Advertisment

ଛିଣ୍ଡୁନି ମେଣ୍ଟ ଘାଣ୍ଟ; ବିଜେଡି ଚାହୁଁଛି, ବିଜେପି ରାଜି ହେଉନି ?

ମେଣ୍ଟ ହବ ନା ହବନି ? କିଏ କହୁଛି ଆଲୋଚନା ଚାଲିଛି, ତ କାହାର ସିଧା ସିଧା ଖଣ୍ଡନ। ଦ୍ୱନ୍ଦ୍ୱ ବଢ଼ାଉଛି ନେତାଙ୍କ ବୟାନବାଜି। ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ମେଣ୍ଟ ଥିଓରୀ।

undefined

BJP-BJD Alliance

Advertisment

ସ୍ପଷ୍ଟ ହେବା ପରିବର୍ତ୍ତେ ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା। ଦୁଇ ଦଳର ନେତାଙ୍କ ବୟାନବାଜି ବଢାଉଛି ଦ୍ୱନ୍ଦ୍ୱ। ଗୋଟିଏ ପଟେ ଜୁଏଲ୍ ଓରାମଙ୍କ ଭଳି ବରିଷ୍ଠ ନେତା ମେଣ୍ଟ ନେଇ ଆଲୋଚନା ହୋଇଥିବା କହିଥିବା ବେଳେ ରାଜ୍ୟ ସଭାପତି ଏବଂ ନିର୍ବାଚନ ପ୍ରଭାରୀ ଏହାକୁ ଖଣ୍ଡନ କରିଛନ୍ତି। ଅନ୍ୟପଟେ ବିଜେଡି କିନ୍ତୁ କହିଛି ମେଣ୍ଟ ପାଇଁ ଆମେ ଆଗ୍ରହୀ, ଆଲୋଚନା ଚାଲିଛି, ନବୀନ ନିଷ୍ପତ୍ତି ନେବେ। ଏସବୁ ଭିତରେ ବାସ୍ତବରେ ମେଣ୍ଟ କିଏ ଚାହୁଁଛି, କାହିଁକି ସ୍ପଷ୍ଟତା ଆସୁନି, ତାକୁ ନେଇ ଛିଡା ହୋଇଛି ପ୍ରଶ୍ନ।

Advertisment

ମେଣ୍ଟ ହବ ନା ହବନି ? କିଏ କହୁଛି ଆଲୋଚନା ଚାଲିଛି, ତ କାହାର ସିଧା ସିଧା ଖଣ୍ଡନ। ଦ୍ୱନ୍ଦ୍ୱ ବଢ଼ାଉଛି ନେତାଙ୍କ ବୟାନବାଜି। ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ମେଣ୍ଟ ଥିଓରୀ। ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଆଲୋଚନାକୁ ସିଧା ସିଧା ଖଣ୍ଡନ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏମିତିକି ଦଳ ଏକାକୀ ଲଢି ସରକାର କରିବ ବୋଲି ଦମ୍ଭୋକ୍ତି ଦେଖାଇଥିଲେ।

ଆଉ ଆଜି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ସମାନ ଢଙ୍ଗରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ଏମିତି କୌଣସି ବି ଚର୍ଚ୍ଚା ଆଲୋଚନା କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ହୋଇନଥିବା ରୋକ୍‌ଟୋକ୍‌ କହିଛନ୍ତି। ହେଲେ ବିଜେଡି କିନ୍ତୁ କହିଛି, ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି। ଚୂଡାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ। ଏପରିକି ଓଡିଶାର ସ୍ୱାର୍ଥ ପାଇଁ ବିଜେଡି ଆଗ୍ରହୀ ଥିବା ମଧ୍ୟ କହିଛନ୍ତି ନୃସିଂହ। ତେବେ ନେତାଙ୍କ ଏପରି ମିଶ୍ର ମନ୍ତବ୍ୟକୁ ନେଇ ସସପେନ୍ସ ଆହୁରି ବଢିଛି।

Advertisment

ଏଠି ପ୍ରଶ୍ନ ଉଠୁଛି କାହିଁକି ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର ଆସୁନି ? କାହିଁକି ଏମିତି ବୟାନବାଜି କରୁଛନ୍ତି ଦୁଇ ଦଳର ରାଜନେତା ? ପ୍ରକୃତରେ କିଏ ଚାହୁଁଛି ମେଣ୍ଟ ? ବିଜେପି ବାରମ୍ବାର ଏକାକୀ ଲଢିବାର ଦମ୍ଭୋକ୍ତି ଦେଖାଉଥିବା ବେଳେ ବିଜେଡି ଶିବିରରେ ଗମ୍ଭୀର ନିରବତା କ'ଣ ପାଇଁ ? ନା ଏକାକୀ ଲଢିବେ ବୋଲି କହୁଛନ୍ତି ନା ମେଣ୍ଟ ହେବ ବୋଲି ମାନୁଛନ୍ତି। ନିଷ୍ପତ୍ତିକୁ ସୁପ୍ରିମୋଙ୍କ ଉପରେ ଛାଡ଼ି ଖସି ଯାଉଛନ୍ତି। କୁହାଯାଉଛି ପ୍ରଣବ ପ୍ରକାଶ ଦାସ ଏବଂ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଯାଇଥିଲେ। ହେଲେ ସେ କାହାକୁ ଭେଟିଲେ, କଣ ଆଲୋଚନା କଲେ. ସେନେଇ କାହିଁକି ସ୍ପଷ୍ଟ କରୁନାହାନ୍ତି ? ରାଜନୈତିକ ବାଧ୍ୟବାଧ୍ୟକତାରେ ରାଜ୍ୟ ସ୍ୱାର୍ଥ ନାଁ ନେଇ ମେଣ୍ଟ କରିବାକୁ ଚାହୁଁଛି କି ବିଜେଡି ? ଅନ୍ୟପଟେ ଦୁଇ ଦିନ ତଳେ ବରିଷ୍ଠ ବିଜେପି ନେତା ଜୁଏଲ୍ ଓରାମ ମେଣ୍ଟ ନେଇ ଆଲୋଚନା ହୋଇଥିବା ସ୍ପଷ୍ଟ କରିଥିଲେ।

ଏବେ ଅନ୍ୟ ନେତାମାନେ ସିଧାସଳଖ ଖଣ୍ଡନ କରିବାର କାରଣ କ'ଣ ? କର୍ମୀଙ୍କ ମନୋବଳ ନ ଭାଙ୍ଗିବାକୁ ଏ ଷ୍ଟ୍ରାଟେଜି କି ? ଅନ୍ୟପଟେ ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର ଆସିବାରେ ବିଳମ୍ବର କାରଣକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଛି। ରାଜନୈତିକ ସମୀକ୍ଷକଙ୍କ ମତରେ ହୁଏତ ଆସନକୁ ନେଇ ଭାଗବଣ୍ଟା ଛିଡୁନି କିମ୍ବା ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତି ସହ ଗ୍ରାଉଣ୍ଡ ନେତା ସହମତ ହୋଇପାରୁନାହାନ୍ତି।

Advertisment

ଉଭୟ ଦଳର ନେତା ଓ କର୍ମୀଙ୍କ ମନରେ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ବଢୁଥିବା ବେଳେ କୁହାଯାଉଛି ଏ ଦ୍ୱନ୍ଦ୍ୱରେ ବି ଖୁବଶୀଘ୍ର ଦିଲ୍ଲୀରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। 

BJD BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ