Advertisment

‘ନିର୍ବାଚିତ ଜନ ପ୍ରତିନିଧିଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ’

ବିଧାୟକ ଦଳ ବୈଠକ ପୂର୍ବରୁ ବଡ଼ ବୟାନ ରଖିଛନ୍ତି ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ନିର୍ବାଚିତ ଜନ ପ୍ରତିନିଧିଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

ଅଦ୍ୟତନ ହୋଇଛି
 Jayanarayan Mishra On Odisha New CM Selection

Jayanarayan Mishra

Advertisment

ଆଜି ବିଜେପି ବିଧାୟକ ଦଳ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି। ବିଧାୟକ ଦଳ ବୈଠକ ପୂର୍ବରୁ ବଡ଼ ବୟାନ ରଖିଛନ୍ତି ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ନିର୍ବାଚିତ ଜନ ପ୍ରତିନିଧିଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମାନେ ସବୁ ବିଧାୟକଙ୍କୁ ନେଇ ବୈଠକ କରିବେ। କାହା ନାଁ ଚର୍ଚ୍ଚା ନାହିଁ, ବିଧାୟକ ଦଳ ବୈଠକରେ ନିଷ୍ପତି ନିଆଯିବ।

Advertisment

ସେପଟେ କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? କାଲି ଶପଥ ଗ୍ରହଣ ଥିବା ବେଳେ ସସପେନ୍ସ ବଢୁଛି। ଆଜି ନାଁ ଉପରେ ମୋହର ବାଜିପାରେ। ବିଧାୟକ ଦଳ ନେତା ଚୟନ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ । ସେମାନେ ବିଧାୟକ ଦଳ ବୈଠକରେ ଯୋଗ ଦେବେ। ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ରାଜନାଥ ଓ ଭୂପେନ୍ଦ୍ର ଯାଦବ। ବିଚାରବିମର୍ଶ ପରେ ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। କାହା ନାଁରେ ବାଜିବ ମୋହର ? କିଏ ବିଜେପି ବିଧାୟକ ଦଳ ନେତା ମନୋନୀତ ହେବେ ? ରେସରେ ଥିବା ନେତାଙ୍କ ହୃତସ୍ପନ୍ଦନ ବି ବଢିଛି। ମୁଖ୍ୟମନ୍ତ୍ରୀ ରେସରେ ବିଧାୟକ ସୁରେଶ ପୂଜାରୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛି।

ଅଧିକ ପଢ଼ନ୍ତୁ: କାଲି ଶପଥ ନେବେ ନୂଆ ସିଏମ୍‌; ନବୀନଙ୍କୁ ନିମନ୍ତ୍ରଣ କଲା ବିଜେପି

ଏଥିସହ ଉପ-ମୁଖ୍ୟମନ୍ତ୍ରୀ ପାଇଁ ବିଧାୟକ ମୋହନ ଚରଣ ମାଝୀ ଓ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ କଳ୍ପନାଜଳ୍ପନା ଚାଲିଛି। ସେହିପରି ନୂଆ ମନ୍ତ୍ରିମଣ୍ଡଳରେ କେଉଁ ବିଧାୟକଙ୍କୁ ସୁଯୋଗ ମିଳିବ ସେନେଇ ବି ଚର୍ଚ୍ଚା ଜୋର ଧରିଛି। ସମୟ ଗଡ଼ିବା ସହ ବଢୁଛି ଉତ୍କଣ୍ଠା। ମନ୍ତ୍ରୀ ରେସରେ ହେଭିୱେଟ କେ.ଭି ସିଂଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ, ସୂରମା ପାଢୀ ଆଗରେ ରହିଛନ୍ତି। ଏହା ସହ ନୂଆ ମୁହଁ ଭାବେ ପୃଥ୍ବୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ଦୁର୍ଗା ପ୍ରସନ୍ନ ନାୟକ, ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ ଓ ଇରାଶିଷ ଆଚାର୍ଯ୍ୟଙ୍କୁ ବି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ। 

Advertisment

ଆସନ୍ତାକାଲି ଭୁବନେଶ୍ବର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଶପଥ ନେବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଭିଭିଆଇପି ଉପସ୍ଥିତ ରହିବେ। 

ଅଧିକ ପଢ଼ନ୍ତୁ: ଉତ୍ସାହିତ ନବନିର୍ବାଚିତ, ପ୍ରଥମ ଥର ବିଧାନସଭା ଯିବେ ରାଜ୍ୟର ୮୨ ବିଧାୟକ

Advertisment
Chief Minister Odisha CM Jayanarayan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ