Advertisment

ରାଜନୀତି ଛାଡ଼ିଲେ ଭିକେ ପାଣ୍ଡିଆନ୍‌

ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ପାଣ୍ଡିଆନ୍ ।

ଅଦ୍ୟତନ ହୋଇଛି
VK Pandian

VK Pandian

Advertisment

ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ଭିକେ ପାଣ୍ଡିଆନ । ଏକ ଭିଡିଓ ବାର୍ତ୍ତ ଜରିଆରେ ଘୋଷଣା କଲେ ଭିକେ ପାଣ୍ଡିଆନ । ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ପାଣ୍ଡିଆନ୍ । ନିର୍ବାଚନ ପ୍ରଚାର ସମୟରେ ଏକ ସଭାରେ ପାଣ୍ଡିଆନ୍‌ ଘୋଷଣା କରିଥିଲେ ଯେ ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନ ହେବେ ତେବେ ସେ ରାଜନୀତିରୁ ସନ୍ୟାସ ନେବେ ।

Advertisment

ତେବେ ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କଲେ ପାଣ୍ଡିଆନ୍‌ । ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀ ନିକଟରେ କ୍ଷମା ପ୍ରାର୍ଥନା କଲେ । ସୂଚନା ଅନୁସାରେ IAS ଚାକିରିରୁ ଅବସର ନେବା ପରେ ଗତବର୍ଷ ନଭେମ୍ବର ୨୭ରେ ବିଜେଡିରେ ସେ ଯୋଗ ଦେଇଥିଲେ ।

Advertisment

ସୂଚନା ଅନୁସାରେ ୨୪ ନିର୍ବାଚନରେ ବିଜେଡିର ଦୁର୍ଗ ପତନ ହେବେ ପରେ ସିଧା ଶଙ୍ଖ ଭବନରେ ଶୁଭିଥିଲା ବିଦ୍ରୋହର ଧ୍ୱନି । ଶୁଭିଲା ପାଣ୍ଡିଆନ୍ ବିରୋଧୀ ନାରା । ଅସନ୍ତୋଷ ଏତେ ଚରମ ସୀମାରେ ପହଞ୍ଚିଥିଲା ଯେ, ଶୁକ୍ରବାର ବିଜେଡି ମୁଖ୍ୟାଳୟରେ ଦଳର ଯୁବ-ଛାତ୍ର କର୍ମୀମାନେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଦେଇଥିଲେ ପାଣ୍ଡିଆନ୍ ମୁର୍ଦ୍ଦାବାଦର ସ୍ଲୋଗାନ୍ । ଖାଲି ସେତିକି ନୁହେଁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ବିରୋଧରେ ବି କରିଥିଲେ ଜୋରଦାର ନାରାବାଜି ।

ବିଜେଡି ହାରିବାର ପ୍ରମୁଖ କାରଣ ପାଣ୍ଡିଆନ୍ ବୋଲି କହି ରାଗ ଝାଡିଥିଲେ । ତା ସହ ପାଣ୍ଡିଆନ୍ ଦିଲ୍ଲୀ ଯିବା ନେଇ ସସ୍ମିତ୍ ପାତ୍ର କାହିଁକି ପ୍ରେସମିଟ୍ କରୁଥିଲେ ବୋଲି ମଧ୍ୟ ସଂଗଠନ ସଂପାଦକଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିବାର ସୂଚନା ମିଳିଥିଲା । କଥା ଏଇଠି ସରିନଥିଲା, ଏଥର ବ୍ରହ୍ମଗିରିରୁ ଲଢ଼ି ହାରିଥିବା ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ସାମନ୍ତରାୟ ବି ବିଷ ଓଗାଳିଥିଲେ । ଚାରି ଚାରି ଥର ମନା କରିବା ସତ୍ତ୍ୱେ ତାଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟ କରି ବ୍ରହ୍ମଗିରି ଆସନରୁ ଟିକେଟ୍ ଦେଇଥିଲେ । ଯାହାର ପରିଣାମ ସ୍ୱରୂପ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା ବୋଲି ଗତକାଲି କହିଥିଲେ ଉମା ।

Advertisment

କେବଳ ଶଙ୍ଖ ଭବନର ଚିତ୍ର ନୁହେଁ ବିଜେଡିର ଲଜ୍ଜାଜନକ ପରାଜୟ ପରଠୁ ଦଳୀୟ ନେତାଙ୍କ ଖୋଲାଖୋଲି ଅସନ୍ତୋଷ ଜାରି ରହିଥିଲା । ଫଳାଫଳ ବାହାରିବା ପରେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଶଶୀଭୂଷଣ ବେହେରା ବି କରିଥିଲେ ନିଶାନା। କହିଥିଲେ ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନାରୁ ଦୂରେଇ ରଖିବାରୁ ଦଳକୁ ଏଭଳି ପରିଣାମ ଭୋଗିବାକୁ ପଡ଼ିଲା। ସେମିତି ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ବି କହିଥିଲେ ଏବେ ପାଣ୍ଡିଆନଙ୍କ ବିନା ନବୀନ ବାବୁ ସବୁ କାମ କରିପାରିବେ। 

BJD VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ