Advertisment

ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ !

ଏହି କ୍ରମରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ନଗର ଉନ୍ନୟନ ତଥା ସଂସଦୀୟ ବ୍ୟାପାର ସଚିବ ଜି.ମାଥିଭାତନନ୍ ପ୍ରମୁଖ ରାଜ୍ୟ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

CM Office

CM Office

Advertisment

ରାଜ୍ୟ ଅତିଥି ଭବନର ପ୍ରଥମ ମହଲା ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ। ପୁରୀରୁ ଫେରିବା ପରେ ରାଜ୍ୟ ଅତିଥି ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ସେଠାରେ ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା କରିଛନ୍ତି। ଏହାସହ ରାଜ୍ୟ ଅତିଥି ଭବନରେ ବିଭିନ୍ନ ଦଳର ନେତା ମାନେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି କ୍ରମରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ନଗର ଉନ୍ନୟନ ତଥା ସଂସଦୀୟ ବ୍ୟାପାର ସଚିବ ଜି.ମାଥିଭାତନନ୍ ପ୍ରମୁଖ ରାଜ୍ୟ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

Advertisment

ଗତକାଲି ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇନଥିଲେ ମୋହନ ମାଝୀ। କୁହାଯାଉଛି, ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କକାର୍ଯ୍ୟାଳୟର କିଛି ମରାମତି କାମ ସରିବା ପରେ ଏବଂ ପୂଜାର୍ଚ୍ଚନା କରି ଅଫିସ ପ୍ରବେଶ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏପଟେ ୟୁନିଟ୍-୬ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନୂଆ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ହୋଇପାରେ ବୋଲି କୁହାଯାଉଛି।

ଅନ୍ୟପଟେ ସରକାରକୁ ଆସୁ ଆସୁ ଅବିଳମ୍ବେ ପୂରଣ କରିଦେଲେ । କୋଟି କୋଟି ଓଡ଼ିଆଙ୍କୁ ଦେଇଥିଲେ ପ୍ରତିଶ୍ରୁତି । ଆଜି ପୂରଣ କରିଛନ୍ତି । ଶ୍ରୀମନ୍ଦିର ଚାରି ଦ୍ୱାର ହେଲା ଉନ୍ମୁକ୍ତ, ଭକ୍ତ ବେଶ୍ ଆହ୍ଲାଦିତ। ଆଜିର ଶୁଭ ସମୟ, ସକାଳ ୭ଟା। ରତ୍ନବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସରୁ ସରୁ ଭକ୍ତଙ୍କ ପାଇଁ ଖୋଲି ଦିଆଗଲା ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସହ ଅନ୍ୟ ତିନି ଦ୍ୱାର ବ୍ୟାଘ୍ର, ହସ୍ତୀ ଓ ଅଶ୍ୱ ଦ୍ୱାର । ଯାହାକି ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଭାବେ ବିବେଚିତ।

Advertisment

ତେଣେ ପ୍ରତିଶ୍ରୁତି ପୂରଣର ସେଇ ବହୁ ପ୍ରତିକ୍ଷୀତ ମୂହୁର୍ତ୍ତରେ ବି ଉପସ୍ଥିତ ଥିଲେ ନିଜେ ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ। ଜୟ ଜଗନ୍ନାଥ ଧ୍ୱନିରେ ଫାଟି ପଡୁଥିଲା ଚଉଦିଗ। ଶ୍ରୀମନ୍ଦିର ଭିତର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶିଷ ନେଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ- କେବଳ ମହାପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଲା।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ