Advertisment

ବାପାଙ୍କ ଗଡ଼ରେ ପୁଅକୁ ଟିକେଟ୍; ବାଜି ମାରିବେ ନା ଖେଳ ଓଲଟାଇବେ ?

ବେଗୁନିଆ-ବୋଲଗଡ଼ରେ ଜାନକୀଙ୍କ ପୁଅ ପୃଥ୍ବୀବଲ୍ଳଭ କଂଗ୍ରେସ ଯୋଦ୍ଧା । ଟିକେଟ୍ ପାଉ ପାଉ ପରୋକ୍ଷରେ ପ୍ରତିପକ୍ଷଙ୍କୁ ପୃଥ୍ବୀବଲ୍ଳଭଙ୍କ ନିଶାନା  । ବାପାଙ୍କ ସମୟରେ ଲୋକଙ୍କ ପାଇଁ ଦୁଆର ଖୋଲାଥିଲା  କହିଲେ ପୃଥ୍ବୀବଲ୍ଳଭ ।

undefined

Pruthvi Ballav Patnaik

Advertisment

ନା ବିଜେଡି ନା ବିଜେପି, ପ୍ରାର୍ଥୀ ଘୋଷଣାକୁ ନେଇ ଉଭୟ ଦଳଙ୍କ ଅଙ୍କ ଛିଣ୍ଡୁନି । ତେଣେ ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ବେଗୁନିଆ-ବୋଲଗଡ଼ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏଠିକାର ଦୁଇ ଦୁଇଥରର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭଙ୍କ ପୁଅ ପୃଥ୍ବୀବଲ୍ଳଭ ପଟ୍ଟନାୟକଙ୍କୁ ଦେଇଛି ଟିକେଟ୍ । ଟିକେଟ୍ ପାଉ ପାଉ ପରୋକ୍ଷରେ ବିଜେଡି ଓ ବିଜେପିକୁ ନିଶାନା କରି ପୃଥ୍ବୀବଲ୍ଳଭ କହିଛନ୍ତି-ବାପାଙ୍କ ସମୟରେ ଲୋକଙ୍କ ପାଇଁ ଦୁଆର ଖୋଲାଥିଲା, ଏବେ ବିଧାୟକଙ୍କ ଦେଖା ମିଳୁନି ।

Advertisment

ବାପାଙ୍କ ଗଡ଼ରେ ପୁଅକୁ ଟିକେଟ୍ । ବାଜି ମାରିବେ ନା ଖେଳ ଓଲଟାଇବେ ? ବେଗୁନିଆ-ବୋଲଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ କଂଗ୍ରେସ ଟିକେଟ୍ ମିଳିବା ପରେ ଆରମ୍ଭ ହୋଇଛି ଏଭଳି ଚର୍ଚ୍ଚା । ଗୋଟିଏ ପଟେ ବେଗୁନିଆ ଟିକେଟ୍ ଘୋଷଣାକୁ ନେଇ ବିଜେଡି-ବିଜେପି ଛକାପଞ୍ଝା ଚାଲିଥିବାବେଳେ ଆଜି ପ୍ରାଥମିକ ପ୍ରତିକ୍ରିୟା ରଖି, ପରୋକ୍ଷରେ ଉଭୟ ଦଳଙ୍କୁ ନିଶାନା କରିଛନ୍ତି ଜାନକୀଙ୍କ ପୁଅ। 

କହିଛନ୍ତି ଏଠାରୁ ଯିଏ ବିଧାୟକ ହେଉଛନ୍ତି, ଲୋକ ତାଙ୍କୁ ଆଉ ପାଉ ନାହାନ୍ତି। ଭୋଟ୍ ପାଇ ଜିତିଲା ପରେ ଅଞ୍ଚଳବାସୀଙ୍କୁ ଭୁଲି ଯାଉଛନ୍ତି। ଗତ ପଞ୍ଚାୟତ ନିର୍ବାଚନଠାରୁ ମୁଁ ଲୋକଙ୍କ ସହ ଅଛି ଓ ସଂଗଠନ କରୁଛି । ବାପା ଏଠୁ ଜିତି ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ସେ କରିଥିବା ଭନ୍ନତିମୂଳକ କାମକୁ ଲୋକେ ଆଜି ଯାଏଁ ଭୁଲି ପାରୁନାହାନ୍ତି। ବାପାଙ୍କ ସମୟରେ ଲୋକଙ୍କ ପାଇଁ ଦୁଆର ଖୋଲାଥିଲା, ଏବେ ଏଠାରୁ ଯିଏ ବିଧାୟକ ହେଉଛନ୍ତି, ଲୋକ ତାଙ୍କୁ ଦେଖିପାରୁନାହାନ୍ତି। ଭୋଟର ସବୁ ଦେଖୁଛନ୍ତି, କିଏ ସେମାନଙ୍କ ସହ ରହିବ। ଆମେ ହିଁ ତାହା ପୂରଣ କରିବୁ ବୋଲି ପ୍ରତିଶ୍ରୁତି ଦେଉଛୁ ବୋଲି କହିଛନ୍ତି ପୃଥିବୀବଲ୍ଳଭ ।

Advertisment

ରାଜ୍ୟ ରାଜନୀତିରେ ଏକଦା ଚାଣକ୍ୟ ନାଁରେ ପରିଚିତ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଳଭ ପଟ୍ଟନାୟକ। ଆଜି ସେ ଯେଉଁଠୁ କଂଗ୍ରେସ୍ ପ୍ରାର୍ଥୀ ଏକଦା ସେଇ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀ ଥିଲା ଦଳର ଅଭେଦ୍ୟ ଗଡ଼। ୨୯ ବର୍ଷ ତଳେ ୧୯୯୫ ମସିହାରେ ଏଠିକା ଉପନିର୍ବାଚନରେ ପ୍ରାୟ ୪୭ ହଜାରରୁ ଅଧିକ ଭୋଟରେ ଜନତା ଦଳ ପ୍ରାର୍ଥୀ ପ୍ରସନ୍ନ ପାଟଶାଣୀଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ଜେବି । ପରେ ୨୦୦୪ରେ ପୁଣି ଏଇଠୁ ଜିତି ହୋଇଥିଲେ ବିରୋଧୀ ଦଳ ନେତା। ହେଲେ ଜାନକୀ ଏ ନିର୍ବାଚନମଣ୍ଡଳୀ ଛାଡ଼ିବା ପରଠୁ ଦୀର୍ଘ ୧୫ବର୍ଷ ହେଲା କଂଗ୍ରେସ ଆଉ ସେଠି ବିଜୟ ସ୍ବାଦ ଚାଖିପାରିନି।

 ୨୦୧୯ରେ କଂଗ୍ରେସ ଏଠୁ ପ୍ରଦୀପ ସାହୁଙ୍କୁ ଟିକେଟ୍ ଦେଇଥିଲା, ହେଲେ ଗତ ପଞ୍ଚାୟତ ନିର୍ବାଚନବେଳେ ସେ ହାତ ଛାଡ଼ି ଏବେ ବିଜେଡି ଟିକେଟ୍ ଆଶାୟୀ। ସେବେଠୁ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଦଳୀୟ ସଂଗଠନ ଚାବିକାଠି ଧରିଛନ୍ତି ପୃଥିବୀବଲ୍ଳଭ। ଗାଁ ଗାଁ ବୁଲୁଛନ୍ତି, ଲୋକଙ୍କୁ ଭେଟୁଛନ୍ତି। ତେଣୁ ତାକୁ ଭରସା କରି ପ୍ରାର୍ଥୀ ଭାବେ ମଇଦାନକୁ ଛାଡ଼ିଛି ଦଳ। ଟିକେଟ୍ ଘୋଷଣା ପରେ ପୁରୁଣା କଂଗ୍ରେସ କର୍ମୀ ପୃଥ୍ବିବୀବଲ୍ଳଭଙ୍କ ପ୍ରାର୍ଥୀତ୍ବକୁ ନେଇ ବେଶ୍ ଉତ୍ସାହିତ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଲୀର ପ୍ରତିଟି ତୃଣମୂଳ ସ୍ତରର କଂଗ୍ରେସ କର୍ମୀ । ଏବେ ଦେଖିବାର କଥା କଂଗ୍ରେସର ପୃଥ୍ବୀବଲ୍ଳଭଙ୍କ ବିରୋଧରେ ବେଗୁନିଆ-ବୋଲଗଡ଼ ମଇଦାନରେ କିଏ କିଏ ହେଉଛନ୍ତି ବିଜେପି ଓ ବିଜେଡି ଯୋଦ୍ଧା ?

Advertisment
Congress General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ