Advertisment

'ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ'

ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ। ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହିପାରୁଥିବେ।

ଅଦ୍ୟତନ ହୋଇଛି
Jaynarayan Mishra Says Over Odisha New CM

Jaynarayan Mishra

Advertisment

ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ସମ୍ବଲପୁରର ବିଜୟୀ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର କହିଛନ୍ତି ଲୋକେ ବିକଳ୍ପ ଖୋଜୁଥିଲେ। ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ ଓ ସଫଳ ହେଲୁ। ଲୋକଙ୍କ ଭିତରେ କ୍ରୋଧ ଥିଲା। ଡାକ୍ତର, ଶିକ୍ଷକ ନାହାନ୍ତି, ଧାନମଣ୍ଡି ଇସ୍ୟୁ ମୁଖ୍ୟ ପ୍ରସଙ୍ଗ ଥିଲା। କିନ୍ତୁ ଲୋକଙ୍କ ପାଖରେ ବିକଳ୍ପ ନଥିଲା, ଲୋକେ ବିକଳ୍ପ ଖୋଜୁଥିଲେ।

Advertisment

ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ। ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହିପାରୁଥିବେ। ଓଡ଼ିଶାର ବିକାଶ ଓ ଏକ ନମ୍ବର ରାଜ୍ୟ କରିବା ଆମର ଲକ୍ଷ୍ୟ। ତେବେ ଶ୍ରୀମନ୍ଦିର ପ୍ରସଙ୍ଗରେ କହିଛନ୍ତି ରତ୍ନଭଣ୍ଡାର ଚାବି ବାହାର କରିବୁ। କୋଷ୍ଟାଲ ହାଇୱେ ନିର୍ମାଣ କରିବୁ। କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି ବୋଲି କହିଛନ୍ତି ଜୟନାରାୟଣ।

ଅଧିକ ପଢ଼ନ୍ତୁ:  ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

Advertisment

ଟଳିଗଲେ ରଥି ମହାରଥୀ। ଧରାଶାୟୀ ନିଜେ ଛତ୍ରପତି। ସରକାର ବିରୋଧୀ ସୁନାମୀରେ ନିଜ ସିଟ୍ ବି ରଖି ପାରିଲେନି ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୀବନରେ ପ୍ରଥମଥର ପାଇଁ ଚାଖିଲେ ପରାଜୟର ସ୍ୱାଦ। ହିଞ୍ଜିଳି ଜିତିଥିଲେ ବି, କଣ୍ଟାବାଞ୍ଜିରେ ମାତ୍ ଖାଇଛନ୍ତି ନବୀନ। ବିଜେପି ଝଡ଼ରେ ବିଜେଡିର ବହୁ ମହାଦ୍ରୁମଙ୍କ ହୋଇଛି ମୂଳୋତ୍ପାଟନ। ଉପବାଚସ୍ପତି ସାଲୁଗା ପ୍ରଧାନ, ୧୧ ମନ୍ତ୍ରୀଙ୍କ ସମେତ ବିଜେଡିର ୫୧ ବିଧାୟକଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା।

ମାତ୍ ଖାଇଥିବା ମନ୍ତ୍ରୀମାନେ ହେଲେ ଅଶୋକ ପଣ୍ଡା, ବିକ୍ରମ ଆରୁଖ, ପ୍ରଦୀପ ଅମାତ, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ରୀତା ସାହୁ, ଜଗନ୍ନାଥ ସାରକା, ପ୍ରୀତିରଞ୍ଜନ ଘଡ଼େଇ, ସୁଦାମ ମାରାଣ୍ଡି ଓ ବାସନ୍ତୀ ହେମ୍ବ୍ରମ। ହାରିଥିବା ହେଭିୱେଟ ମାନଙ୍କ ମଧ୍ୟରେ ଅଛନ୍ତି ପଦ୍ମନାଭ ବେହେରା, ରମେଶ ଚ୍ୟାଉ ପଟ୍ଟନାୟକ, ଦେବୀ ମିଶ୍ର, ପ୍ରଶାନ୍ତ ମୁଦୁଲି, ସଞ୍ଜୟ ଦାସବର୍ମା, ଉମା ସାମନ୍ତରାୟ, ସୁଶାନ୍ତ ସିଂ ପ୍ରମୁଖ। ଅନେକ ଅଭିଜ୍ଞ ବି ଧୂଳି ଚାଟିଛନ୍ତି ନବାଗତଙ୍କ ସାମ୍ନାରେ। ସେପଟେ ଲୋକସଭା ନିର୍ବାଚନରେ ହାରିଛନ୍ତି ପ୍ରଣବ ପ୍ରକାଶ ଦାସ, ଅଚ୍ୟୁତ ସାମନ୍ତ, ପ୍ରଦୀପ ମାଝୀ, ସଂତୃପ୍ତ ମିଶ୍ର, ଭୃଗୁ ବକ୍ସିପାତ୍ରଙ୍କ ଭଳି ଚର୍ଚ୍ଚିତ ବିଜେଡି ପ୍ରାର୍ଥୀ।

Advertisment

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ପାଣ୍ଡିଆନ୍ ? BJD ର ବିପର୍ଯ୍ୟୟ ପରେ ଗାଏବ୍ ଦ୍ୱିତୀୟ ସର୍ବଶକ୍ତିମାନ୍ ନେତା

BJP Odisha CM Odisha Politics Jaynarayan Mishra General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ