Advertisment

ନୂଆ ମୁଖ୍ୟମନ୍ତ୍ରୀ ନେଇ ବଢୁଛି ସସ୍‌ପେନ୍ସ; ୧୦ ନୁହେଁ ୧୨ ରେ ହେବ ଶପଥ ସମାରୋହ

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ?

author-image
Manoranjan Behera
Oath Taking Ceremony

Oath Taking Ceremony

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ତାରିଖ ବଦଳିଲା। ଆସନ୍ତାକାଲି ଜନତା ମଇଦାନରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇଥାନ୍ତେ। କିନ୍ତୁ ଏହାର ତାରିଖ ବଦଳାଇ ଦିଆଯାଇଛି। ଜୁନ୍‌ ୧୦ ପରିବର୍ତ୍ତେ ଜୁନ୍‌ ୧୨ରେ ହେବ ଶପଥ ଗ୍ରହଣ ସମାରୋହ। ତେବେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ଏବେ ଯାଏ ବି ସସ୍‌ପେନ୍ସ ଜାରି ରହିଛି।

Advertisment

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ତାକୁ ନେଇ ନେତାଙ୍କ ବାୟୋଡାଟା ଯାଞ୍ଚ ଆରମ୍ଭ ହୋଇଛି। ମନ୍ତ୍ରୀ ହେବାର ଆଧାର ରହିଛି ନିର୍ମଳ ଭାବମୂର୍ତ୍ତି, ଅପରାଧିକ ପୃଷ୍ଠଭୂମି ନଥିବା, ପ୍ରଶାସନିକ ଦକ୍ଷତା, ଲୋକସଂପର୍କ ଆଧାରରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ।

ଅଭିଜ୍ଞତା ସଂପନ୍ନ ବିଧାୟକ ଭାବେ ହେଭିୱେଟ୍ ସୁରେଶ ପୂଜାରୀ, କେ.ଭି ସିଂଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ, ସୂରମା ପାଢୀ ଥିବା ବେଳେ ନୂଆ ମୁହଁ ଭାବେ ଚର୍ଚ୍ଚାରେ ଥିବା ନାଁ ପୃଥୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ସନାତନ ବିଜୁଳି, ଅମର ନାୟକ, ବିଭୂତି ଜେନା, ସିଦ୍ଧାନ୍ତ ମହାପାତ୍ର, ଡାକ୍ତର ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ, ଆଶ୍ରିତ ପଟନାୟକ, ବାବୁ ସିଂ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଡାକ୍ତର ଫକୀର ମୋହନ ନାୟକ ଓ ପ୍ରଭାତୀ ପରିଡା।

Advertisment

ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ଅପେକ୍ଷା ବିଧାୟକ ଦଳ ବୈଠକକୁ। କେନ୍ଦ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ପରେ ୧୦ ତାରିଖ ସକାଳେ ବସିବ ବିଧାୟକ ଦଳ ବୈଠକ। ସଂସଦୀୟ ବୋର୍ଡ ବୈଠକର ସୁପାରିଶ ସହ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ସ୍ଥିର ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ।

BJP Odisha Politics Oath Taking Ceremony General Election 2024
Advertisment
Advertisment