Advertisment

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପ୍ରଚାର, କହିଲେ ଓଡ଼ିଶାକୁ ଦରକାର ଡବଲ ଇଞ୍ଜିନ ସରକାର

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା । ବିଜେପି କର୍ମୀଙ୍କ ସମେତ ଜନତାଙ୍କ ମଧ୍ୟରେ ଉତ୍ସାହ ।

Arjun Munda

Arjun Munda

Advertisment

ମୟୁରଭଞ୍ଜ ଯଶିପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା । ସେଠାରେ ଆୟୋଜିତ ବିକାଶ ସଂକଳ୍ପ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ମୟୁରଭଞ୍ଜର ବିଜେପି ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀ ଓ ବିଧାନସଭା ପ୍ରାର୍ଥୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସହିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ। ସେଠାରୁ ବାହାରି ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିଥିଲେ। ଅର୍ଜୁନ ମୁଣ୍ଡାଙ୍କ ଗସ୍ତରେ ବିଜେପି କର୍ମୀଙ୍କ ସମେତ ଜନତାଙ୍କ ମଧ୍ୟରେ ଏକ ଉତ୍ସାହ ଦେଖିବାକୁ ମିଳିଥିଲା ।

Advertisment

ସେପଟେ ଉଦଳା ନିର୍ବାଚନ ମଣ୍ଡଳୀ ଶ୍ରୀରାମଚନ୍ଦ୍ରପୁରରେ ମଧ୍ୟ ପ୍ରଚାର କରିଛନ୍ତି ଅର୍ଜୁନ ମୁଣ୍ଡା। ରାଜ୍ୟରେ ଦୀର୍ଘ ୨୪ ବର୍ଷ ସରକାରରେ ରହିବା ପରେ ବିଜୁ ଜନତା ଦଳ କିଛି ବି କରିନାହିଁ ବୋଲି କହିଛନ୍ତି। ରାଜ୍ୟରେ କେବଳ ଶାସନ କରିଛି, ହେଲେ ଲୋକଙ୍କର ବିକାଶ ହୋଇନାହିଁ। ଆଦିବାସୀ ମହିଳା, ଯୁବକ ଆଜି ବି ଅବହେଳିତ ହୋଇ ରହିଛନ୍ତି। ପ୍ରଧାନମନ୍ତ୍ରୀ ସବୁବେଳେ ଆଦିବାସୀ ମାନଙ୍କ ବିକାଶ ଦିଗରେ କାମ କରୁଛନ୍ତି। 

ଡବଲ ଇଞ୍ଜିନ ସରକାର ଆସିଲେ ମହିଳା ମାନଙ୍କ ବିକାଶ ସହିତ ସୁଭଦ୍ରା ଯୋଜନାରେ ୫୦ ହଜାର ଲେଖାଏଁ ଚେକ ପ୍ରଦାନ କରାଯିବ। ଆଦିବାସୀ ଯୁବକ ଯୁବତୀ ମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ । ନିଜ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରାଯାଇ ନିଯୁକ୍ତି କରାଯିବ ବୋଲି କହିଥିଲେ ଅର୍ଜୁନ ମୁଣ୍ଡା । ବିଧାୟକ ପାର୍ଥୀ ଭାସ୍କର ମଢେଇ ଏବଂ ଲୋକସଭା ପାର୍ଥି ନବ ଚରଣ ମାଝୀକୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ ।

Advertisment

ସେହିଭଳି ବାଲେଶ୍ୱର ଜିଲ୍ଲାର ନିର୍ବାଚନୀ ମୈଦାନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ରେମୁଣା ନିର୍ବାଚନ ମଣ୍ଡଳୀ ବାଲିପାଳ ହାଟ ପଡ଼ିଆରେ ଏକ ମହିଳା ସମାବେଶକୁ ସମ୍ବୋଧିତ କରିଛନ୍ତି। କହିଛନ୍ତି, କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ହେଲେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିବ ୫୦ ହଜାର ଟଙ୍କା। ତା’ସହ ଦେଢ଼ ଲକ୍ଷ ଯୁବକଙ୍କୁ ମିଳିବ ଚାକିରୀ। 

ସେହିପରି ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ରହିବ ୩୧ ଶହ ଟଙ୍କା। ତେଣୁ ଦୁଇଟି ପଦ୍ମ ଫୁଲ ଚିହ୍ନରେ ଭୋଟ୍ ଦେଇ ବିଜୟୀ କରାଇବାକୁ ନିବେଦନ କରିଥିଲେ ଅଶ୍ବିନୀ ବୈଷ୍ଣବ। ଆଜି ରାଜଧାନୀ ଏକ୍ସପ୍ରେସରେ ଯାଇ ବାଲେଶ୍ବରରେ ପହଞ୍ଚିଥିଲେ ଅଶ୍ୱିନୀ । ସେଠାରେ ବିପୁଳ ସ୍ୱାଗତ ସମ୍ପର୍ଦ୍ଧନା ଜଣାଇଥିଲେ ବିଜେପିର କାର୍ଯ୍ୟକର୍ତ୍ତା। ଏହି ଅବସରରେ ବାଲେଶ୍ୱର ରେଳଷ୍ଟେସନକୁ କିଭଳି ବିଶ୍ୱସ୍ତରୀୟ କରାଯିବ ତାହାର ଡିଜାଇନ ଦେଖାଇଥିଲେ ଅଶ୍ୱିନୀ ବୈଷ୍ଣବ। ଜଳେଶ୍ୱରରୁ ଚନ୍ଦନେଶ୍ୱର ରେଳ ପ୍ରକଳ୍ପ ପାଇଁ ୯୩୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ଅଶ୍ୱିନୀ ସୂଚନା ଦେଇଥିଲେ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ