Advertisment

ମୋଦିଙ୍କ ଟାର୍ଗେଟ୍‌ରେ ବିଜେଡି; କହିଲେ, ଏ ସରକାର ଯିବା ନିଶ୍ଚିତ..

ଆଜି ବିଜେଡି ସରକାରର ଅଧିକାଂଶ ପ୍ରକଳ୍ପ ଅଧୁରା ପଡ଼ିରହିଛି । ବିଜେଡି ନେତା ଧାନଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି। ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧୦୦ ଟଙ୍କା ହେବ।

ଅଦ୍ୟତନ ହୋଇଛି
PM Modi Slams BJD Govt

PM Modi

Advertisment

ଅନୁଗୁଳରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ବିଜେଡି ସରକାରକୁ କଲେ ଟାର୍ଗେଟ୍। ରତ୍ନଭଣ୍ଡାର ପ୍ରସଙ୍ଗରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ଜବାବ ମାଗିଲେ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବା ନେଇ ଓଡ଼ିଆରେ କହିଲେ। ୨୫ବର୍ଷର ବିଜେଡି ଶାସନ କାଳରେ ଓଡ଼ିଶାବାସୀ ପାଇଛନ୍ତି କଣ ବୋଲି ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ। ବିଜେଡିର କଳାକାରନାମାର ଚିଠା ସାମ୍ନାକୁ ଆସିଗଲାଣି ବୋଲି କହିଲେ।

Advertisment

ଆଜି ବି ଓଡ଼ିଶାର ଯୁବକ ଅନ୍ୟ ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି। ଜଙ୍ଗଲ ଜମି ଓ ଖଣିଜ ସଂପଦ ଥିବା ସ୍ଥାନ ଆଜି ବିଶେଷ ଭାବରେ ଅବହେଳିତ। ଓଡ଼ିଶାବାସୀ ଗରିବୀରେ ବଞ୍ଚିବା ପାଇଁ ବାଧ୍ୟ ହେଉଛନ୍ତି। ଓଡ଼ିଶାର ଏପରି ଅବସ୍ଥା ମୋତେ କଷ୍ଟ ଦେଉଛି ବୋଲି କହିଲେ। ବିଜେଡି ସରକାର ବନଜାତ ଦ୍ରବ୍ୟର ପ୍ରକୃତ ମୂଲ୍ୟ ମଧ୍ୟ ଦେଉନି । ଆଦିବାସୀଙ୍କ ପାଇଁ ପେସା ଆଇନ ମଧ୍ୟ ଲାଗୁ କରୁନି ନବୀନ ସରକାର। ମାତ୍ର ଓଡ଼ିଶାରେ ଡବଲ ଇଂଜିନ ସରକାର ଆସିଲେ ସବୁ ସମସ୍ୟା ଦୂର କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଅନୁଗୁଳରେ ବର୍ଷିଲେ ମୋଦି; କହିଲେ, ବିଜେଡି ଶାସନରେ ବି ସୁରକ୍ଷିତ ନୁହେଁ ଜଗନ୍ନାଥ ସଂସ୍କୃତି

Advertisment

ଓଡ଼ିଶାର ବିକାଶ ଓଡ଼ିଶା ମାଟିର ପୁଅ ହିଁ କେବଳ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ସଭାରେ କହିଛନ୍ତି। ବିଜେପିକୁ ଭୋଟ ଦେବାକୁ ଅପିଲ୍ ବି କରିଛନ୍ତି। ଓଡ଼ିଶାର ପୁଅ କିମ୍ବା ଝିଅକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି। ଏଥିସହ ୧୦ ଜୁନ୍‌ରେ ଓଡ଼ିଶାରେ ଡବଲ ଇଂଜିନ ସରକାରର ଶପଥ ଗ୍ରହଣ। ଏ ସରକାର ଯିବା ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିଜେଡିକୁ ମୌକା ଦେଇଛନ୍ତି, ଏବେ ଯିବା ସମୟ ଆସିଯାଇଛି। ମନ୍ଥର ବିଜେଡିକୁ ଛାଡ଼ି ଦ୍ରୁତ ବେଗବାନ ବିଜେପିକୁ ସୁଯୋଗ ଦିଅନ୍ତୁ ବୋଲି ମୋଦି ଲୋକଙ୍କୁ ନିବେଦନ କରିଛନ୍ତି।

ଆଜି ବିଜେଡି ସରକାରର ଅଧିକାଂଶ ପ୍ରକଳ୍ପ ଅଧୁରା ପଡ଼ିରହିଛି । ବିଜେଡି ନେତା ଧାନଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି। ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧୦୦ ଟଙ୍କା ହେବ। ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଧାନ ଟଙ୍କା ବ୍ୟାଙ୍କ ଖାତାରେ ମିଳିଯିବ। କଟନୀଛଟନୀରୁ ମୁକ୍ତି ଦେବାକୁ ମଣ୍ଡିରେ ଇଲେକ୍ଟ୍ରି ମେସିନ ଲାଗିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି। ସେହିପରି ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ବିଜେଡି ଉପରେ ବର୍ଷିଛନ୍ତି ମୋଦି । ସେ କହିଛନ୍ତି, ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ ।

Advertisment

ଗଲା ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି । ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ । ୬ ବର୍ଷ ହେଲାଣି କିନ୍ତୁ ରତ୍ନଭଣ୍ଡାର ଚାବି ମିଳୁନାହିଁ । ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଲୋକ ଦାୟୀ । ଯାଞ୍ଚ ରିପୋର୍ଟରେ କ’ଣ ଥିଲା, ଯାହା ପାଇଁ ବିଜେଡି ରିପୋର୍ଟ ଚାପିଛି । ଏ କ୍ଷେତ୍ରରେ ବିଜେଡି ଚୁପ୍‌ ରହିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି କ୍ଷିର-ପାଣି ଅଲଗା ହେବ । ବିଜେପି ସରକାର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ ବୋଲି କହିଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ: କଟକରେ ମୋଦିଙ୍କ କଡ଼ା ମନ୍ତବ୍ୟ; ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !

BJD BJP PM Narendra Modi General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ