Advertisment

ବ୍ରଜରାଜନଗର ବିଗ୍ ଫାଇଟ୍; ବାଜି ପଲଟାଇବେ କି ବିଜେପିର ହେଭିୱେଟ୍ ?

କାହାର ହେବ ବ୍ରଜରାଜନଗର ? ମୈଦାନରେ ସୁରେଶ-ଅଳକା-କିଶୋର ଲଢେଇ । ରେଜଲ୍ଟ ରିପିଟ୍ କରିବେ କି ବିଜେଡିର ଅଳକା ? ବାଜି ପଲଟାଇବେ କି ବିଜେପି ହେଭିୱେଟ୍ ସୂରେଶ ପୂଜାରୀ ? ୧୦ ବର୍ଷ ପରେ ହାତ ଖାତାକୁ ଅସିବ କି ଆସନ ?

undefined

Brajrajnagar Assembly

Advertisment

କାହାର ହେବ ବ୍ରଜରାଜନଗର ? ପୁଣି ଥରେ ଅଳକା ପିନ୍ଧିବେ ମୁକୁଟ ? ନା ବାଜି ପଲଟାଇ ଦେବେ ବିଜେପି ହେଭିୱେଟ ସାଂସଦ ସୂରେଶ ପୂଜାରୀ ? ନା ୧୦ ବର୍ଷ ପରେ ପୁଣି କଂଗ୍ରେସ ଖାତାକୁ ବ୍ରଜରାଜନଗରକୁ ଫେରାଇ ଆଣିବେ କିଶୋର ପଟେଲ। ବ୍ରଜରାଜନଗରରେ ଦେଖିବାକୁ ମିଳିବ ବଡ ଫାଇଟ୍। ମଇଦାନ ପ୍ରସ୍ତୁତ, ପ୍ରାର୍ଥୀ ବି ପ୍ରସ୍ତୁତ। 

Advertisment

ବ୍ରଜରାଜନଗର ଦେଖିବ ବିଗ୍ ଫାଇଟ୍। ବିଧାନସଭାରେ ୩ ଦଳଙ୍କ ମଧ୍ୟରେ କାଣ୍ଟେ କି ଟକ୍କର। ମଇଦାନରେ ବିଜେପିର ହେଭିୱେଟ ସାଂସଦ ସୁରେଶ ପୂଜାରୀ। ଚଳିତ ଥର ପାଇଁ ତାଙ୍କୁ ବିଧାନସଭା ଳଢିବାକୁ ଟିକେଟ ଦେଇଛି ଦଳ। ଅନ୍ୟପଟେ ବିଜେଡିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ବିଧାୟିକା ତଥା କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି। ଅନ୍ୟପଟେ କଂଗ୍ରେସରୁ ଭେଟେରାନ୍ କିଶୋର ପଟେଲ ପାଇଛନ୍ତି ଦଳୀୟ ଟିକେଟ। ଆଉ ଟିକେଟ ଘୋଷଣା ପରେ ତିନି ପ୍ରାର୍ଥୀ ଆରମ୍ଭ କରିଦେଇଛନ୍ତି କସରତ। ବ୍ରଜରାଜନଗର ଗାନ୍ଧି ଛକରେ ରୋଡ ଶୋ କରି ସୁରେଶଙ୍କ ପାଓ୍ୱାର ଶୋ' ତ ବ୍ରଜରାଜନଗର ରୋଡ ଶୋ ସହ ମନ୍ଦିର ବୁଲି ଆଶୀର୍ବାଦ ନେବାରେ ବ୍ୟସ୍ତ ଅଳକା ମହାନ୍ତି । ଯଦିଓ ପ୍ରଚାରରେ କଂଗ୍ରେସ ପଛରେ ପଡିଛି ତଥାପି ଛୋଟ ଛୋଟ ସଭାକରି ମଇଦାନକୁ ଓହ୍ଲାଇ ସାରିଛନ୍ତି ପ୍ରାର୍ଥୀ କିଶୋର ପଟେଲ।

ପ୍ରଥମେ ସିପିଆଇ ପରେ ଏକଦା କଂଗ୍ରେସର ଗଡ ଥିବା ବ୍ରଜରାଜନଗରରେ ୨୦୧୪ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ବିଧାୟିକା ହୋଇଥିଲେ ରାଧାରାଣୀ ପଣ୍ଡା। ପରେ କିନ୍ତୁ ୨୦୧୯ରେ ରାଧାରାଣୀଙ୍କ ସହ କ୍ଲୋଜ୍ ଫାଇଟ କରି ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଏଠୁ ବିଧାୟକ ହୋଇଥିଲେ । ପରବର୍ତ୍ତୀ ସମୟରେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ୨୦୨୨ ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇ ଜିତିଥିଲେ ଅଳକା। ଆଉ ଉପନିର୍ବାଚନରେ ରାଧାରାଣୀ ହାରିବା ସହ କମିଥିଲା ଦଳର ଭୋଟ ହାର। ତେଣୁ ଏଥର ଏଠି ବିଜୟ ପାଇଁ ସୂରେଶଙ୍କ ଉପରେ ଭରସା କରିଛି ବିଜେପି । ୨୦୧୯ରେ ଦଳ ସେଠି ପ୍ରାୟ ୧୧ ହଜାର ଭୋଟରେ ହାରିଥିଲେ ବି ବରଗଡ ସାଂସଦ ପ୍ରାର୍ଥୀ ଭାବେ ବିଧାନସଭା ଅପେକ୍ଷା ସୂରେଶଙ୍କୁ ଭଲ ଭୋଟ ମିଳିଥିଲା। ହେଲେ ଏଥର ଦଳ ପାଇଁ ଟିକେ ଅଡୁଆ ହୋଇପାରେ ପୂର୍ବତନ ବିଧାୟିକା ତଥା ଆଶାୟୀ ରାଧାରାଣୀ ପଣ୍ଡାଙ୍କୁ ମ୍ୟାନେଜ କରିବା ।

Advertisment

ଅନ୍ୟପଟେ ଦଳୀୟ କନ୍ଦଳ ପାଇଁ ବିଜେଡି ପାଇଁ ଏଠି ସହଜ ନାହିଁ ସମୀକରଣ । ଦିବଙ୍ଗତ ନେତା ନବ ଦାସ ବିଜେଡିରେ ମିଶିବା ପରେ କିଶୋର ମହାନ୍ତିଙ୍କୁ ବ୍ରଜରାଜନଗର ଯିବାକୁ ପଡିଥିଲା। ସେଥିପାଇଁ ନବ ଗୋଷ୍ଠୀ ଏବଂ କିଶୋର ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏମିତି କି କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବି ଉଭୟଙ୍କ ଗୋଷ୍ଠୀ ବିବାଦ ଆହୁରି ତେଜିଥିଲା। କୁହାଯାଉଛି ଏବେ ବି ବ୍ରଜରାଗନଗରରେ ଅଧିକ ମୁଣ୍ଡ ଖେଳାଉଛନ୍ତି ଦୀପାଲି ଏବଂ ତାଙ୍କ ଗୋଷ୍ଠୀ । ତେଣୁ ଗୋଷ୍ଠୀ ବିବାଦକୁ ଓଭରକମ୍ କରିବା ଦଳ ପାଇଁ ଅଡୁଆ ହୋଇପାରେ। 

ସେହିପରି ରେସରେ ପଛରେ ଥିବା କଂଗ୍ରେସ ପାଇଁ ପୂର୍ବ ସ୍ଥିତି ସଜାଡିବା କଷ୍ଟ। ଯଦିଓ ଉପନିର୍ବାଚନରେ ଦଳ ଅପେକ୍ଷାକୃତ ଅଧିକ ଭୋଟ୍ ହାତେଇଥିଲା, ଏଥର ସେତିକି ରଖିବା ବି ବଡ ଚ୍ୟାଲେଞ୍ଜ । ଏସବୁଭିତରେ ଭୋଟରଙ୍କ ପାଖରେ ପ୍ରସଙ୍ଗ ବି ରହିଛି। ଏଠି ମୁଖ୍ୟ ସମସ୍ୟା ପ୍ରଦୂଷଣ, ନିଯୁକ୍ତି ଆଉ ହୀରାକୁଦ ବିସ୍ଥାପିତ ଦୁଖ ।

Advertisment
General Elections 2024 Brajarajnagar Assembly Constituency
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ