ପୁଣି ଆଚରଣବିଧି ଉଲଂଘନ! ସରକାରୀ କର୍ମଚାରୀ ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି । ଏ ନେଇ ପ୍ରେସମିଟ୍ କରି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ।

Odisha Politics

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି । ଏ ନେଇ ପ୍ରେସମିଟ୍ କରି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ । ବର୍ତ୍ତମାନ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମିଶନ ଶକ୍ତିର ଏମବିକେ, ସିଆରପି, ଶିକ୍ଷକ, ଅଧ୍ୟାପକଙ୍କଠାରୁ ଆରମ୍ଭ କରି ଅନେକ ସରକାରୀ କର୍ମଚାରୀ ଶାସକ ଦଳ ଲାଗି ଖୁଲମଖୁଲା ପ୍ରଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ନିକଟରେ ମାର୍ଶାଘାଇ ମିଶନ ଶକ୍ତି ଫେଡରେସନର ଜଣେ ସଭାନେତ୍ରୀ, ତାରିଣୀ କଲେଜର କ୍ରୀଡା ବିଭାଗର ଅଧ୍ୟାପକଙ୍କୁ ବିଜେଡି ରାଲିରେ ଦେଖିବାକୁ ମିଳିଛି । ଏହାର ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି । ଜିଲ୍ଲାର ଅନେକ ସ୍ଥାନରେ ଶାସକ ଦଳର ବ୍ୟାନର ପୋଷ୍ଟର ଲାଗିଥିବା ବେଳେ ଶାସକ ଦଳର ଇଙ୍ଗିତରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ବିଜେପିର ବ୍ୟାନର,ପତାକା ଓ ପୋଷ୍ଟରକୁ ଚିରୁଥିବା ବିଜେପି ଅଭିଯୋଗ କରିଛି।

ଅଧିକ ପଢ଼ନ୍ତୁ: BJPକୁ ଭୋଟ ଦେଲେ ବୋଲି ମାଡ଼ ଖାଇଲେ-ଗାଁରେ ଜରିମାନା ଦେଲେ !

ସେପଟେ ଏନେଇ ବିଜେଡି କିମ୍ବା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନି । ଅନ୍ୟପଟେ ଗତ କିଛିଦିନ ତଳେ ନିର୍ବାଚନ ଆଚାରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଦୁଇ ଭାରପ୍ରାପ୍ତ ଶିକ୍ଷକ ନିଲମ୍ବିତ ହୋଇଥିଲେ । ଏମାନେ ହେଲେ ପାପଡାହାଣ୍ଡି ବ୍ଲକ ପିତାରୀଗୁଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୌତମ ଚରଣ ସାହୁ ଏବଂ ଡାବୁଗାଁ ବ୍ଲକ ପୂଜାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ମନୋଜ କୁମାର ଭତ୍ରା ।

ଦୁହିଁଙ୍କୁ ନିଲମ୍ବନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କମଳ ଲୋଚନ ମିଶ୍ର । ଦୁହେଁ ସରକାରୀ ଚାକିରି କରି BJDର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା । ଗତ ଏପ୍ରିଲ୍‌ ୨୬ତାରିଖରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୈଦଲପୁରରେ ହୋଇଥିବା ବିଜେଡିର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ନେଇ ଅଭିଯୋଗ ଆଣିଥିଲା ବିଜେପି ।

ନିଲମ୍ବନ ପରେ ଦୁହିଁଙ୍କୁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି । ସେହିପରି ଗତ କିଛିଦିନ ତଳେ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଥିଲେ ଢେଙ୍କାନାଳ ବିଜେଡି ବିଧାୟକ ସୁଧିର କୁମାର ସାମଲ । ନିଜ ଫେସବୁକ୍ ଆଇଡିରେ ଲୋକଙ୍କୁ ସାଇକେଲ ବଣ୍ଟନ କରୁଥିବାର ଫଟୋ ପୋଷ୍ଟ କରିଥିଲେ ।

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା BJD ନେତା; ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

ଗତ ଏପ୍ରିଲ ୨୦ ତାରିଖ ଶନିବାର ରାତିରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଅଉଖମା ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ସାଇକେଲ ବାଣ୍ଟିଥିଲେ ସୁଧିର । ଏହାର ଫଟୋ ସେ ନିଜ ଫେସବୁକ୍ ରେ ଅପଲୋଡ କରିଥିଲେ I ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ସମୟରେ ଆଚରଣ ବିଧି ଉଲଙ୍ଘନ ନେଇ ଅଭିଯୋଗ ମଧ୍ୟ ଉଠିଛି ।

ତେବେ ଏନେଇ ସୁଧୀର କହିଥିଲେ, ତୈଳିକ ବୈଶ୍ୟ ସମାଜର କର୍ଯ୍ୟକ୍ରମରେ ଯୋଗ ଦେଇ ଯାଇଥିବା ବେଳେ ସାଇକେଲ ବଣ୍ଟନ କରାଯାଇଥିଲା । ତୈଳିକ ସମାଜ ସଦସ୍ୟଙ୍କ ଅନୁରୋଧ କ୍ରମେ ସେ ସାଇକେଲ ବଣ୍ଟନ କରିଥିଲେ । ତେବେ ସେ ଯେଉଁ ସାଇକେଲ ବଣ୍ଟନ କଲେ ତାହା ତାଙ୍କ ପଇସାରେ ନୁହେଁ ବୋଲି ସେ କହିଥିଲେ