Advertisment

ରାଜ୍ୟରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ କେଉଁ ଗୁରୁତ୍ୱପୂର୍ଣ୍ଣ ବିଭାଗ ?

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା।

undefined

Speculation rife over New CM

Advertisment

୭୮ ବିଧାୟକଙ୍କ ଭିତରୁ କିଏ ହେବେ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? କାହାକୁ ମିଳିବ ଗୁରୁତ୍ୱପୂର୍ଣ୍ଣ ବିଭାଗ ? କ’ଣ ରହିବ ମନ୍ତ୍ରୀ ଚୟନର ଆଧାର ? ଓଡ଼ିଶାରେ ବିଜେପିର ପ୍ରଥମ ସରକାରର କିଭଳି ରହିବ ରୂପରେଖ ? ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ତାକୁ ନେଇ ନେତାଙ୍କ ବାୟୋଡାଟା ଯାଞ୍ଚ ଆରମ୍ଭ ହୋଇଛି ।

Advertisment

ମନ୍ତ୍ରୀ ହେବାର ଆଧାର ରହିଛି ନିର୍ମଳ ଭାବମୂର୍ତ୍ତି, ଅପରାଧିକ ପୃଷ୍ଠଭୂମି ନଥିବା, ପ୍ରଶାସନିକ ଦକ୍ଷତା, ଲୋକସଂପର୍କ ଆଧାରରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । ନଜର ପକାନ୍ତୁ ମନ୍ତ୍ରୀ ରେସରେ ଥିବା କିଛି ସମ୍ଭାବ୍ୟ ବିଧାୟକଙ୍କ ନାଁ । ଅଭିଜ୍ଞତା ସଂପନ୍ନ ବିଧାୟକ ଭାବେ ହେଭିନୱେଟ୍ ସୁରେଶ ପୂଜାରୀ, କେ.ଭି ସିଂଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ, ସୂରମା ପାଢୀ ଥିବା ବେଳେ ନୂଆ ମୁହଁ ଭାବେ ଚର୍ଚ୍ଚାରେ ଥିବା ନାଁ ସବୁ ହେଲେ, ପୃଥୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ସନାତନ ବିଜୁଳି, ଅମର ନାୟକ, ବିଭୂତି ଜେନା, ସିଦ୍ଧାନ୍ତ ମହାପାତ୍ର, ଡାକ୍ତର ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡ଼ଙ୍ଗୀ, ଆଶ୍ରିତ ପଟ୍ଟନାୟକ, ବାବୁ ସିଂ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଡାକ୍ତର ଫକୀର ମୋହନ ନାୟକ ଓ ପ୍ରଭାତୀ ପରିଡା ।

ଅନ୍ୟପଟେ ୧୦ ତାରିଖ ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏ ଯାଏଁ କିନ୍ତୁ ସ୍ପଷ୍ଟ ହୋଇନି ମୁଖ୍ୟମନ୍ତ୍ରୀଙ୍କ ନାଁ । ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ଅପେକ୍ଷା ବିଧାୟକ ଦଳ ବୈଠକକୁ । କେନ୍ଦ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ପରେ ୧୦ ତାରିଖ ସକାଳେ ବସିବ ବିଧାୟକ ଦଳ ବୈଠକ । ସଂସଦୀୟ ବୋର୍ଡ ବୈଠକର ସୁପାରିଶ ସହ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ସ୍ଥିର ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ ।

Advertisment

ଏପଟେ ଶପଥ ଗ୍ରହଣ ହେବାକୁ ଥିବା ଜନତା ମୈଦାନରେ ଆଜି ପୋଲିସ ଡିଜି ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିବାର ରହିଛି । ଶପଥ ଉତ୍ସବରେ ପାଖାପାଖି ୩୫ ହଜାର ଲୋକ ସାମିଲ ହେବାକୁ ଥିବାରୁ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ ଚାଲିଛି ।

BJP Chief Minister General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ