Advertisment

ବିନା ପାଟ ପଟୁଆରରେ ନାମାଙ୍କନ ଭରିଲେ ସୋପିଆ, କହିଲେ ଖରା ହେଉଛି...

‘ମୁଁ କଂଗ୍ରେସରୁ ପ୍ରାର୍ଥୀ ହେବା ପରେ ଗତ ୭ରୁ ୮ଦିନ ଭିତରେ କଟକବାସୀଙ୍କଠାରୁ ଖୁବ୍‌ ସ୍ନେହ ଶ୍ରଦ୍ଧା ପାଇଛି । କଟକବାସୀ ମୋତେ ଏମିତି ସ୍ନେହ ଶ୍ରଦ୍ଧା ଦେଇ ଚାଲିଥାନ୍ତୁ ।’

ଅଦ୍ୟତନ ହୋଇଛି
Sophia Firdous Files Nomination From Cuttack

Sophia Firdous

Advertisment

ବାରବାଟୀ-କଟକ ଆସନର କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ ଆଜି ନାମାଙ୍କନ ଭରିଛନ୍ତି । ମହମ୍ମଦ ମୋକିମ ଅଦାଲତି ଝିନଝଟରେ ପଡ଼ିଥିବାରୁ ତାଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଆଜି ସେ କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ତେବେ ସବୁଠାରୁ ବଡ଼ କଥା ହେଲା ବିନା ପାଟ ପଟୁଆରରେ ସୋଫିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Advertisment

ଅଧିକ ପଢ଼ନ୍ତୁ: ଖରାକୁ ଖାତିର ନାହିଁ, ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ...ପରିବେଶ ପାଇଁ ଦେଖାଯାଉନି ରାଜନୈତିକ ଇଚ୍ଛାଶକ୍ତି

Advertisment

ସୋଫିଆଙ୍କ କହିବା କଥା ଯେଉଁ ପରିମାଣରେ ଖରା ହେଉଛି, ଲୋକଙ୍କୁ ଏକାଠି କରି ରାଲି କରିବା ଉଚିତ ନୁହେଁ । ଲୋକଙ୍କୁ ରାଲି ପାଇଁ ଡାକି ହଇରାଣ କରିବାକୁ ଆମେ ଚାହୁଁନୁ । ସେଥିପାଇଁ ବାପାଙ୍କ ସହ ଆସି ନାମାଙ୍କନ ଦାଖଲ କରୁଛି । ସୋଫିଆ ଆହୁରି କହିଛନ୍ତି ମୁଁ ଖୁବ୍ ଭାଗ୍ୟବାନ, ଆଗରୁ ମୁଁ ମୋ ବାପାଙ୍କ ପାଇଁ ପ୍ରଚାର କରୁଥିଲି । ଏବେ ବାପା ମୋ ପାଇଁ ପ୍ରଚାର କରିବେ । ଆମେ ଦୁଇ ଜଣ ସବୁବେଳେ ଏକାଠି ଅଛୁ । ମୁଁ କଂଗ୍ରେସରୁ ପ୍ରାର୍ଥୀ ହେବା ପରେ ଗତ ୭ରୁ ୮ଦିନ ଭିତରେ କଟକବାସୀଙ୍କଠାରୁ ଖୁବ୍‌ ସ୍ନେହ ଶ୍ରଦ୍ଧା ପାଇଛି । କଟକବାସୀ ମୋତେ ଏମିତି ସ୍ନେହ ଶ୍ରଦ୍ଧା ଦେଇ ଚାଲିଥାନ୍ତୁ ।

ଅନ୍ୟପଟେ ସୋଫିଆଙ୍କ ବ୍ୟତୀତ ଆଜି କଟକରେ ଏକାଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଚୌଦ୍ୱାର-କଟକ ଆସନର ବିଜେଡି ପ୍ରାର୍ଥୀ ଶୌଭିକ ବିଶ୍ୱାଳ, ବିଜେପି ପ୍ରାର୍ଥୀ ନୟନ ମହାନ୍ତି, କଟକ-ସଦର ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ, କଟକ-ସଦର ବିଜେଡି ପାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କ ସହ କିଛି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି । ତେବେ ବାରବାଟୀ-କଟକରୁ ଟିକେଟ ଆଶାୟୀ ଥିବା ବିଜେପି ମହିଳା ମୋର୍ଚ୍ଚା ପୂର୍ବତନ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି।

Advertisment

ଅଧିକ ପଢ଼ନ୍ତୁ: ରାହୁଲଙ୍କ ୫ ଗ୍ୟାରେଣ୍ଟି, କଂଗ୍ରେସ ଆସିଲେ ନିଶ୍ଚୟ ପୂରଣ କରିବ


— ଓଟିଭି (@otvkhabar) May 3, 2024

ଏପଟେ ଭୁବନେଶ୍ୱର ଏକାମ୍ର ଆସନର ବିଜେପି ପ୍ରାର୍ଥୀ ବାବୁ ସିଂ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ନାମାଙ୍କନ ରାଲିରେ ସାମିଲ ହୋଇଥିଲେ ଶତାଧିକ ସମର୍ଥକ ଓ କର୍ମୀ । ଦଳର ବରିଷ୍ଠ ନେତା ବି ବାବୁ ସିଂଙ୍କ ରାଲିରେ ସାମିଲ ହୋଇଥିଲେ । ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବାବୁ ସିଂ ।

ସେହିଭଳି ଭୁବନେଶ୍ୱର ଉତ୍ତର ଆସନ ଲାଗି ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ନାମାଙ୍କନ ଭରିଛନ୍ତି । ନନ୍ଦନକାନନ ଛକରୁ ଶତାଧିକ କର୍ମୀଙ୍କ ଗହଣରେ ସେ ଶୋଭାଯାତ୍ରାରେ ବାହାରିଥିଲେ । ବିରାଟ ରାଲିରେ ଯାଇ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରିୟଦର୍ଶୀ ମିଶ୍ର।

ସେହିପରି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ପକ୍ଷରୁ ନାମାଙ୍କନ ଭରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ବିଶାଳ ପଟୁଆରରେ ନାମାଙ୍କନ ପତ୍ର ଦାଖଲ ପାଇଁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଅଶୋକ ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ