Advertisment

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ; ବିଭିନ୍ନ ସ୍ଥାନରେ EVM ଟାମ୍ପରିଂ ଅଭିଯୋଗ, ବଢିଲା ଅସନ୍ତୋଷ

ତାଳଚେରରେ ବି ଇଭିଏମ୍ ସିଲକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ଧାରଣା ଦେଇଥିଲେ। ତାଳଚେରର ତାଳବେଡ଼ା ସ୍ଥିତ ବୁଥରେ EVMରେ ବ୍ୟବହାର ହେଉଥିବା 17-C ଫର୍ମ ନଦେଇ EVMକୁ ସିଲ କରାଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
EVM

EVM

Advertisment

ଭୋଟ୍ ଦେଲା ଓଡ଼ିଶା । ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ଭୋଟିଂ ସରିଛି । ଇଭିଏମରେ ସିଲ୍ ହୋଇଛି ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ବିଭିନ୍ନ ସ୍ଥାନରୁ ଗଣ୍ଡଗୋଳ, ହିଂସା ସହ ଇଭିଏମ୍‌ ଟାମ୍ପରିଂ ଅଭିଯୋଗ ଆସିଛି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

Advertisment

ଏଜେଣ୍ଟଙ୍କ ବିନା ଦସ୍ତଖତରେ ବୁଥରୁ ଇଭିଏମ୍ ଗାଏବ ଅଭିଯୋଗ। ଖୋର୍ଦ୍ଧା ପୌରାଞ୍ଚଳର ଭାଲିଆବାଡ଼ି ୩୧ ନମ୍ବର ବୁଥରୁ EVM ଗାଏବ ଅଭିଯୋଗରେ ଉତ୍ତେଜନା । ଇଭିଏମ୍ ଗାଏବ ଅଭିଯୋଗ ଆଣି ହୋହଲ୍ଲା ସହ ବିଳମ୍ବିତ ରାତି ଯାଏଁ ପୋଲିସ ଟିମକୁ ଅଟକ ରଖିଲେ ବିଜେପି କର୍ମୀ ଓ ଏଜେଣ୍ଟ। 17-C ଫର୍ମରେ ସ୍ବାକ୍ଷର ନକରାଇ ବୁଥରୁ ଇଭିଏମ୍ ଗାଏବ ହୋଇଥିବା ଏବଂ ପୋଲିସ ସୁରକ୍ଷା ଭିତରେ ଷ୍ଟ୍ରଙ୍ଗରୁମକୁ ଇଭିଏମ୍ ଯାଇନଥିବା ଅଭିଯୋଗ ହୋଇଥିଲା ।

ଏହାପରେ ଘଟଣାସ୍ଥଳରେ ଖୋର୍ଦ୍ଧା ଉପଜିଲ୍ଲାପାଳ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ, ଆଜି ଦିନ ୧୦ଟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସିବ ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ନିଶ୍ଚିତ ଭାବେ ଅନୁଧ୍ୟାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ଏଥିସହ ଇଭିଏମ୍ ଷ୍ଟ୍ରଙ୍ଗରୁମକୁ ଯାଇଛି ବୋଲି ଆନ୍ଦୋଳନକାରୀଙ୍କୁ ଜଣାଇଛନ୍ତି ଉପଜିଲ୍ଲାପାଳ ।

Advertisment

ସେପଟେ ତାଳଚେରରେ ବି ଇଭିଏମ୍ ସିଲକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ଧାରଣା ଦେଇଥିଲେ। ତାଳଚେରର ତାଳବେଡ଼ା ସ୍ଥିତ ବୁଥରେ EVMରେ ବ୍ୟବହାର ହେଉଥିବା 17-C ଫର୍ମ ନଦେଇ EVMକୁ ସିଲ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ କରିବାରୁ ତାଳଚେର ଉପଜିଲ୍ଲାପାଳ ତଥା ତାଳଚେର ରିଟର୍ଣ୍ଣିଙ୍ଗ ଅଫିସର ମନୋଜ ତ୍ରିପାଠୀ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରିଛନ୍ତି କାଳନ୍ଦୀ । ଏସଡିପିଓଙ୍କ ବୁଝାସୁଝା ପରେ ଧାରଣା ହଟିଥିବା ସୂଚନା ମିଳିଛି ।

ସେହିପରି ଆଠଗଡ଼ରେ EVM ଟାମ୍ପରିଂ ଅଭିଯୋଗରେ ପ୍ରିଜାଇଡିଂ ଅଫିସରଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ୧୫୦ ନମ୍ବର ବୁଥର ପ୍ରିଜାଇଡିଂ ଅଫିସରଙ୍କୁ ଅଟକ ରଖିଲେ ବିଜେପି କର୍ମୀ। ବୁଥରୁ ଇଭିଏମ୍ ଧରି ଷ୍ଟ୍ରଙ୍ଗରୁମ ଫେରିବା ବେଳେ ଟାମ୍ପରିଂ କରାଯାଇଥିବା ଅଭିଯୋଗ ଆଣି ବିଜେପି କର୍ମୀ ଅଟକ ରଖିଥିବା କୁହାଯାଉଛି। କେବେଳ ସେତିକି ନୁହେଁ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୨୧ ନମ୍ବର ବୁଥରେ EVMରେ ଟାମ୍ପରିଂ ଅଭିଯୋଗ ହୋଇଛି ।

Advertisment

୧୨୧ ବୁଥ ସୁଆଂଶ ବଙ୍ଗଳା ଗାଁରେ EVMରେ ଟାମ୍ପରିଂ ଅଭିଯୋଗ ହୋଇଛି। ବିଜେପି ଏଜେଣ୍ଟ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ବିଧାନସଭା ପାଇଁ ୪୦୦ ଜଣ ଭୋଟ ଦେଇଥିବା ବେଳେ EVM ରେ ଆସୁଛି ୪୪୭। ଲୋକସଭାରେ ୪୦୦ ଜଣ ଭୋଟ ଦେଇଥିବା ବେଳେ EVM ରେ ଆସୁଛି ୪୦୧। ଏହାକୁ ନେଇ ବୁଥରେ ଉତ୍ତେଜନା ଦେଖାଦେଇଥିଲା। ଟାମ୍ପରିଂ ଅଭିଯୋଗ କରି ଏଜେଣ୍ଟ ଦସ୍ତଖତ କରୁ ନଥିବାରୁ ସିଲ୍ ହୋଇପାରିନଥିଲା EVM।

EVM General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ