Advertisment

ନାମାଙ୍କନ ବେଳେ ମୁହାଁମୁହିଁ ବିଜେଡି-ବିଜେପି, ନାରାବାଜିରେ କଂପିଲା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍

ସମୟ ପ୍ରାୟ ୧୨ଟା ୩୦। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ହାଇପ୍ରୋଫାଇଲ ନେତାଙ୍କ ହାଇଭୋଲଟେଜ୍ ନାମାଙ୍କନ ବେଳେ ଅପ୍ରୀତିକର ସ୍ଥିତି।

ଅଦ୍ୟତନ ହୋଇଛି
undefined

BJD-BJP

Advertisment

ପୁରୀ ପରେ ଖୋର୍ଦ୍ଧାରେ ନାମାଙ୍କନ ବେଳେ ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ। ହଟ୍ ସିଟ୍ ଭୁବନେଶ୍ୱର ପାଇଁ ଆଜି ଅପରାଜିତା ଓ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ପରିସର୍ ପାଲଟିଥିଲା ରଣକ୍ଷେତ୍ର । ଉଭୟଙ୍କ ସମର୍ଥକ ପ୍ରାୟ ୨ ଘଣ୍ଟା ଧରି ମୁହାଁମୁହିଁ ହୋଇଥିଲେ। ପରସ୍ପର ବିରୋଧରେ ନାରାବାଜି ଓ ହୋହ୍ଲାଲା ବି କରିଥିଲେ ।

Advertisment

ସମୟ ପ୍ରାୟ ୧୨ଟା ୩୦। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ହାଇପ୍ରୋଫାଇଲ ନେତାଙ୍କ ହାଇଭୋଲଟେଜ୍ ନାମାଙ୍କନ ବେଳେ ଅପ୍ରୀତିକର ସ୍ଥିତି। ହାତରେ ଦଳୀୟ ପତାକା ଧରି ଚାଲିଲା ସମର୍ଥକଙ୍କ ନାରାବାଜି । ଭିତରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଚାଲିଥିଲା ପ୍ରାର୍ଥୀଙ୍କ ନାମାଙ୍କନ, ବାହାରେ ଦୁଇ ଦଳର କର୍ମୀଙ୍କ ହୋହାଲ୍ଲା, ନାରାବାଜି । କିଏ ନବୀନଙ୍କ ସମର୍ଥନରେ ଶଙ୍ଖ ଫୁଙ୍କି ଜୟ ଜଗନ୍ନାଥର ନାରା ଦେଉଥିଲେ.. ତ କିଏ ପଦ୍ମ ପତାକା ଧରି ଦେଉଥିଲେ ଜୟ ଶ୍ରୀରାମର ନାରା। ଏଭଳି ଭଳିକି ଭଳି ନାରାରେ ଫାଟି ପଡିଥିଲା ଜିଲ୍ଲାପାଳଙ୍କ ଅଫିସ ପରିସର।

ଧିରେ ଧିରେ ଅଣାୟତ ହୋଇପଡିଥିଲା ପରିସ୍ଥିତି । ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ ବିଜେଡି-ବିଜେପି କର୍ମୀ। ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଥମେ ଦୁଇ ଦୁଇ ଜଣ ଡିଏସପି ଆସିଲେ । ପରେ ଏସପି ବି ପହଁଚିଗଲେ । ଉଭୟ ପକ୍ଷର ସମର୍ଥକଙ୍କୁ ଚାଲିଲା ବୁଝାସୁଝା । ତଥାପି ନାକେଦମ୍ ହୋଇଥିଲା ପୋଲିସ । ବୁଝିବା ମୁଡରେ ନ ଥିଲେ କର୍ମୀ । ପାଖାପାଖି ଦୁଇଘଣ୍ଟା ଧରି ଚାଲିଥିଲା ଉଭୟ ପକ୍ଷର ନାରାବାଜି ସହ ଟକରା ଟକରି । ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ମାତ୍ର ହାତଗଣତି ୧୫-୨୦ ଜଣ ପୋଲିସ ଥିଲେ ।

Advertisment

ଏହା ପୂର୍ବରୁ ସକାଳୁ ସକାଳୁ ନିଜ ବାସଭବନରେ ପୂଜାର୍ଚ୍ଚନା କରିବା ପରେ ନାମାଙ୍କନ ପାଇଁ ବାହାରିଥିଲେ ଅପରାଜିତା। ପରେ ପୋଖରୀପୁଟ ଶିବ ମନ୍ଦିର, ଡୁମଡୁମା ସ୍ଥିତ ସାଇ ମନ୍ଦିର ଏବଂ ଭୁଆଷୁଣି ବାଟ ମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା କରି ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ରୋଡ୍ ସୋରେ ବାହାରିଥିଲେ । ପାରମ୍ପରିକ ପୋଷାକ ଓ ବାଜା ସହ ଶତାଧିକ ମହିଳା ସାମିଲ ହୋଇଥିଲେ ଅପରାଜିତାଙ୍କ ବିଶାଳ ଶୋଭାଯାତ୍ରାରେ ।

ସେପଟେ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରଥମେ ସମର୍ଥକଙ୍କ ସହ ଭୁବନେଶ୍ୱରରୁ ୩୦ କିଲୋମିଟର ଦୌଡି ଖୋର୍ଦ୍ଧା ଗଡ଼ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପଞ୍ଚଶଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଶଗଡରେ ବାହାରିଥିଲା ବିଶାଳ ଶୋଭାଯାତ୍ରା ।ଦୁଇଦିନ ତଳେ ପୁରୀରେ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାମାଙ୍କନ ବେଳେ ବି ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ ନାରାବାଜି ଦେଖିବାକୁ ମିଳିଥିଲା।

Advertisment

BJP BJD General Elections 2024 Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ