Advertisment

ଛେଣ୍ଡିପଦା ବିଧାୟକଙ୍କ ବଢ଼ିଲା ଅଡୁଆ, ଜିଲ୍ଲାପାଳଙ୍କୁ ତଦନ୍ତ ଓ ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ CEO

ଗତକାଲି କୋଶଳା ପଂଚାୟତ ଶିମିଳିସାହି ୮୪ ନମ୍ବର ବୁଥରେ ଭୋଟରଙ୍କୁ ବିଧାୟକ ସୁଶାନ୍ତ ବେହେରା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

Sushant Behera

Sushant Behera

Advertisment

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ପାଇଁ ବଢ଼ିଲା ଅଡୁଆ । ୨୪ ଘଣ୍ଟାରେ ତଦନ୍ତ ଓ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅନୁଗୁଳ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ CEO ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କୋଶଳା ପଂଚାୟତ ଶିମିଳିସାହି ୮୪ ନମ୍ବର ବୁଥରେ ଭୋଟରଙ୍କୁ ବିଧାୟକ ସୁଶାନ୍ତ ବେହେରା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ବୁଥ୍‌ରେ ବିଧାୟକ ଭୋଟରଙ୍କୁ ପିଟିବାକୁ ଗୋଡ଼ାଇବା ସମୟର ଭିଡିଓ ଭାଇରାଲ ହୋଇଥିଲା । ଘଟଣାକୁ ନେଇ CEOଙ୍କ ଦ୍ୱାରସ୍ଥ ହୋଇଥିଲା ରାଜ୍ୟ ବିଜେପି ।

Advertisment

ତେବେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳଙ୍କୁ ୨୪ ଘଣ୍ଟା ମଧ୍ୟରେ ତଦନ୍ତ ଓ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି । ତେବେ ଘଟଣା ସଂପର୍କରେ ସୁଶାନ୍ତ ବେହେରାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସେପଟେ ତୃତୀୟ ପର୍ଯ୍ୟାୟ ଭୋଟ୍‌ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି । କେଉଁଠି ମନ୍ତ୍ରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଥିଲା ତ ଆଉ କେଉଁଠି ଶାସକ ବିଧାୟକଙ୍କ ଦାଦାଗିରି ସବୁ ସୀମା ଟପିଯାଇଥିଲା । ପୁଣି କେଉଁଠି ଭାଙ୍ଗିଥିଲା ଇଭିଏମ୍‌ । ଯାହାକୁ ନେଇ ଦେଖାଦେଇଥିଲା ତୀବ୍ର ଅସନ୍ତୋଷ । ତେବେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ।

Advertisment

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ଗିରଫ ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା ମିଳିଛି।

ଗତକାଲି ଅପରାହ୍ନରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ତାଙ୍କ ପତ୍ନୀ ଭୋଟ୍ ଦେବା ପାଇଁ କାଉଁରିପାଟଣା ବୁଥରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଇଭିଏମକୁ ଫିଙ୍ଗାଫୋପଡ଼ା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ବେଗୁନିଆ ଠାରୁ ବିଧାୟକଙ୍କୁ ଉଠାଇ ନେଇ ଖୋର୍ଦ୍ଧା ରିଜର୍ଭ ପୋଲିସ କ୍ୟାମ୍ପସରେ ଅଟକ ରଖିଥିଲା । ତେବେ ସମ୍ପୃକ୍ତ ବୁଥର ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Advertisment

ଏହି ଘଟଣାକୁ ନେଇ ବିଜେଡି ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲା। ଅନ୍ୟପକ୍ଷରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଉଠିଥିବା ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଥିଲେ ସ୍ଥାନୀୟ ଗ୍ରାମବାସୀ ଓ ପ୍ରତ୍ୟକ୍ଷଦର୍ଶୀ।

Election Commission Poll Violence Angul Chendipada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ