Advertisment

ନବୀନଙ୍କ ରୁମ୍‌ରୁ ଟେଲିଫୋନ୍‌-ଟିଭି ତାର କାଟିଲା କିଏ ?

ANIକୁ ସାକ୍ଷାତକାରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ମନ୍ତବ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର।

ଅଦ୍ୟତନ ହୋଇଛି
ani interview dharmendra pradhan

Dharmendra Pradhan

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମ୍‌ରୁ କଟାଯାଇଛି ଟେଲିଫୋନ୍ କନେକ୍ସନ। ଏଥିସହ ଓଡ଼ିଆ ଚ୍ୟାନେଲ ବି ଦେଖିପାରୁନାହାନ୍ତି ନବୀନ। ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ ଏଭଳି ଚାଞ୍ଚଲ୍ୟକର ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି, ନବୀନ ନିବାସରେ ନବୀନଙ୍କ ରୁମ୍‌ରେ ଡାଇରେକ୍ଟ ଟେଲିଫୋନ କନେକ୍ସନ ନାହିଁ। ନବୀନଙ୍କ ରୁମ୍ ରେ ଯେଉଁ ଟିଭି ଅଛି, ସେଠି ଓଡ଼ିଆ ଚ୍ୟାନେଲ ନାହିଁ। କେବଳ ଇଂଲିଶ ନ୍ୟୁଜ୍ ଚ୍ୟାନେଲ ତାଙ୍କ ଟିଭିରେ ଦିଆଯାଇଛି। ନବୀନଙ୍କ ଅଭ୍ୟାସ ସେ ଦୈନିକ ସଂଧ୍ୟା ୭ଟାରେ ଓଡ଼ିଆ ଖବର ଦେଖନ୍ତି। ହେଲେ ଏବେ ତାଙ୍କ ଟିଭିରୁ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ କାଟି ଦିଆଯାଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।

Advertisment

ଅଧିକ ପଢ଼ନ୍ତୁ: ବିଜେଡି ପାଇଁ କାମ କରି ଫସିଲେଣି ଗଣ୍ଡାଗଣ୍ଡା ଅଫିସର ! ଲିଷ୍ଟରେ ଅଛି ଏଇ ବାବୁଙ୍କ ନାଁ

ଏଥିସହ ସେ ଆହୁରି ମଧ୍ୟ ଏକ ବିସ୍ଫୋରକ ମନ୍ତବ୍ୟ ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ରାଜ୍ୟ କଂଗ୍ରେସ ଟିକେଟ ବାଣ୍ଟିଛନ୍ତି। ଓଡ଼ିଶାରେ କଂଗ୍ରେସ ପାର୍ଟି ନବୀନଙ୍କ ପକେଟରେ ଅଛି। ଓଡ଼ିଶାରେ କଂଗ୍ରେସର ପୂରା ଟିକେଟ ନବୀନ ବାଣ୍ଟିଛନ୍ତି। ଯେଉଁଠି ଯାହାକୁ ତାଙ୍କର ଇଛା ହେଲା, ସେଠି ଟିକେଟ ଦେଇଛନ୍ତି। ବିଜେଡିର କହିବା ଅନୁସାରେ କଂଗ୍ରେସ ବାରମ୍ବାର ପ୍ରାର୍ଥୀ ବଦଳାଇଛି। ତେବେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ନେଇ ବିଜେଡି କିମ୍ବା କଂଗ୍ରେସର ପ୍ରତିକ୍ରିୟା ମିଳିପାରିନି।

Advertisment

ନବୀନଙ୍କୁ ମୋଦି ଫୋବିୟା ହୋଇଥିବା କହିଛନ୍ତି ଧର୍ମେନ୍ଦ୍ର। ଓଡ଼ିଶାରେ ନବୀନ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି। ପିଏମ୍ ଶ୍ରୀ, ପିଏମ୍‌ ଉଷା ଯୋଜନା ବି ଲାଗୁ କରୁନାହାନ୍ତି ନବୀନ। ମୋଦିଙ୍କ ନାଁ ଆସିଲେ ତାକୁ ଲାଗୁ ନକରିବା ତାଙ୍କର ଏକ ରଣନୀତି ବୋଲି କହିଛନ୍ତି ଧର୍ମେନ୍ଦ୍ର।

ମୁଖ୍ୟମନ୍ତ୍ରୀଙ୍କ ANI ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ପାଣ୍ଡିଆନ ଆପଣଙ୍କ ଉତ୍ତରାଧିକାରୀ କି ବୋଲି ପଚରାଯାଇଥିବା ପ୍ରଶ୍ନରେ ନବୀନ ପଟ୍ଟନାୟକ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି। ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ। ସେହିପରି ଲୋକସଭା ଏବଂ ବିଧାନସଭାରେ ଦଳର ସ୍ଥିତି ସମ୍ପର୍କରେ ମନ୍ତବ୍ୟ ରଖି ନବୀନ କହିଛନ୍ତି, ଏଥର ବି ନିର୍ବାଚନରେ ବହୁତ ଭଲ ରେଜଲ୍ଟ କରିବୁ। ଲୋକସଭା ନିର୍ବାଚନରେ ବି ବହୁତ ଭଲ ସଂଖ୍ୟାଗରିଷ୍ଠ ପାଇବୁ ବୋଲି କହିଛନ୍ତି ନବୀନ। ଏହାବ୍ୟତୀତ ଆଗକୁ କୌଣସି ଦଳକୁ ସମର୍ଥନ ସପର୍କିତ ପ୍ରଶ୍ନରେ ନବୀନ କହିଛନ୍ତ, ରାଜନୀତିରେ କାହାପ୍ରତି ଆକ୍ରୋଶ ନାହିଁ। ସାଧାରଣ ଜୀବନରେ କାହାପ୍ରତି କେବେ ସେ ଆକ୍ରୋଶ ଦେଖାଇନାହାଁନ୍ତି। ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦରକାର ହେଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ନବୀନ।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କ ମନ୍ତବ୍ୟ, ତେଜିଲା ରାଜନୀତି; କହିଲେ, ‘ପାଣ୍ଡିଆନ୍ ନୁହଁନ୍ତି ମୋ ଉତ୍ତରାଧିକାରୀ’...

ତେବେ ଏହି ତମାମ ମନ୍ତବ୍ୟ ଭିତରେ ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି ବୋଲି ନବୀନଙ୍କ ଉକ୍ତିକୁ ନେଇ ଉଠୁଛି ନାନା ପ୍ରଶ୍ନ। ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସ୍ପଷ୍ଟ ଭାବେ କହିବା ପଛର କାରଣ କଣ ? ଯେହେତୁ ପାଣ୍ଡିଆନଙ୍କ ପ୍ରତି ବିରୋଧ ବଢୁଛି ଏବଂ ପାଣ୍ଡିଆନ ଦଳକୁ କବଜା କରି ରଖିଛନ୍ତି ବୋଲି ବି ବାର୍ତ୍ତା ଯାଇଛି। ତେଣୁ ନବୀନଙ୍କ ଛବି ଉପରେ ବି ଆଞ୍ଚ ଆଣୁଥିବାରୁ ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି ବୋଲି କହିଲେ କି ? ଯଦି ପାଣ୍ଡିଆନ୍ ଉତ୍ତରାକାରୀ ନୁହଁନ୍ତି, ତେବେ ଦଳରେ ବରିଷ୍ଠ ନେତା ଥାଉ ଥାଉ କାହିଁକି ନବୀନଙ୍କ ପାଖରେ କେବଳ ପାଣ୍ଡିଆନଙ୍କୁ ହିଁ ଦେଖିବାକୁ ମିଳୁଛି ? ତେବେ ଏ ସଂପର୍କିତ ପ୍ରଶ୍ନ କିନ୍ତୁ ନା ପଚରାଯାଇଥିଲା ନା ନବୀନ ନିଜେ ଉତ୍ତର ରଖିଥିଲେ।

ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କହିବା ପ୍ରସଙ୍ଗରେ କାଉଣ୍ଟର କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ‘ଏ ଲୋକ ତାଙ୍କୁ କଣ୍ଟ୍ରୋଲ କରିବା ପୂରା ରାଜ୍ୟବାସୀ ଦେଖୁଛନ୍ତି। ତାଙ୍କ ମାଇକ୍‌ ଧରିବାଠାରୁ ଆରମ୍ଭ କରି ଭାଷଣ ପ୍ରମ୍ପଟିଂ ବି କରୁଛି। ସେ ଲୋକଟି ଦଳ, ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରୁଛି। ଲୋକ ଜାଣିଛନ୍ତି, ଯଦି ଏଥର ସେମାନେ ନବୀନଙ୍କୁ ଭୋଟ ଦିଅନ୍ତି ତେବେ ତାଙ୍କ ଭୋଟ୍‌ ଉକ୍ତ ଅଣଓଡ଼ିଆ ତାମିଲ ଲୋକ ପାଖକୁ ଯିବ।

Rephrase with Ginger (Ctrl+Alt+E)
Dharmendra Pradhan Naveen Patnaik BJD BJP CM Naveen Patnaik Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ