Advertisment

ବିଦ୍ରୋହୀଙ୍କ ବାରୁଦ ଗଦାରେ ବସିଛି କି ବିଜେଡି ? ସବୁଠି ଚ୍ୟାଲେଞ୍ଜ ଦେଲେଣି ଟିକେଟ୍ ଆଶାୟୀ

ମେଣ୍ଟ ଚର୍ଚ୍ଚା ଭିତରେ ବି ଥମୁନି ବିଜେଡି ବିଦ୍ରୋହ। ନିର୍ବାଚନ ମଣ୍ଡଳୀ ବିଦ୍ରୋହ ଏବେ ପହଞ୍ଚିଲାଣି ନବୀନ ନିବାସରେ।

ଅଦ୍ୟତନ ହୋଇଛି
undefined

Conflict in BJD

Advertisment

ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ କଳି ସେତିକି ବଢୁଛି। ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଭିତରେ ବିଦ୍ରୋହ ଯେମିତି ଥମିବାର ନାଁ ଧରୁନି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। ଉପାନ୍ତରୁ ଉପକୂଳ ସବୁଠି ବିଦ୍ରୋହ। ପରିସ୍ଥିତି ଏମିତି ଯେ ସିଟିଂ MLAଙ୍କ ବିରୋଧରେ ଆଶାୟୀ ଫେରାଦ ହେଲେଣି ନବୀନ ନିବାସରେ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଆଶାୟୀ ହେଉଛନ୍ତି ଦେବେନ୍ଦ୍ର ମଲ୍ଲିକ । ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଖୋଲା ଚାଲେଞ୍ଜ ଦେଇ ବାୟୋଡାଟା ଧରି ନବୀନ ନିବାସରେ ହାଜର। ନିଜକୁ ପ୍ରମୁଖ ଦାବିଦାର ଭାବେ ଉପସ୍ଥାପନ କରିଛନ୍ତି। ସେହିପରି ନିଆଳି ନିର୍ବାଚନ ମଣ୍ଡଳୀର ଏ ଆଶାୟୀ ହେଲେ ତୃପ୍ତିରଂଜନ ବେହେରା। ୟାଙ୍କର ବି ଯେମିତି ଆଉ ଧୈର୍ଯ୍ୟ ନାହିଁ। ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ନିଶାନା କରି ନିଜ ପାଇଁ ଟିକେଟ ଲବି କରିଛନ୍ତି।

Advertisment

ଆଉ ରାଜଧାନୀରେ ତ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି। ଭୁବନେଶ୍ୱର ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀରେ ଆଶାୟୀ ସମାନ୍ତରାଳ ସଂଗଠନ ଜରିଆରେ ଟିକେଟ ହାତେଇବାକୁ ଆରମ୍ଭ କରିଦେଇଛନ୍ତି କସରତ। ଯେଉଁଥିପାଇଁ ଚିନ୍ତା ବଢ଼ି ଯାଇଛି ସ୍ଥାନୀୟ ବିଧାୟକମାନଙ୍କର।

ଆଉ ନୂଆପଡ଼ାର ସ୍ଥାନୀୟ ବିଧାୟକ ତଥା ଯୋଜନା ଏବଂ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୁଦ୍ଧରେ ଦଳ ଭିତରୁ ବିରୋଧ। ମନ୍ତ୍ରୀ ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ ଆଣି ଆଜି ନୂଆପଡ଼ା ବନ୍ଦ ଡାକରା ଦେଇଥିଲା ଢୋଲକିଆଙ୍କ ବିରୋଧୀ ବିଜେଡି ଗୋଷ୍ଠୀ। ମନ୍ତ୍ରୀଙ୍କୁ ଟିକେଟ ମିଳିଲେ ଖୋଲା ବିରୋଧ ହେବ ବୋଲି ଚେତାବନୀ ବି ଦେଇଛନ୍ତି। ସେପଟେ ଅଭିଯୋଗର ଜବାବ୍ ରଖିଛନ୍ତି ମନ୍ତ୍ରୀ।

Advertisment

ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେଲେ ପାଖା ପାଖି ୫୦ ସିଟ୍‌ରେ ଲଢିପାରେ ବିଜେପି। ଅର୍ଥାତ୍ ପ୍ରାୟ ଏକ ତୃତୀୟାଂଶ ସ୍ଥାନରେ ବିଜେଡି ପ୍ରାର୍ଥୀ ଦେବନି। ଏଭଳି ସ୍ଥଳେ ବିଜେଡିର ଅନେକ ଆଶାୟୀ ବଳି ପଡିପାରନ୍ତି। ଏମିତି ବି ପୂର୍ବରୁ ସଂଗଠନ ସଂପାଦକ ଉଲ୍ଲେଖ କରିଥିଲେ ଏଥର ୧୦ ହଜାରରୁ ଅଧିକ ଅଶାୟୀ ଆବେଦନ କଲେଣି । ଯାହା ସୂଚାଉଛି ବିଜେଡିରେ ବିଦ୍ରୋହ ଆହୁରି ବଢିପାରେ। ତେବେ ଦଳର ଦମ୍ଭୋକ୍ତି ହେଲା, ଯେଉଁ ମାନଙ୍କର ବି ଟିକେଟ କଟିବ ସେମାନେ ବିଦ୍ରୋହୀ ହେବେନି। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଦ୍ରୋହୀ ନିହାତି ଭାବେ ମୁଣ୍ଡ ବିନ୍ଧାର କାରଣ ସାଜିବେ। ଏବେ ଅପେକ୍ଷା ବଢୁଥିବା ବିଦ୍ରୋହକୁ ରୋକିବା ଲାଗି କି ରଣନୀତି ଅପଣାଉଚି ଶାସକ ଦଳ।

BJD General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ