Advertisment

ବିଜେପି ସଂକଳ୍ପ ପତ୍ର: ସରକାରକୁ ଆସିଲେ ଖୋଲିଯିବ ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ଚାରିଦ୍ୱାର

ବିଜେପି ପକ୍ଷରୁ ଆଜି ଜାରି ହୋଇଥିବା ୨୧ ସଂକଳ୍ପ ମଧ୍ୟରେ ଶ୍ରୀମନ୍ଦିର ପ୍ରସଙ୍ଗକୁ ଦିଆଯାଇଛି ଗୁରୁତ୍ୱ ।

Ratna Bhandar

Ratna Bhandar

Advertisment

ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ। ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କଲେ। ବିଜେପି ସଂକଳ୍ପ ପତ୍ର ‘ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି’। ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ । ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତଠୁ ଧରି କୃଷି ଓ କୃଷକଙ୍କ କଲ୍ୟାଣ, ମହିଳା ଓ ଶିଶୁଙ୍କ ବିକାଶ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତି ସାଙ୍ଗକୁ ଉତ୍ତମ ଶାସନ ଏବଂ ସର୍ବୋପରି ଓଡ଼ିଆ ଅସ୍ମିତାର ରକ୍ଷା ପାଇଁ ବି ୨୦୨୪ ନିର୍ବାଚନବେଳେ ନିଜ ନିର୍ବାଚନୀ ଇସ୍ତାହାରରେ ନିର୍ଭର ପ୍ରତିଶ୍ରୁତି ଦେଇଛି ବିଜେପି।

Advertisment

ତେବେ ବିଜେପି ପକ୍ଷରୁ ଆଜି ଜାରି ହୋଇଥିବା ୨୧ ସଂକଳ୍ପ ମଧ୍ୟରେ ଶ୍ରୀମନ୍ଦିର ପ୍ରସଙ୍ଗକୁ ଦିଆଯାଇଛି ଗୁରୁତ୍ୱ । ରାଜ୍ୟ ସରକାରଙ୍କ କୁପରିଚାଳନା ଯୋଗୁ ପୁରୀ ମନ୍ଦିରରେ ହିନ୍ଦୁ ଭକ୍ତଙ୍କ ପ୍ରତି ହେଉଥିବା ଅନ୍ୟାୟ ଆଚରଣକୁ ବିଜେପି ସରକାର ଆସିବା ମାତ୍ରେ ବିଚାର କରିବ ବୋଲି ନିର୍ବାଚନ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଛି।

ଏହାସହ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିବ ବୋଲି କହିଛି ବିଜେପି । ସେହିପରି ରତ୍ନଭଣ୍ଡାର ଖୋଲି ଜଗନ୍ନାଥ ମହାପ୍ରଭୁଙ୍କର ସମ୍ପତ୍ତିର ତାଲିକା ପ୍ରସ୍ତୁତ କରି ରାଜ୍ୟବାସୀଙ୍କ ନିକଟରେ ରିପୋର୍ଟ ସାର୍ବଜନୀନ ହେବ। ପୁରୀ ପରିକ୍ରମା ଯୋଜନାରେ ଭଙ୍ଗା ଯାଇଥିବା ମଠଗୁଡ଼ିକ ଯଥାରିତ କାର୍ଯ୍ୟକ୍ଷମ ହେବା ପାଇଁ ସହାୟତା କରିବୁ ଏବଂ ଭକ୍ତମାନଙ୍କ ପାଇଁ ଜଗନ୍ନାଥଙ୍କ ଚାରିଦ୍ୱାର ଖୋଲାଯିବ । ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ପରିଚାଳନା କରାଯିବ ବୋଲି ଆଜି ନିଜ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଛି ବିଜେପି ।

Advertisment

ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ଜେପି ନଡ୍ଡାଙ୍କ କହିଛନ୍ତି, ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଜନୀତିର ସଂସ୍କୃତି ବଦଳିଛି। ନିର୍ବାଚନୀ ଇସ୍ତାହାରର ଗରିମା, ମହତ୍ୱ ବଢ଼ି ଯାଇଛି। ପୂର୍ବ ସରକାର ସମୟରେ ଇସ୍ତାହାର ଲୋକ ଦେଖାଣିଆ ଥିଲା। ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ସେମାନେ ଭୁଲି ଯାଉଥିଲେ। ଏବେ ମୋଦି ସରକାରଙ୍କ ସଂକଳ୍ପ ‘ଯାହା କହିଛୁ, କରି ଦେଖାଇଛୁ’। ଅର୍ଥାତ ଯାହା କହିଛୁ କରିଛୁ, ଯାହା କହୁଛୁ, ନିଶ୍ଚିତ କରି ଦେଖାଇବୁ।

ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ

  1. ବିଜେଡିର ସର୍ବବ୍ୟାପ୍ତ ଦୁର୍ନୀତିକୁ ଆମେ ସମାପ୍ତ କରିବୁ। ଦୁର୍ନୀତି ନେଇ ଶୂନ୍ୟ ସହନଶୀଳ ନୀତି ପ୍ରଣୟନ କରିବୁ। ଯାହାର ପଇସା ଯାଇଛି, ନିଶ୍ଚିତ ଆଦାୟ କରିବୁ। ଚିଟ୍‌ଫଣ୍ଡ ପଇସା ୧୮ ମାସ ମଧ୍ୟରେ ଆମେ ଫେରାଇବୁ। ଖଣିଜରୁ ମିଳୁଥିବା ଲାଭ ଓଡ଼ିଶାର ବିକାଶ ପାଇଁ ଲଗାଇବୁ।
  2. ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା କରିବୁ। ଚାଷୀଙ୍କୁ ଧାନ କ୍ରୟର ୪୮ ଘଣ୍ଟା ମଧ୍ୟରେ ପଇସା ମିଳିଯିବ। କଟନୀ ଛଟନୀ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ।
  3. ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା- ପ୍ରତି ମହିଳାଙ୍କୁ ୫୦ ହଜାର ମିଳିବ। କ୍ୟାସ୍‌ ଭାଉଚର ମିଳିବ, ୨ ବର୍ଷ ମଧ୍ୟରେ ଏନ୍‌କ୍ୟାସ କରିବେ।
  4. ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ଦେଶର ସବୁ ମେଟ୍ରୋ ସହରରେ ନିର୍ମାଣ ହେବ ଓଡ଼ିଆ ସମୁଦାୟ ଭବନ ନିର୍ମାଣ କରାଯିବ।
  5. ଆଗାମୀ ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ। ଏଥିପାଇଁ ଆମେ ୫୦୦ ସ୍ୱୟଂସହାୟକ ଗୋଷ୍ଠୀର ଏକ ଶିଳ୍ପ କ୍ଲଷ୍ଟର ସୃଷ୍ଟି କରି ଉତ୍ପାଦିତ ସାମଗ୍ରୀର ବିପଣନ ପାଇଁ ସୁବିଧା ପ୍ରଦାନ ଏବଂ ପ୍ରୋତ୍ସାହନ ସହ ପତ୍ପାଦିତ ସାମଗ୍ରୀର ବିକ୍ରି କରିବାର ସୁବିଧା ପ୍ରଦାନ କରିବୁ।
  6. ପ୍ରତ୍ୟେକ ମତ୍ସଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବୁ।
  7. ସାରା ରାଜ୍ୟରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରାଯିବ। ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ।
  8. ଓଡ଼ିଶାର ଅର୍ଥନୀତିକୁ ଶ୍ରେଷ୍ଠ କାର୍ଯ୍ୟକ୍ଷମ ଅର୍ଥନୀତିରେ ପରିଣତ କରିବା ସହ ୨୦୨୯ ମଧ୍ୟରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ରାଜ୍ୟର ୪ଟି ଆଇଟି ପାର୍କ- ଭୁବନେଶ୍ୱର, ରାଉରକେଲା, ବାଲେଶ୍ବର, ବ୍ରହ୍ମପୁରରେ ହେବ।
  9. ଓଡ଼ିଆରେ ଆଇନ୍‌, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମର ପ୍ରଚଳନ କରିବୁ।
  10. ଖାଲି ଥିବା ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ କରିବୁ। ଏହି ପଦବୀ ପୂରଣରେ OBC ଓ EWS ବର୍ଗକୁ ଅଗ୍ରାଧିକାର ଦେବୁ।
  11. କେନ୍ଦୁପତ୍ର ତୋଳାଳୀ କଲ୍ୟାଣ ଯୋଜନା ଆରମ୍ଭ କରି ଏହାରି ମାଧ୍ୟମରେ କେନ୍ଦୁପତ୍ର କ୍ୟାରୀ ପିଛା ୨ଟଙ୍କାରେ କିଣିବୁ ଏବଂ କେନ୍ଦୁପତ୍ର ତୋଳାଳୀଙ୍କୁ ୩୫ ପ୍ରତିଶତ ଓ କେନ୍ଦୁପତ୍ର ବନ୍ଧାଳୀଙ୍କୁ ୧୦ ପ୍ରତିଶତ ବୋନସ ଦେବୁ।
  12. ପିଏମ୍‌ଏୱାଇ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରିବୁ।
  13. ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ। ହଜିଥିବା ଚାବିର ତଦନ୍ତ ହେବ, ରତ୍ନଭଣ୍ଡାର ଖୋଲାଯିବ। ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ। କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ। ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲି ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ। ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ପରିଚାଳନା କରାଯିବ।
  14. ବୁଣାକାରଙ୍କ ଜୀବୀକାର ଉନ୍ନତି ପାଇଁ ପଶ୍ଚିମ ଓଡ଼ିଶାରେ ୩ଟି ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ ସ୍ଥାପନ କରି ୫୧ ହଜାରରୁ ଅଧିକ ଚାକିରି ସୃଷ୍ଟି। ବୁଣାକାର ସମ୍ମାନ ନିଧି ଜରିଆରେ ପ୍ରତ୍ୟକ ବୁଣାକାରଙ୍କୁ ମାସିକ ସାଢ଼େ ୩ ହଜାର ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ।
  15. ଅଣସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା କଭରେଜ୍‌।
  16. କ୍ଷମତାକୁ ଆସିଲେ ୧୦୦ ଦିନ ମଧ୍ୟରେ ଦେଶର ସବୁଠାରୁ ବଡ଼ ସ୍ୱାସ୍ଥ୍ୟବୀମା ଯୋଜନା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିବୁ।
  17. ବିଦ୍ୟାଳୟ ଗୁଡ଼ିକରେ ଡ୍ରପଆଉଟକୁ ରୋକିବା ପାଇଁ ପ୍ରତ୍ୟେକ ଜନଜାତି ଛାତ୍ରଛାତ୍ରୀଙ୍କୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ ବାର୍ଷିକ ୫ ହଜାର ଟଙ୍କା ସହାୟତା ଦେବୁ।
  18. ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା ଭତ୍ତା ୩ ହଜାର ଟଙ୍କା କରାଯିବ।
  19. ମିଶନ ସ୍ୱାସ୍ଥ୍ୟ ଓଡ଼ିଶା ଯୋଜନାରେ ୧୦୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ତସ୍ତରୀୟ ଡାକ୍ତରଖାନା କରିବୁ। ପ୍ରତ୍ୟେକ ଜିଲ୍ଲାରେ ନର୍ସିଂ କଲେଜ, ଏକ ମେଡିକାଲ କଲେଜ୍‌ ଓ ସୁପରସ୍ପେଶାଲିଷ୍ଟ ମେଡିକାଲ ନିର୍ମାଣ କରିବୁ।
  20. ପର୍ଯ୍ୟଟନ ଅର୍ଥନୀତିକୁ ବଢ଼ାଇବା ସହ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବୁ।
  21. ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣାରେ ବିଜୁଳି ଯୋଗାଇବୁ।
Advertisment
BJP JP Nadda General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ