ଷ ପଛକୁ ନେଇଯାଇଛି ବାବୁରାଜ। ସୁଶାସନ ଆଧାରଶୀଳାକୁ ସୁଦୃଢ଼ କରିବାକୁ ଡବଲ ଇଂଜିନ ସରକାର ଆଣନ୍ତୁ ବୋଲି ଯୋଗୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

ପାକିସ୍ତାନ ଉପରେ ମନ୍ତବ୍ୟ ଦେବାକୁ ଯାଇ କହିଛନ୍ତି, ମୋଦିଙ୍କ ଶାସନରେ ସୀମା ସୁରକ୍ଷିତ; ଆତଙ୍କବାଦ ସମାପ୍ତ ହୋଇଛି । ପାକିସ୍ତାନ ଜାଣିଛି, ଏ ନୂଆ ଭାରତରେ ବଦମାସୀ ଚଳିବନି । କେହି ବଦମାସୀ କଲେ କାହାକୁ ଛଡ଼ାଯିବନି । ସମସ୍ତଙ୍କୁ ପକ୍କା ଘର, ପ୍ରତି ଘରକୁ ନଳରେ ଜଳ ଦେବେ ମୋଦି ।

ନବୀନ ବାବୁ ଏ ବୟସରେ କଣ କରୁଛନ୍ତି କିଛି ବୁଝାପଡୁନି ବୋଲି କହିଛନ୍ତି ଯୋଗୀ । ଓଡ଼ିଶାର ଅସ୍ମିତା ସହ ଖେଳ ଚାଲିଛି । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀକୁ ସୁରକ୍ଷା ଦିଆଯାଉଛି ବୋଲି କହିଛନ୍ତି । ବାବୁ ରାଜ ଏଠି ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ମାଫିଆଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଏଠିକା ବିଜୁଳି ଓଡ଼ିଶା ଲୋକଙ୍କୁ ମହଙ୍ଗା, ବାହାର ରାଜ୍ୟକୁ ଶସ୍ତା ଦିଆଯାଉଛି ।

ଅଧିକ ପଢ଼ନ୍ତୁ: ‘ଏଠି ମୁଖ୍ୟମନ୍ତ୍ରୀ ନାହାଁନ୍ତି, ପାଣ୍ଡିଆନ ସବୁ କବ୍‌ଜା କରି ନେଇଛନ୍ତି’

ବାବୁ ରାଜ ଚକ୍କରରେ ପଡ଼ି ଯାଇଛନ୍ତି ନବୀନ ବାବୁ ବୋଲି କହିଛନ୍ତି ଯୋଗୀ। ନବୀନ ବାବୁଙ୍କୁ ଏତେ ବର୍ଷ ଦେବା ସତ୍ତ୍ୱେ ଓଡ଼ିଶା ବିକାଶ କରିପାରିଲାନି । ୟୁପିର ସବୁ ମାଫିଆଙ୍କୁ ଓଲଟା ଲଟକାଇ ରାମ୍ ନାମ୍‌ ସତ୍ୟହେ କରିଦେଇଛୁ । ମାଫିଆଙ୍କ ପଇସା ସାଧାରଣ ଲୋକଙ୍କ ହିତରେ ଲଗାଇ ଦେଇଛୁ ।

ମାଫିଆରାଜ୍‌ ସମାପ୍ତ ପାଇଁ ବୁଲ୍‌ଡୋଜର ଲଗାଇ ଦେଇଛୁ । ୟୁପିରେ ବୁଲ୍‌ଡୋଜର ସୁଶାସନର ପ୍ରତୀକ ପାଲଟିଛି ବୋଲି କହିଛନ୍ତି ଯୋଗୀ ।

ସେପଟେ ପାଣ୍ତିଆନଙ୍କୁ ଟାର୍ଗେଟ କରି ଯୋଗୀ କହିଛନ୍ତି, ଓଡ଼ିଶାକୁ ପଛକୁ ନେବା ତାମିଲବାବୁଙ୍କ ଉଦ୍ଦେଶ୍ୟ । ତାମିଲବାବୁଙ୍କ ଉଦ୍ଦେଶ୍ୟ ବାଂଲାଦେଶୀଙ୍କୁ ଅନୁପ୍ରବେଶ କରାଇବା ।

Rephrase with Ginger (Ctrl+Alt+E)