Advertisment

ଖଣ୍ଡପଡ଼ାରେ BJDର ୩ ଆଶାୟୀଙ୍କ ମଧ୍ୟରୁ ଦୁଇ ଜଣ ଛାଡ଼ିଲେ ଦଳ

ଶେଷ ତାଲିକାରେ ବିଜେଡି ଖଣ୍ଡପଡ଼ାରୁ ପ୍ରାର୍ଥୀ ଘୋଷଣା କଲା । କିନ୍ତୁ ପ୍ରାର୍ଥୀ ଘୋଷଣା ହେଉ ହେଉ ବିଜେଡିର ଦୁଇ ଜଣ ଦୃଢ଼ ସଂଗଠକ ଦଳ ଛାଡ଼ିଛନ୍ତି ।

ଅଦ୍ୟତନ ହୋଇଛି
Khandapada Assembly election 2024

Khandapada BJD

Advertisment

ଖଣ୍ଡପଡ଼ାରେ ବିଗିଡ଼ୁଛି ବିଜେଡି ସ୍ଥିତି । ବିଜେଡିର ଗଡ଼ କୁହାଯାଉଥିବା ଖଣ୍ଡପଡ଼ାରେ ଏବେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଗତକାଲି ପ୍ରାର୍ଥୀ ଘୋଷଣା ହେବା ପରେ ବିଜେଡିର ଦୁଇ ଟାଣୁଆ ନେତା ଦଳ ଛାଡ଼ିଛନ୍ତି। ପ୍ରଥମେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଦଳ ଛାଡ଼ିଥିବା ବେଳେ ସନ୍ଧ୍ୟାରେ ଗୟାଧର ପରିଡ଼ା ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

Advertisment

ଗତ ବିଧାନସଭା ନିର୍ବାଚନରେ ଖଣ୍ଡପଡ଼ାରୁ ବିଜେଡି ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକ ରେକର୍ଡ ମାର୍ଜିନ୍‌ରେ ଭୋଟ ପାଇ ବିଜୟୀ ହୋଇଥିଲେ । ହେଲେ ତାଙ୍କୁ ଦଳରୁ ବହିଷ୍କାର କରିବା ପରେ ବିଜେଡି ସେଠାରେ ସତେ ଯେମିତି ଅଡୁଆରେ ପଡ଼ିଯାଇଥିଲା । କାହାକୁ ପ୍ରାର୍ଥୀ କରିବ ସେନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲା । ହେଲେ ଯାହା ବି ହେଉ ଶେଷ ତାଲିକାରେ ବିଜେଡି ଖଣ୍ଡପଡ଼ାରୁ ପ୍ରାର୍ଥୀ ଘୋଷଣା କଲା । କିନ୍ତୁ ପ୍ରାର୍ଥୀ ଘୋଷଣା ହେଉ ହେଉ ବିଜେଡିର ଦୁଇ ଜଣ ଦୃଢ଼ ସଂଗଠକ ଦଳ ଛାଡ଼ିଛନ୍ତି ।

ଅଧିକ ପଢ଼ନ୍ତୁ: ହାଇଭୋଲଟେଜ୍‌ କ୍ୟାମ୍ପେନିଂ; କାଲି ନବୀନ ଓ ଜୟଶଙ୍କରଙ୍କ ପ୍ରଚାର, ୬ରେ ଆସୁଛନ୍ତି ମୋଦି

Advertisment

ଦେଖିବାକୁ ଗଲେ ସୌମ୍ୟ ଦଳରୁ ବିଦା ହେବା ପରେ ଖଣ୍ଡପଡ଼ାରୁ ମୁଖ୍ୟତଃ ୪ ଜଣ ଆଶାୟୀ ପ୍ରାର୍ଥୀ ରହିଥିଲେ । ଜଣେ ହେଲେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଗୟାଧର ପରିଡ଼ା, ଶିଶିର ସାହୁ ଓ ବେଣୁଧର ପ୍ରଧାନ । ଖଣ୍ଡପଡ଼ା ବିଜେଡି ପାଇଁ ଏମାନେ ଗୋଟିଏ ଗୋଟିଏ ପିଲର ବୋଲି କୁହାଯାଉଥିଲା। ହେଲେ ଏମାନଙ୍କ ମଧ୍ୟରୁ ବିଜେଡି ବେଣୁଧରଙ୍କ ପତ୍ନୀ ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଆଉ ପ୍ରାର୍ଥୀ ଘୋଷଣା ହେବା ପରେ ଅନ୍ୟ ଦୁଇ ଆଶାୟୀ ଦଳ ଛାଡ଼ିଛନ୍ତି ।

ଟିକଟ ନ ମିଳିବାରୁ ପ୍ରଥମେ ଅନୁଭବ ପଟ୍ଟନାୟକ ଓ ପରେ ବିଜେଡି ଛାଡ଼ିଛନ୍ତି ଗୟାଧର ପରିଡ଼ା। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ଗୟାଧର। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ୧୯୯୭ ମସିହାରୁ ଦଳ ପାଇଁ ସେ ଉତ୍ସର୍ଗୀକୃତ କର୍ମୀ ଭାବେ କାମ କରି ଆସୁଥିଲେ । ହେଲେ ଦଳ ତାଙ୍କୁ ଅଣଦେଖା ଓ ପକ୍ଷପାତିତା କରିଛି ।

Advertisment

ତେବେ ଅନୁଭବ ପଟ୍ଟନାୟକ କହିଛନ୍ତି, ଦଳ ମୋତେ ଟିକେଟ୍ ନଦେଇ ପୁଣି ଥରେ ଅନ୍ୟାୟ କରିଛି । ଖଣ୍ଡପଡ଼ାରେ ବିଜେଡି ଯାହାକୁ ପ୍ରାର୍ଥୀ କରିଛି, ତାଙ୍କ ସ୍ୱାମୀଙ୍କ ନାଁରେ ଗଞ୍ଜେଇ ଚୋରାଚାଲାଣ ମାମଲା ରହିଛି । ଏମିତି ତାଙ୍କ ନାଁରେ ଗୁରୁବାରୀ କଅଁର ହତ୍ୟା ମାମଲା ବି ରହିଛି । ଆଉ ପ୍ରାର୍ଥୀ ହୋଇଥିବା ସାବିତ୍ରୀ ପ୍ରଧାନଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଅନୁଭବ ।

ଏଭଳି ପରିସ୍ଥିତିରେ ଖଣ୍ଡପଡ଼ାରେ ବିଜେଡି ପାଇଁ ଏକ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି ହୋଇଛି । ଆଗକୁ ଦଳ କେମିତି ଓ କାହାକୁ ମ୍ୟାନେଜ୍ କରିବ ତା ଉପରେ ସମସ୍ତଙ୍କ ନଜର । ପୂର୍ବରୁ ଯେଉଁ ଆସନରେ ବିଜେଡି ପାଇଁ ବିଜୟ ସହଜ ହେଉଥିଲା ଏଥର ସେହି ଆସନରେ ବିଜେଡି ଧରାଶାୟୀ ହେବାର ସମ୍ଭାବନା ରହିଥିବା ମଧ୍ୟ ବିଭିନ୍ନ ଚାଖଟିରେ ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ରାହୁଲଙ୍କ ୫ ଗ୍ୟାରେଣ୍ଟି, କଂଗ୍ରେସ ଆସିଲେ ନିଶ୍ଚୟ ପୂରଣ କରିବ

ସେପଟେ ନୟଗଡ଼ରେ ଅରୁଣଙ୍କୁ ମଧ୍ୟ ଲାଗିଛି ଜୋରଦାର ଝଟ୍‌କା । ନୟାଗଡ଼ ସହର ଉପରେ ରହୁଥିବା, ଏକ ସ୍ୱଚ୍ଛ ଓ ନିର୍ମଳ ଛବି ରଖିଥିବା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଓ ପୂର୍ବତନ ରଣପୁର ବିଧାୟକ ରବି ନାରାୟଣ ମାହାପାତ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି । ତେବେ ରବିଙ୍କର ଏଭଳି ଅଚାନକ ଇସ୍ତଫା ଦେବା ବିଜେଡି ସପକ୍ଷରେ ଥିବା ହାୱାକୁ ଭିନ୍ନ ଦିଗ ଦେଇପାରେ ବୋଲି ଚା’ ଖଟିରେ ଚର୍ଚ୍ଚା ହେଉଛି ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ