Advertisment

କାଲି ଶପଥ ନେବେ ନୂଆ ସିଏମ୍‌; ନବୀନଙ୍କୁ ନିମନ୍ତ୍ରଣ କଲା ବିଜେପି

ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଇଛନ୍ତି ବିଜେପିର ୫ ବରିଷ୍ଠ ନେତା।

ଅଦ୍ୟତନ ହୋଇଛି
BJP Invites Naveen Patnaik To New Odisha Chief Minister oath ceremony.

Naveen Patnaik

Advertisment

ଆସନ୍ତାକାଲି ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ରାଜ୍ୟରେ ଆରମ୍ଭ ହେବ ବିଜେପି ଶାସନ। ଏଥିପାଇଁ ଭୁବନେଶ୍ୱରର ଜନତା ମଇଦାନ ପ୍ରସ୍ତୁତ। ଆସନ୍ତାକାଲି ଶପଥ ସମାରୋହରେ ସାମିଲ ହେବା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭୁବନେଶ୍ବର। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଇଛନ୍ତି ବିଜେପିର ୫ ବରିଷ୍ଠ ନେତା। ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ଯାଇ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି। ତେବେ ନବୀନ ବାବୁ ନିଶ୍ଚୟ ପହଞ୍ଚିବେ ବୋଲି କହିଥିବା ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

Advertisment

ଆସନ୍ତାକାଲି ବିଜେପି ପାଇଁ ବହୁ ପ୍ରତୀକ୍ଷିତ ମୂହୁର୍ତ୍ତ। ବିଜେଡିକୁ ଶକ୍ତ ଝଟକା ଦେଇ ବିପୁଳ ବିଜୟ ହାସଲ କରିଥିବା ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ନିଜର ସରକାର ଗଢ଼ିବାକୁ ଯାଉଛି । ଆସନ୍ତାକାଲି ଜନତା ମଇଦାନରେ ଭବ୍ୟ ଶପଥ ସମାରୋହ ଆୟୋଜନ ହେବ । କାଲିଠୁ ବିଜେପି ରାଜ୍‌ ଚାଲିବ। ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ଏବେଠୁ ଅତିଥି ଆସୁଛନ୍ତି। ବିଶେଷ ଭାବେ ଭୁବନେଶ୍ବର ବିମାନ ବନ୍ଦରରେ ନେତାଙ୍କୁ ସ୍ବାଗତ କରିବାକୁ କର୍ମୀ ମାନେ ପହଞ୍ଚିବା ପରେ ସେଲିବ୍ରେସନ୍ ଚାଲିଛି।

ଅଧିକ ପଢ଼ନ୍ତୁ: ଉତ୍ସାହିତ ନବନିର୍ବାଚିତ, ପ୍ରଥମ ଥର ବିଧାନସଭା ଯିବେ ରାଜ୍ୟର ୮୨ ବିଧାୟକ

Advertisment

ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି ।ଏଥିଲାଗି ଟ୍ରାଫିକ କଟକଣାକୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ସେହିଦିନ ଦିନ ୨ଟାରୁ ସନ୍ଧ୍ୟା ୭ କିମ୍ବା ଶପଥ ସମାରୋହ ସରିବା ଯାଏଁ କଟକଣା ବଳବତ୍ତର ରହିବ। ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡି ଚଳାଚଳ କରିବନାହିଁ।

ସେପଟେ ଶପଥ ସମାରୋହକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଏଥିରେ ମୋଟ୍ ୬୭ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ। ତମାମ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ଦୁଇ ଜଣ ଡିଆଇଜିଙ୍କୁ ଦାୟିତ୍ଵ ଦିଆଯାଇଛି। ଜନତା ମୈଦାନରେ ଆଇଜି ପ୍ରବୀଣ କୁମାର ସୁରକ୍ଷା ଦାୟିତ୍ଵ ତଦାରଖ କରିବେ। ଡିଆଇଜି ସାର୍ଥକ ଷଡଙ୍ଗୀ ଏୟାରପୋର୍ଟ ଏବଂ ଉମାଶଙ୍କର ଦାସ ଟ୍ରାଫିକ କଟକଣା କଥା ବୁଝିବେ। ୧୩ ଡିସିପି, ୧୮ଜଣ ଏଡିସିପି ରାଙ୍କ ଅଧିକାରୀ, ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ଜଣ ଏସଆଇ ସୁରକ୍ଷା ଦାୟିତ୍ଵରେ ରହିବା ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା।

Advertisment

ଦୀର୍ଘ ୨୪ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡିକୁ ହଟାଇ ବିଜେପି ଚଳିତ ନିର୍ବାଚନରେ ବିପୁଳ ବିଜୟ ସହ ରାଜ୍ୟର ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି । ମୋଟ ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୭୮ଟି ଆସନରେ ବିଜୟୀ ହୋଇଛି । ଧର୍ମଶାଳାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ହିମାଂଶୁ ଭୂଷଣ ସାହୁ ଓ ବଡ଼ମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ବିଜୟ କୁମାର ଦଳବେହେରା ଇତିମଧ୍ୟରେ ବିଜେପିକୁ ସମର୍ଥନ ଘୋଷଣା କରିଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ଭାଙ୍ଗିଗଲା ଅଫିସର୍ ଦୁର୍ଗ, କିଏ ଇସ୍ତଫା ଦେଲେ ତ କିଏ ଛୁଟିରେ ଗଲେ...

Naveen Patnaik BJP Odisha Election General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ