Advertisment

ପ୍ରଚାର ପାଇଁ ଟଙ୍କା ଦେଲାନି କଂଗ୍ରେସ, ଟିକେଟ ଫେରାଇଦେଲେ ପୁରୀ ସାଂସଦ ପ୍ରାର୍ଥୀ

ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ପୁରୀରେ ହେବ ନିର୍ବାଚନ। ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ ୬ ତାରିଖ ରହିଛି। ଏହି ସମୟରେ ପୁରୀ ସାଂସଦ ପ୍ରାର୍ଥୀ ଟିକେଟ୍ ଫେରାଇଦେବା ନିହାତି ଭାବେ କଂଗ୍ରେସ ପାଇଁ ଶକ୍ତ ଧକ୍କା।

ଅଦ୍ୟତନ ହୋଇଛି
Sucharita Mohanty

Sucharita Mohanty

Advertisment

ରାଜ୍ୟ କଂଗ୍ରେସକୁ ବଡ଼ ଝଟକା। ଟିକେଟ୍ ଫେରାଇଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି। ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇଥିବା AICCକୁ ଜଣାଇଛନ୍ତି ସୁଚରିତା। ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ସହଜ ନୁହେଁ ବୋଲି କହିଛନ୍ତି ସୁଚରିତା ମହାନ୍ତି। ପୁରୀ ଲୋକସଭା ଅଧୀନ ୭ଟିଯାକ ବିଧାନସଭା ଆସନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ତାସହ ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ, କିନ୍ତୁ ପରିବର୍ତ୍ତନ କରାଯାଇନଥିବା ସୁଚରିତା ମହାନ୍ତି କହିଛନ୍ତି।

Advertisment

ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ପୁରୀରେ ହେବ ନିର୍ବାଚନ। ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ ୬ ତାରିଖ ରହିଛି। ଏହି ସମୟରେ ପୁରୀ ସାଂସଦ ପ୍ରାର୍ଥୀ ଟିକେଟ୍ ଫେରାଇଦେବା ନିହାତି ଭାବେ କଂଗ୍ରେସ ପାଇଁ ଶକ୍ତ ଧକ୍କା।

ତେବେ ପୁରୀ ଲୋକସଭାରେ ବିଜେଡି - ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି କୁହାଯାଉଛି । ବିଜେଡିରୁ ଲଢ଼ୁଛନ୍ତି ଅରୁପ ପଟ୍ଟନାୟକ । ସେ ଗତଥର ଭୁବନେଶ୍ୱର ଲୋକସଭାରୁ ଲଢ଼ି ପରାଜିତ ହୋଇଥିଲେ । ସେହିଭଳି ଗତଥର ପୁରୀରୁ ଲଢ଼ି ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଏଥର ମଧ୍ୟ ଲଢ଼ୁଛନ୍ତି । 

Advertisment

ସେପଟେ କଂଗ୍ରେସକୁ ପୁଣି ଥରେ ଅଣ୍ଟା ସଳଖ କରି ଛିଡ଼ା କରିବା ପାଇଁ ଲାଗିପଡ଼ିଛନ୍ତି ରାହୁଲ ଗାନ୍ଧି । ଗତକାଲି ତାଙ୍କ ରାୟଗଡ଼ା ଗସ୍ତ ବାତିଲ ହେବା ପରେ ସେ ଭର୍ଚୁଆଲ୍‌ ମୋଡ୍‌ରେ ଜନସଭାକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ସେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଛନ୍ତି । କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼ କରାଯିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ । ବିଏ ଏବଂ ଡିପ୍ଲୋମା ଧାରୀଙ୍କୁ ଚାକିରିରେ ଅଗ୍ରାଧିକାର ପ୍ରଦାନ କରାଯବ ବୋଲି ସେ ଗ୍ୟାରେଣ୍ଟି ଦେଇଛନ୍ତି ।

ସେହିପରି ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଜାତିଗତ ଗଣନାର ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି ରାହୁଲ । ମହିଳାଙ୍କୁ ମାସିକ ୮ ହଜାର ୫ଶହ ଟଙ୍କା ପ୍ରଦାନ, ସରକାରୀ ଚାକିରିରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି କହିଛନ୍ତି ରାହୁଲ । ସେହିପରି ମନରେଗା ଯୋଜନାରେ ଶ୍ରମିକଙ୍କୁ ୪୦୦ ଟଙ୍କା ମଜୁରୀ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟଯେ, ରାହୁଲ ଗାନ୍ଧି ରାୟଗଡ଼ାର ଆସି ଜନ ସମାବେଶରେ ସାମିଲ ହେବାର ଥିଲା । ତେବେ ରାଏବରେଲିରେ ନାମାଙ୍କନ ପତ୍ର ଦାଖଲ ପାଇଁ ସେ ରାୟଗଡ଼ା ଆସିପାରିନଥିଲେ । ତେଣୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଲୋକଙ୍କୁ ସମ୍ବୋଧନ କରିଥିଲେ । 

ପୂର୍ବରୁ ଗତ ମେ ୨୮ରେ ସାଲେପୁର ଆସିଥିଲେ ରାହୁଲ । ରାହୁଲ ଗାନ୍ଧି ଓଡ଼ିଶା ଆସି ଓଡ଼ିଶା କଂଗ୍ରେସ ପାଇଁ ନିର୍ବାଚନୀ ବିଗୁଲ ଫୁଙ୍କିଥିଲେ । ସାଲେପୁର ସଭାରେ ଆରମ୍ଭରୁ ବର୍ଷିଥିଲେ ରାହୁଲ ଗାନ୍ଧି। ସେ କହିଥିଲେ, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। 

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ