Advertisment

ସୋସିଆଲ୍ ମିଡିଆରେ ବବିଙ୍କ ପାଇଁ ସସ୍ମିତ ପାତ୍ରଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

ଅରିନ୍ଦମ ରାୟଙ୍କ ଇସ୍ତଫା ପରେ ନେତାମାନେ ଏମିତି ମତ ଦେଇଥିବା ଚର୍ଚ୍ଚା । ଗତକାଲି ବବିଙ୍କ ଭିଣୋଇ ଅରିନ୍ଦମ ବିଜେଡି ଛାଡ଼ି ବିଜେପି ଯାଇଥିଲେ । କିଛି ଦିନ ତଳେ ବବିଙ୍କ ମାମୁ ଭବାନୀ ଜଗଦ୍ଦେବ ବି ପଦ୍ମ ଧରିଥିଲେ । ତେବେ ନେତାମାନଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିନି ।

ଅଦ୍ୟତନ ହୋଇଛି
Odisha Politics

Odisha Politics

Advertisment

ବିଜେଡିରେ ଟିକେଟ କିଏ ଦିଅନ୍ତି, ଗୁମର ଖୋଲିଦେଲେ ବିଜେଡି ନେତା । ଗୁମର ଖୋଲିଲା କିଛି ବିଜେଡି ନେତାଙ୍କ ଫେସ୍‌ବୁକ୍‌ ପୋଷ୍ଟ । ଜଣେ ରାଜ୍ୟସଭା ସାଂସଦ ଓ ୨ ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ । ସଂଗଠନ ସଂପାଦକ ବବି ଦାସ ହିଁ ଟିକେଟ ଦିଅନ୍ତି ବୋଲି ଇଂଗିତ କଲେ ବିଜେଡି ନେତା । ସେ ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ ବୋଲି ସିଧା ସିଧା ଲେଖିଛନ୍ତି ନେତା ।

Advertisment

ସେମାନେ ଲେଖିଛନ୍ତି ‘ପ୍ରଣବ ପ୍ରକାଶ ପରିବାର ନୁହେଁ, ଦଳ ଓ ଦଳର କର୍ମୀଙ୍କୁ ଗୁରୁତ୍ୱ ଦିଅନ୍ତି । ସେ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ ଦେଇପାରିଥାନ୍ତେ । ସେ ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ । କିନ୍ତୁ ତାହା କଲେନି । କର୍ମୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କଲେ ।’

ଅରିନ୍ଦମ ରାୟଙ୍କ ଇସ୍ତଫା ପରେ ନେତାମାନେ ଏମିତି ମତ ଦେଇଥିବା ଚର୍ଚ୍ଚା । ଗତକାଲି ବବିଙ୍କ ଭିଣୋଇ ଅରିନ୍ଦମ ବିଜେଡି ଛାଡ଼ି ବିଜେପି ଯାଇଥିଲେ । କିଛି ଦିନ ତଳେ ବବିଙ୍କ ମାମୁ ଭବାନୀ ଜଗଦ୍ଦେବ ବି ପଦ୍ମ ଧରିଥିଲେ । ତେବେ ନେତାମାନଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିନି । 

Advertisment

ତେବେ ବିଜେଡି ନେତାମାନଙ୍କ ପୋଷ୍ଟରେ ସମାନ ଲେଖା ରହିଛି । ଏଥିରେ ସେମାନେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଶଂସା କରିଛନ୍ତି । ଆଉ ଲେଖିଛନ୍ତି, ‘ଏମିତି ନେତା ପାଇଁ ବିଜେଡିର ପ୍ରତିଟି କର୍ମୀ ଗର୍ବିତ। ସେ ନିଜ ପରିବାର ନୁହେଁ, ଦଳ ଆଉ ଦଳର କର୍ମୀଙ୍କୁ ଗୁରୁତ୍ୱ ଦିଅନ୍ତି। ସେ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ ବାଂଟିବାରେ କୌଣସି ସମସ୍ୟା ନଥିଲା। ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ। କିନ୍ତୁ ସେ ଗୋଟିଏ ପରିବାର, ଗୋଟିଏ ଟିକେଟ୍ ଟ୍ରେଣ୍ଡ ସେଟ୍ କରିଛନ୍ତି । ସେ ଉଦାହରଣ ସୃଷ୍ଟି କରୁଛନ୍ତି ପରିବାର ପଛ, ପାର୍ଟି ଆଗ।

ଏହି ପୋଷ୍ଟରେ ସସ୍ମିତ, ଦଳର ପୂର୍ବତନ ସାଧାରଣ ସଂପାଦକ ଅରିନ୍ଦମ ରାୟଙ୍କ ନାଁ ଉଲ୍ଲେଖ କରି ନଥିଲେ ମଧ୍ୟ, ଅରିନ୍ଦମ ଗତକାଲି ବିଜେଡି ଛାଡ଼ିବା ପରେ ଏହା ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ ଜଣାପଡୁଛି। ସୂଚନାଯୋଗ୍ୟ ଯେ, ଅରିନ୍ଦମ ହେଉଛନ୍ତି ପ୍ରଣବ ପ୍ରକାଶ ଦାସଙ୍କ ଜ୍ୱାଇଁ। ବିଜେଡି ଉପରେ ଅସନ୍ତୋଷ ପ୍ରକାଶ କରି ଅରିନ୍ଦମ ଗତକାଲି ବିଜେଡିରୁ ଇସ୍ତଫା ଦେବା ସହ ବିଜେପିରେ ସାମିଲ ହୋଇଥିଲେ। ପୂର୍ବରୁ ପ୍ରଣବ ପ୍ରକାଶଙ୍କ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ମଧ୍ୟ ବିଜେଡି ଛାଡ଼ି ପ୍ରଶାନ୍ତ ଜଗଦେବଙ୍କ ସହ ବିଜେପିରେ ସାମିଲ ହୋଇଥିଲେ।

Advertisment

ସସ୍ମିତଙ୍କ ସହ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୌଭିକ ବିଶ୍ବାଳଙ୍କ ପରି ବିଜେଡିର ଏକାଧିକ ନେତା ସମାନ ଲେଖାକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ବବି ଦାସ ଯାହାକୁ ଚାହିଁଥିଲେ ତାକୁ ଟିକେଟ୍ ଦେଇପାରିଥାନ୍ତେ ବୋଲି ପୋଷ୍ଟରେ ଲେଖା ଯିବାପରେ ପ୍ରଶ୍ନ ଉଠୁଛି ବିଜେଡିରେ ପ୍ରକୃତରେ ଟିକେଟ୍ ବାଣ୍ଟୁଛି କିଏ? ସୁପ୍ରିମୋ ନବୀନ ପଟ୍ଟନାୟକ ନା ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ? ଟିକଟ ବଣ୍ଟନ ପ୍ରସଙ୍ଗରେ କିନ୍ତୁ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ