ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ରାଜ୍ୟ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି: କେନ୍ଦ୍ର ଇସ୍ପାତମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଇସ୍ପାତମନ୍ତ୍ରୀ ଫଗନ ସିଂ କୁଲାସ୍ତେଙ୍କ ପାଞ୍ଚ ପ୍ରଶ୍ନ । ଓଡ଼ିଶାରେ ଖଣି ମାଫିଆ ସକ୍ରିୟ ଅଛନ୍ତି । ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ଓଡିଶା ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

Union Minister Faggan Singh Kulaste

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଇସ୍ପାତମନ୍ତ୍ରୀ ଫଗନ ସିଂ କୁଲାସ୍ତେଙ୍କ ପାଞ୍ଚ ପ୍ରଶ୍ନ । ଓଡ଼ିଶାରେ ଖଣି ମାଫିଆ ସକ୍ରିୟ ଅଛନ୍ତି । ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ଓଡିଶା ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ନିର୍ବାଚନ ଲଢ଼ୁଥିବା ବିଜେଡିର ପ୍ରତ୍ୟେକ ପ୍ରାର୍ଥୀ ଖଣି ସହ ଜଡିତ । କଳିଙ୍ଗ ନଗର ଠାରେ ଆଦିବାସୀଙ୍କ ଉପରେ ଅତ୍ୟାଚାର କରି ଜମି ଲୁଟ କଲେ ସରକାର । ଡିଏମଏଫର ସଠିକ ବିନିଯୋଗ ହେଉନି ।

ଶାହା କମିଶନ ତଦନ୍ତ ଓ ରିପୋର୍ଟ କହିଲା ସରକାର ଖଣି ଦୁର୍ନୀତି ସହ ସିଧାସଳଖ ଜଡିତ । ସିବିଆଇ ତଦନ୍ତ ପାଇଁ ସୁପାରିଶ କଲେ । ଶାହା କମିଶନ ଆଧାରରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଚିଟ ଫଣ୍ଡରେ ୨ କୋଟି ଲୋକଙ୍କ ୪ ହଜାର ୫ ଶହ କୋଟି ଲୁଟ ହୋଇଛି । ଏହାର ତଦନ୍ତ ହୋଇଛି ହେଲେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।

ଅଧିକ ପଢ଼ନ୍ତୁ: ‘ଓଡ଼ିଶାବାସୀ ନବୀନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି, ଓଡ଼ିଆ CM ଲୋଡ଼ା କରୁଛନ୍ତି’

ତେଣୁ ଏବେ ସୁଯୋଗ ଅଛି ଦେଶରେ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ, ଓଡ଼ିଶାରେ ଡବଲ ଇଂଜିନ ସରକାର କରିବା । ତେବେ ଫଗନ ସିଂଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ପଦ୍ମପୁରରେ ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର୍ ବର୍ଷିଛନ୍ତି ନଡ୍ଡା । କହିଲେ ରାଜନୀତିର ପରିଭାଷା ବଦଳାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି ।

୨୦୧୪ ପରେ ମୋଦି ପରିବର୍ତ୍ତନର ନୂଆ ଧାରା ଆଣିଲେ ବୋଲି କହିଛନ୍ତି । ୨୦୧୪ ପୂର୍ବର ଭାରତ ଓ ପରର ଭାରତ ମଧ୍ୟରେ ବର୍ତ୍ତମାନ ଆକାଶ ପାତାଳ ତଫାତ୍ ରହିଛି । ଆଜି ୨୦୨୪ରେ ଲୋକେ ବିକଶିତ ଭାରତର ସ୍ୱପ୍ନ ଦେଖୁଛନ୍ତି । ରାଜନୀତିରେ କାମ କରିବାର ତରିକା ବଦଳାଇଦେଲେ ମୋଦି । ୧୦ ବର୍ଷ ତଳେ ନେତା ତୁଷ୍ଟୀକରଣର ରାଜନୀତି କରୁଥିଲେ ବୋଲି କହିଛନ୍ତି ନଡ୍ଡା ।

ଅଧିକ ପଢ଼ନ୍ତୁ: ‘ମୋଦି ଚାଉଳରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି ନବୀନ’

ଜାତି, ଧର୍ମର ଲଢ଼େଇ କରି ଭୋଟବ୍ୟାଙ୍କର ରାଜନୀତି କରୁଥିଲେ । ମୋଦି ଆସିବା ପରେ ଜାତି ରାଜନୀତିକୁ ଧକ୍କା ଦେଇ ବିକାଶ ଚାଲିଲା । ଆଜି ରାଜନୀତିର ପରିଭାଷା ମୋଦି ବଦଳାଇ ଦେଇଛନ୍ତି । ମୋଦି ଯାହା କହିଥିଲେ କରିଛନ୍ତି, ଯାହା ନକହିଥିଲେ ତାହା ବି କରିଛନ୍ତି ବୋଲି କହିଛନ୍ତି ନଡ୍ଡା । ଓଡ଼ିଶାକୁ ଓଡ଼ିଆ ଅସ୍ମିତା ଜାଣିଥିବା ମୁଖ୍ୟମନ୍ତ୍ରୀ ଦରକାର । ଏହା ଓଡ଼ିଶାର ସ୍ୱାଭିମାନର କଥା ବୋଲି କହିଛନ୍ତି ଜେପି ନଡ୍ଡା ।

ସୁଭଦ୍ରା ଯୋଜନା ଲାଗୁ କରିବାର ଅଛି ତ ବିଜେପିକୁ ଶାସନକୁ ଆଣିହାକୁ କହିଛନ୍ତି । ରତ୍ନ ଭଣ୍ଡାରରେ ଚାବି ହଜିଛି, ସେ ଚାବି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା । ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ବିଜେପିକୁ ଭୋଟ ଦିଅନ୍ତୁ । ଓଡ଼ିଶା ଉପରେ ବହୁତ ଅତ୍ୟାଚାର ହେଲାଣି । ଆଉ ଅତ୍ୟାଚାର ସହିବାନି, ବିଜେପିକୁ ଶାସନକୁ ଆଣିବା ବୋଲି କହିଛନ୍ତି ନଡ୍ଡା ।