Advertisment

ନବୀନଙ୍କ ମନ୍ତବ୍ୟ, ତେଜିଲା ରାଜନୀତି; କହିଲେ, ‘ପାଣ୍ଡିଆନ୍ ନୁହଁନ୍ତି ମୋ ଉତ୍ତରାଧିକାରୀ’...

ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଠିକ୍ ପୂର୍ବରୁ ANIକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ମନ୍ତବ୍ୟକୁ ନେଇ ସରଗରମ୍ ରାଜ୍ୟ ରାଜନୀତି।

ଅଦ୍ୟତନ ହୋଇଛି
undefined

Odisha CM Naveen Patnaik

Advertisment

ଭି.କେ.ପାଣ୍ଡିଆନ ନୁହଁନ୍ତି ମୋ ଉତ୍ତରାଧିକାରୀ। ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଠିକ୍ ପୂର୍ବରୁ ANIକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ମନ୍ତବ୍ୟକୁ ନେଇ ସରଗରମ୍ ରାଜ୍ୟ ରାଜନୀତି। ଏଭଳି ମନ୍ତବ୍ୟର ସମୟ ଓ କାରଣକୁ ନେଇ ଚର୍ଚ୍ଚା ଯେତିକି, ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ନବୀନଙ୍କ ସହିତ ପ୍ରଚାରରେ 'କେବଳ ପାଣ୍ଡିଆନ୍ କାହିଁକି' ପ୍ରଶ୍ନର ଉତ୍ତର ନ ମିଳିବାକୁ ନେଇ ସନ୍ଦେହ ସେତିକି। 

Advertisment

ମଂଚରେ... ରାଲିରେ...ସରକାରୀ କାର୍ଯ୍ୟକ୍ରମରେ...ସବୁଠି ନବୀନଙ୍କ ସହ କେବଳ ପାଣ୍ଡିଆନ୍‌ଙ୍କ ଉପସ୍ଥିତି... ଦାନା ବାନ୍ଧୁଥିବା ସନ୍ଦେହ ଏବଂ ନିର୍ବାଚନ ସମୟରେ ବିଜେଡିରେ ବଳଶାଳୀ ହେଇଚାଲିଥିବା 'ତାମିଲବାବୁ' ପ୍ରସଙ୍ଗକୁ ନେଇ ତମାମ୍ ବିରୋଧୀ, ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଜୋରଦାର ହମଲା ପରେ ଶେଷରେ ମୁହଁ ଖୋଲିଲେ, ଖୋଲିବାକୁ ଏକ ପ୍ରକାର ବାଧ୍ୟ ହେଲେ ମୁଖ୍ୟମନ୍ତ୍ରୀ ନବୀନ। ANIକୁ ଆଜି ଦେଇଥିବା ସାକ୍ଷାତକାରରେ ପାଣ୍ଡିଆନ୍ ଆପଣଙ୍କ ଉତ୍ତରାଧିକାରୀ କି ବୋଲି ପଚରାଯାଇଥିବା ପ୍ରଶ୍ନରେ ନବୀନ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି। ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ।

ଅଧିକ ପଢ଼ନ୍ତୁ: ବିଜେଡି ପାଇଁ କାମ କରି ଫସିଲେଣି ଗଣ୍ଡାଗଣ୍ଡା ଅଫିସର ! ଲିଷ୍ଟରେ ଅଛି ଏଇ ବାବୁଙ୍କ ନାଁ

Advertisment

ହେଲେ ଉତ୍ତରାଧିକାରୀ ସଂପର୍କିତ ମୁଖ୍ୟମନ୍ତ୍ରୀଙ୍କ ଏ ସଂକ୍ଷିପ୍ତ ଉତ୍ତର କିନ୍ତୁ, ନିର୍ବାଚନ ସମୟରେ ବଡ଼ ହୋଇ ସାରିଥିବା ଏ ପ୍ରସଙ୍ଗକୁ ଆହୁରି ବୃହତ୍ ଆକାର ଦେଇଛି । କାରଣ, ଯଦି ପାଣ୍ଡିଆନ୍ ଉତ୍ତରାଧିକାରୀ ନୁହଁନ୍ତି, ତାହେଲେ କୌଣସି ଦଳୀୟ ପଦପଦବୀରେ ନଥାଇ ବି ଦଳରେ କେବଳ ତାଙ୍କୁ ହିଁ ଏତେ ଗୁରୁତ୍ବ କାହିଁକି ? କିଏ ଦେଲା ତାଙ୍କୁ ଏତେ କ୍ଷମତା ? ଦଳରେ ବହୁ ବରିଷ୍ଠ ନେତା ଥାଉ ଥାଉ କାହିଁକି ନବୀନଙ୍କ ପାଖରେ ଛାଇ ଭଳି କେବଳ ଆଉ କେବଳ ପାଣ୍ଡିଆନ୍? କେଉଁ କାରଣ ପାଇଁ ଏତେ ବିଳମ୍ବରେ ପାଣ୍ଡିଆନ୍ ଉତ୍ତରାଧିକାରୀ ନୁହଁନ୍ତି ବୋଲି ନବୀନଙ୍କୁ ସ୍ପଷ୍ଟ କରିବାକୁ ପଡ଼ିଲା ? ତେବେ ଏ ତମାମ ପ୍ରଶ୍ନ ଭିତରେ ନଜର ପକାନ୍ତୁ ଗଞ୍ଜାମ କଲେକ୍ଟରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାସ୍ତା ଦେଇ ବିଜେଡିର ତଥାକଥିତ ଶକ୍ତିଶାଳୀ ନେତାଙ୍କ ଉତ୍ଥାନର କ୍ରମବିକାଶ ଉପରେ। 

୨୦୨୯ ନିର୍ବାଚନ ପରେ ଫାଇଭ୍-ଟି ସଚିବ ଭାବେ ପ୍ରାୟତଃ ସବୁ ବିଭାଗକୁ ନିଜ ହାତ ମୁଠାରେ ରଖିଲେ। ୨୪ ନିର୍ବାଚନ ପାଖୋଉ ପାଖୋଉ ରାଜନୀତିକୁ ଏଣ୍ଟ୍ରି କରିବା ପୂର୍ବରୁ ସିଏମଓ ଡୋରଷ୍ଟେପ୍କୁ ଯାଉଛି କହି ନିଜକୁ ପରିଚିତ କରାଇବାକୁ ଓ ମୈଦାନ ପରଖିବାକୁ ୩୦ଟା ଯାକ ଜିଲ୍ଲା ବୁଲିଲେ। ବିବାଦ ବଢ଼ିବାରୁ ଆଇଏଏସ୍ ଚାକିରି ଛାଡ଼ିବାର ୨୪ ଘଣ୍ଟାରେ ଏକାଥରେ ଫାଇଭ୍-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ପଦରେ ବସିଲେ।  ଆଉ ମାହୋଲ ବନିବା ପରେ ସିଧାସଳଖ ରାଜନୀତିକୁ ଓହ୍ଲାଇ ଟିକେଟ୍ ବଣ୍ଟାଠୁ କଟା ଯାଏ ସବୁ କିଛିକୁ ସିଧାସଳଖ ନିୟନ୍ତ୍ରଣ କରି ଚାଲିଲେ। ହେଲେ ନିର୍ବାଚନରେ ଓଡ଼ିଆ ଅସ୍ମିତାକୁ ବିରୋଧୀ ବିଜେପି ବଡ଼ ମୁଦ୍ଦା କରିବା ପରଠୁ ନବୀନଙ୍କ ପାଇଁ ପାଣ୍ଡିଆନ୍ ସାଜିଲେ ବଡ଼ ବିବାଦ।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କ ରୁମ୍‌ରୁ ଟେଲିଫୋନ୍‌-ଟିଭି ତାର କାଟିଲା କିଏ ?

ନିର୍ବାଚନ ଫଳାଫଳ ଉପରେ ବି ଏହାର ବଡ଼ ପ୍ରଭାବ ପଡ଼ିବାର ବାସ୍ନା ବାରି ଶେଷମୁହୂର୍ତ୍ତରେ ଏଭଳି ସ୍ପଷ୍ଟୀକରଣ ରଖି ନାହାନ୍ତି ତ ନବୀନ ? ନିଜ ଛବି ଉପରେ ଆଞ୍ଚ ଆସୁଥିବା ଦେଖି ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହଁନ୍ତି କହିବାକୁ ବାଧ୍ୟ ହେଲେ କି ନବୀନ ? ହେଲେ ନବୀନଙ୍କ ଏଭଳି ସ୍ପଷ୍ଟୀକରଣ କିନ୍ତୁ ବିବାଦକୁ ଥମେଇବା ବଦଳରେ ଭୋଟ୍ ରାଜନୀତିକୁ ଆହୁରି ତେଜେଇଛି। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପାଣ୍ଡିଆନଙ୍କ ନାଁ ନନେଇ କହିଛନ୍ତି ସେ ଲୋକଟି ଦଳ, ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରୁଛି। ଲୋକ ଜାଣିଛନ୍ତି, ଯଦି ଏଥର ସେମାନେ ନବୀନଙ୍କୁ ଭୋଟ ଦିଅନ୍ତି, ସେ ଭୋଟ୍ ଟି ଉକ୍ତ ଅଣଓଡ଼ିଆ ତାମିଲ ଲୋକ ପାଖକୁ ଯିବ। 

ସେହିପରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି ଆସନ୍ତା ୪ ତାରିଖ ଫଳାଫଳ ପରେ ଦଳୀୟ ଲୋକଙ୍କ ମାଡ଼ରୁ ବଞ୍ଚିବାକୁ ଗୁମାସ୍ତା ଏ ପ୍ରାୟୋଜିତ ପ୍ରେସମିଟ କରାଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମ୍ୟାନେଜ କରିବାକୁ ଏଭଳି ବୟାନ ଦେଇଛନ୍ତି ନବୀନ। ଆଉ ଏକ୍ସରେ ନବୀନଙ୍କ ଏ ପଦକ୍ଷେପକୁ ଠୁ ଲେଟ୍ ବୋଲି ପୋଷ୍ଟ କରି କଟାକ୍ଷ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ।

ହେଲେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଶେଷ ମୁହୂର୍ତ୍ତରେ ନବୀନଙ୍କ ଏ ଉତ୍ତରାଧିକାରୀ ପ୍ରତିକ୍ରିୟାକୁ ଲୋକେ କେତେ ଗ୍ରହଣ କରୁଛନ୍ତି, ତାମିଲବାବୁ ପ୍ରସଙ୍ଗର କି ପ୍ରଭାବ ପଡ଼ୁଛି, ତାର ଉତ୍ତର ପାଇଁ ଜୁନ୍ ୪ ତାରିଖ ଭୋଟ୍ ଗଣତି ଦିନକୁ ଅପେକ୍ଷା।

ଅଧିକ ପଢ଼ନ୍ତୁ: ଯୁବ ବିଜେପି ରାଜ୍ୟ ସଭାପତିଙ୍କୁ ଆକ୍ରମଣ; ଫାଟିଲା ଅଭିଳାଷଙ୍କ ମୁଣ୍ଡ...

Naveen Patnaik BJD BJP CM Naveen Patnaik Odisha Election Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ