ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ କିଏ ? କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର?

କିଏ ହେବେ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଦିଲ୍ଲୀ ବୈଠକ ଉପରେ ସାରା ଓଡିଶାର ନଜର । ଏନେଇ ଦିଲ୍ଲୀରେ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିବ। ଏହା ସହ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କେନ୍ଦ୍ର ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରିବ ଦଳ ।

Odisha Election

କିଏ ହେବେ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଦିଲ୍ଲୀ ବୈଠକ ଉପରେ ସାରା ଓଡିଶାର ନଜର । ଏନେଇ ଦିଲ୍ଲୀରେ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିବ। ଏହା ସହ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କେନ୍ଦ୍ର ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରିବ ଦଳ । ପର୍ଯ୍ୟବେକ୍ଷକ ଓଡିଶା ଆସି ବିଧାୟକ ଦଳ ବୈଠକରେ ଯୋଗ ଦେଇ ବିଧାୟକ ଦଳ ନେତା ବାଛିବେ ।

ଦଳ ପକ୍ଷରୁ ନାଁ ସାମ୍ନାକୁ ଆସିବା ପରେ ବସିବ ବିଧାୟକ ଦଳ ବୈଠକ । ନିର୍ବାଚିତ ବିଧାୟକଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟମନ୍ତ୍ରୀ ବାଛିବେ ନେତା । କେନ୍ଦ୍ରରୁ ଅନୁମୋଦିତ ହୋଇଥିବା ମୁଖ୍ୟମନ୍ତ୍ରୀ ନାଁ ଉପରେ ବିଧାୟକ ଦଳ ବୈଠକରେ ଚୂଡାନ୍ତ ମୋହର ବାଜିବ । ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାତେଇ ଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତେବେ ବିଧାୟକ ବୈଠକରେ ଏନେଇ ଘୋଷଣା ହୋଇପାରେ । ଆସନ୍ତା ୧୦ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ସେପଟେ ନୂଆ ବିଜେପି ସରକାରର ଶପଥଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ପ୍ରସ୍ତୁତି ଜୋରଦାର । ବିଶେଷ କରି ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛି ପୋଲିସ ।

ଏସପିଜି ଟିମ୍, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ ପହଞ୍ଚି ସମାରୋହ ସ୍ଥଳରେ ଅନୁଧ୍ୟାନ କରିଛନ୍ତି । ଏହି ସମାରୋହରେ ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ ଅତିଥିଙ୍କ ଆଗମନ ହେବ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ଶପଥ ସମାରୋହରେ ପ୍ରାୟ ୧ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପୂର୍ବରୁ ଇସ୍ତଫା ଦେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥଇଥାନ ହୋଇଥିବା ଅଧିକାରୀ । ବିଜେପି ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ କିଏ ? କାହା ଉପରେ ଭରସା କରିବ କେନ୍ଦ୍ର ବିଜେପି ? କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର? ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କିନ୍ତୁ ସସ୍‌ପେନ୍ସ ।