Advertisment

ବିଜେପି ଫୋକସରେ ଦକ୍ଷିଣ ଓଡ଼ିଶା, ପ୍ରଚାର ପାଇଁ ଆସୁଛନ୍ତି ଦଳର ଟପ୍ ନେତା

ଦକ୍ଷିଣ ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି । ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ। ୨୦୧୪ ତୁଳନାରେ ୧୯ ସାଧାରଣ ନିର୍ବାଚନରେ ସବୁଠି ଆଶାତୀତ ଭାବେ ବଢ଼ିଥିଲା ଦଳର ଭୋଟ୍ ପ୍ରତିଶତ।

undefined

South odisha

Advertisment

ବିଜେପି ଫୋକସରେ ଦକ୍ଷିଣ ଓଡ଼ିଶା। ୨୪ ନିର୍ବାଚନରେ ସବୁଠି ଦଳ କରୁଛି ଦମଦାର ଲଢ଼େଇ। ପ୍ରଚାର ପାଇଁ ଆସୁଛନ୍ତି ଦଳର ଟପ୍ ନେତା । ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ। ଦକ୍ଷିଣ ଓଡ଼ିଶାର ଏ ୪ ସସଂଦୀୟ କ୍ଷେତ୍ରକୁ ଏଥର ଦଖଲ ଲକ୍ଷ୍ୟରେ ବ୍ରହ୍ମପୁର ଆମ୍ବପୁଆ ପଡ଼ିଆରେ ନିଜେ ଆସି ସଂକଳ୍ପ ସମାବେଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି, ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଦେଖିବାକୁ ଗଲେ ଏଥର ଦକ୍ଷିଣ ଓଡ଼ିଶାର ଲୋକସଭା ହେଉ କି ବିଧାନସଭା ନିର୍ବାଚନ ମଣ୍ଡଳୀ, ପ୍ରାୟ ସବୁଠି ଦଳ ଦେଇଛି ହେଭିୱେଟ୍ ପ୍ରାର୍ଥୀ ।

Advertisment

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବିଜେପିର ପ୍ରଦୀପ ପାଣିଗ୍ରାହୀଙ୍କ ଲଢ଼େଇ ବିଜେଡିର ଭୃଗୁ ବକ୍ସିପାତ୍ରଙ୍କ ସହ ହେଉଥିବା ବେଳେ ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ ଟକ୍କର ଦେଉଛନ୍ତି ବିଜେପି ଯୋଦ୍ଧା ବଳଭଦ୍ର ମାଝୀ । ସେହିପରି କୋରାପୁଟରେ ପଦ୍ମ ଚିହ୍ନରୁ ଲଢୁଥିବା କାଳୀରାମ ମାଝୀଙ୍କ ଟକ୍କର ହେଉଛି କଂଗ୍ରେସର ବର୍ତ୍ତମାନର ସାଂସଦ ସପ୍ତଗିରି ଉଲାକା ଓ ବିଜେଡିର କୌଶଲ୍ୟା ହିକକାଙ୍କ ସହ । ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଓ ଆସ୍କା ଲୋକସଭାରେ ବିଜେପି ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲେ। କୋରାପୁଟରେ ସେତେବେଳର ପ୍ରାର୍ଥୀ ଜୟରାମ ପାଙ୍ଗି ତୃତୀୟ ସ୍ଥାନରେ ରହିଥିଲେ ବି ବିଜେପି ୨ ଲକ୍ଷରୁ ଅଧିକ ଭୋଟ୍ ପାଇଥିଲା । ଉମରକୋଟ ଓ ମାଲକାନଗିରି ବିଧାନସଭା ସିଟକୁ ବି ଦଳ ଦଖଲ କରିଥିଲା । ହେଲେ ଏଥର ଚିତ୍ର ବଦଳିଛି, ସମସ୍ତ ୪ ଲୋକସଭା ସହ ୨୮ ବିଧାନସଭା ଜିତିବାକୁ ଦଳ ଷ୍ଟ୍ରାଟେଜି କରୁଛି।

ଭୋଟ୍ ହାରକୁ ବିଚାରକୁ ନେଲେ ୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ଦକ୍ଷିଣ ଓଡ଼ିଶାରେ ଅପ୍ରତ୍ୟାଶିତ ଭାବେ ବଢିଥିଲା ପଦ୍ମ ଦଳର ଭୋଟ ହାର। ଯେଉଁ ବ୍ରହ୍ମପୁରରେ ୧୪ରେ ଦଳ ୧୭.୫୪ ପ୍ରତିଶତ ଭୋଟ୍ ପାଇ ୩ ନମ୍ବର ସ୍ଥାନରେ ଥିଲା ୨୦୧୯ରେ ୩୫.୨୬ ପ୍ରତିଶତ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନକୁ ଉଠିଥିଲା । ଯାହାକି ବିଜେଡିଠୁ ମାତ୍ର ୯ ପ୍ରତିଶତ କମ୍ ଥିଲା। ସେମିତି ଆସ୍କାରେ ବିଜେପିର ଭୋଟ୍ ୨୦୧୪ରେ ଯେଉଁଠି ମାତ୍ର ୭.୫୨ ପ୍ରତିଶତ ଥିଲା, ୨୦୧୯ରେ ତାହା ୨୬.୮୧ ପ୍ରତିଶତ ବଢ଼ି ୩୪.୩୩ ପ୍ରତିଶତରେ ପହଞ୍ଚିଥିଲା।

Advertisment

ସେହିପରି କୋରାପୁଟରେ ୨୦୧୪ରେ ୯ ପ୍ରତିଶତ ଭୋଟରୁ ୨୦୧୯ରେ ୧୯.୨୯ ପ୍ରତିଶତ ହୋଇଥିଲା। ନବରଙ୍ଗପୁରରେ ଯଦିଓ ୨୦୧୯ରେ ବିଜେପି ତୃତୀୟ ସ୍ଥାନରେ ରହିଥିଲା କିନ୍ତୁ ୨୦୧୪ରେ ଦଳର ୧୩ ପ୍ରତିଶତ ଭୋଟ ହାର ବଢ଼ି ୨୯.୫୦ ପ୍ରତିଶତକୁ ଛୁଇଁଥିଲା । ପୂର୍ବ ସାଧାରଣ ନିର୍ବାଚନଗୁଡ଼ିକ ଭଳି ଯଦି ୧୯ରେ ଭୋଟ୍ ପ୍ରତିଶତ ବଢ଼େ, ତାହାଲେ ୨୦୨୪ରେ ବିଜେପିର ଦକ୍ଷିଣ ଓଡ଼ିଶା ଦଖଲ ଅସମ୍ଭବ ନୁହେଁ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ। ଏବେ ଦେଖିବାର କଥା, ବିଜେପି ଟପ୍ ନେତୃବୃନ୍ଦଙ୍କ ପ୍ରଚାର ଓ ହେଭିୱେଟ୍ ନେତାଙ୍କ ଫାଇଟ୍ ବଳରେ ଦକ୍ଷିଣ ଓଡ଼ିଶାରେ କେତେ କମାଲ୍ କରୁଛି ବିଜେପି।

BJP South Odisha General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ